ଭୁବନେଶ୍ୱର,୧୫।୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବୈଶ୍ୱିକ ଗହଣା ବ୍ରାଣ୍ଡ ‘ଜୟଆଲୁକ୍କାସ୍’ର ବହୁ ପ୍ରତୀକ୍ଷିତ ବିକ୍ରୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବର୍ଷର ସର୍ବବୃହତ୍ ଅଳଙ୍କାର ବିକ୍ରୟ (ଦି ବିଗେଷ୍ଟ ଜୁଏଲେରି ସେଲ୍ସ ଅଫ୍ ଦି ଇୟର) ନିକଟରେ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆକର୍ଷଣୀୟ ଅଫର ସାଙ୍ଗକୁ ମେକିଂ ଚାର୍ଜ (ଭିଏ) ଉପରେ ଫ୍ଲାଟ୍ ୫୦% ରିହାତି ପ୍ରଦାନ କରାଯାଉଛି। ସେହିଭଳି ବ୍ରାଣ୍ଡର କଟ୍ ଓ ଅନ୍କଟ ହୀରା, ସୁନା, ରୁପା ଏବଂ ପ୍ଲାଟିନମ ଓ ମୂଲ୍ୟବାନ୍ ପଥରର ଆକର୍ଷଣୀୟ ଅଳଙ୍କାର ଡିଜାଇନ ଏବଂ କଲେକ୍ସନ ଉପରେ ଆକର୍ଷଣୀୟ ରିହାତି ପ୍ରଦାନ କରୁଛି।
ଏ ସମ୍ପର୍କରେ ଜୟଅଲୁକ୍କାସ୍ର ଚେୟ୍ୟାରମ୍ୟାନ ଜୟ ଆଲୁକ୍କାସ୍ କହିଛନ୍ତି, ଆମେ ଆମର ବର୍ଷର ସର୍ବବୃହତ୍ ଅଳଙ୍କାର ସେଲ୍ ସମ୍ପର୍କରେ ଘୋଷଣାକରି ବେଶ୍ ଉତ୍ସାହିତ ଅଛି। ଏପରିକି ଆମେ ଏକ ଅତୁଳନୀୟ ଅଳଙ୍କାର କ୍ରୟ ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛୁ। ସେହିଭଳି ଗ୍ରାହକମାନଙ୍କୁ ବ୍ରାଣ୍ଡ୍ର ସମସ୍ତ ଅଳଙ୍କାରର ମେକିଂ ଚାର୍ଜ (ଭିଏ) ଉପରେ ଫ୍ଳାଟ୍ ୫୦%ର ରିହାତି ଯୋଗାଇଦେଉଛୁ।


