ନୂଆ ନିୟମ ସହ ଏହି ଦିନ ଆରମ୍ଭ ହେବ ବିଗ୍‌ ବସ ସିଜିନ-୧୪

ମୁମ୍ବାଇ: ଟେଲିଭିଜନର ବେଶ୍‌ ଲୋକପ୍ରିୟ ରିୟଲିଟି ଶୋ’ ବିଗ୍‌ ବସର ନୂଆ ସିଜିନ୍‌ ପୁଣି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଆସୁଛି। ଚଳିତ ବର୍ଷ ସେପ୍ଟେମ୍ବର ୨୭ରେ ଏହା ଆରମ୍ଭ ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳିଛି। ତେବେ ଏହି ନୂଆ ସିଜିନରେ ଶୋ’ରେ କିଛିଟା ପରିବର୍ତ୍ତନ କରାଯାଇଛି। ଦେଶରେ ଜାରି ରହିଥିବା କରୋନା ମହାମାରୀ ସଙ୍କଟକୁ ନେଇ ସମସ୍ତ ଏପିଶୋଡ ଆଧାରିତ ରହିବ। ଏଥିରେ କରୋନା ମହାମାରୀ ଓ ସାମାଜିକ ଦୂରତ୍ୱର ଲକ୍‌ଡାଉନ ଥିମ ଦେଖିବାକୁ ମିଳିବ। ତେବେ ମିଳିଥିବା ସୂଚନା ଅନୁସାରେ ବିଗ୍‌ ବସ-୧୪ର ଗ୍ରାଣ୍ଡ ପ୍ରିମିୟର ସେପ୍ଟେମ୍ବର ୨୭ରେ କଲର୍ସ ଟିଭିରେ ପ୍ରସାରଣ ହେବ। ଏହି ଶୋ’ର ଶୁଟିଂ ଅନ୍‌ ଏୟାର ହେବାର ୨ ଦିନ ପୂର୍ବରୁ ଆର୍ଥତ୍‌ ସେପ୍ଟେମ୍ବର ୨୫ ଓ ୨୬ରେ କରାଯିବ। ଏହି ଶୋ’ରେ ଭାଗନେବାକୁ ଥିବା ପ୍ରତିଯୋଗୀମାନେ ସେପ୍ଟେମ୍ବର ୨୬ରେ ବିଗ୍‌ ବସ ଘରେ ଏଣ୍ଟ୍ରି କରିବେ। ଏହି ଶୋ’ର ସେଟ୍‌ ମୁମ୍ବାଇର ଫିଲ୍ମ ସିଟିରେ କରାଯିବ। ଏଠାରେ କୋଭିଡ-୧୯ର ସମସ୍ତ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ। ବିଗ୍‌ ବସ ସେଟକୁୁ ନିର୍ଦ୍ଦେଶକ ଓମାଙ୍ଗ କୁମାର ଡିଜାଇନ କରିଥିବା ବେଳେ ଗତ ମାସରୁ ସେଟ୍‌ ଡିଜାଇନିଂ କାମ ଆରମ୍ଭ ହୋଇଛି। ଏହା ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଯିବ ବୋଲି ସୂଚନା ରହିଛି। ଅନ୍ୟପଟେ ଶୋ’ର ଆଙ୍କର ବଲିଉଡ୍‌ ଅଭିନେତା ସଲମାନ ଖାଁ ଶୋ’ର କିଛି ଶୁଟିଂ ନିଜ ଫାର୍ମ ହାଉସ୍‌ରେ ଆରମ୍ଭ କରିଦେଇଛନ୍ତି। ହେଲେ ଜାଣିଛନନ୍ତି କି, ଚଳିତ ବର୍ଷ ସଲମାନ ଏହି ଶୋ’ର ଗୋଟିଏ ଏପିସୋଡ ପାଇଁ କେତେ ଟଙ୍କା ଦାବି କରିଛନ୍ତି। ସେ ଗୋଟିଏ ଏପିସୋଡ ପାଇଁ ୧୬ କୋଟି ଟଙ୍କା ନେବେ ବୋଲି ଜଣାପଡ଼ିଛି। ତେବେ ଶୋ’ର ପ୍ରୋମୋ ଅଗଷ୍ଟ ମଧ୍ୟଭାଗରେ କିମ୍ବା ଶେଷ ସପ୍ତାହରେ ପ୍ରସାରଣ କରାଯିବ। ଚଳିତ ବର୍ଷ ୧୬ଜଣ ପ୍ରତିଯୋଗୀ ବିଗ୍‌ ବସରେ ଭାଗ ନେବେ। ଯେଉଁଥିରେ ୧୩ଜଣ ସେଲିବ୍ରିଟି ଓ ୩ ଜଣ ସାଧାରଣ ପ୍ରତିଯୋଗୀ ରହିବେ। ଏଥିରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ପ୍ରଥମେ ମେଡିକାଲ ଟେଷ୍ଟ ହେବା ସହ ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri