୫୦୦ ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପ୍‌ଡେଟ୍‌: ସରକାର ଜାରି କଲେ ଏହି…

ନୂଆଦିଲ୍ଲୀ,୪ା୬: ଗୋଟିଏ ସପ୍ତାହ ଧରି ଗଣମାଧ୍ୟମରେ ୫୦୦ ଟଙ୍କିଆ ନୋଟ ବନ୍ଦ ହେବାର ଖବର ପ୍ରସାରିତ ହେଉଛି। କୁହାଯାଉଥିଲା ଯେ, ଆଗାମୀ ଦିନରେ ସରକାର ଏହାକୁ ବନ୍ଦ କରିପାରନ୍ତି। ଏହା ପଛରେ କାରଣ ଦର୍ଶାଯାଇଛି ଯେ, RBI ନିର୍ଦ୍ଦେଶାବଳୀ, ଯେଉଁଥିରେ ସମସ୍ତ ବ୍ୟାଙ୍କକୁ ATMରେ ରେ ୨୦୦ ଏବଂ ୧୦୦ ଟଙ୍କା ନୋଟ୍‌ ସଂଖ୍ୟା ବୃଦ୍ଧି କରିବାକୁ କୁହାଯାଇଛି। ଏହି କାରଣରୁ ସମସ୍ତଙ୍କ ଦୃଷ୍ଟି ହଠାତ୍‌ ୫୦୦ ଟଙ୍କା ନୋଟ୍‌ ଉପରେ ପଡ଼ିଥିଲା।

ଏବେ PIB ଫ୍ୟାକ୍ଟ ଚେକ ୟୁନିଟ୍‌ ନିଜେ ସୋସିଆଲ ମିଡିଆ ‘X’ରେ ଏ ବିଷୟରେ ଏକ ପୋଷ୍ଟ କରି କହିଛନ୍ତି, କ୍ୟାପିଟାଲ ଟିଭି ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ୫୦୦ ଟଙ୍କା ନୋଟ ବନ୍ଦ ହେବାର ଖବର ଦେଖାଇଛି।

PIB ଆହୁରି କହିଛି, ଏଥିରେ କୌଣସି ସତ୍ୟତା ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ନକଲି। RBI ଦ୍ୱାରା ଏପରି କୌଣସି ଘୋଷଣା କରାଯାଇ ନାହିଁ ଏବଂ ଏହା ବର୍ତ୍ତମାନ ପରି ଆଗାମୀ ଦିନରେ ପ୍ରଚଳନରେ ରହିବ।

ଏହା ଉଲ୍ଲେଖନୀୟ ଯେ ଯେବେଠାରୁ RBI ATMରେ ୧୦୦ ଏବଂ ୨୦୦ ଟଙ୍କିଆ ନୋଟ୍‌ ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛି, ସେବେଠାରୁ କିଛି ବିଶେଷଜ୍ଞ ଏହାକୁ ନିଜେ ମୂଲ୍ୟାଙ୍କନ କରୁଛନ୍ତି। କିଛି ବିଶେଷଜ୍ଞଙ୍କ ମତରେ ଧୀରେ ଧୀରେ ଯେତେବେଳେ ଏହି ନୋଟ ବଜାରରେ ପର୍ଯ୍ୟାପ୍ତ ସଂଖ୍ୟାରେ ପ୍ରସାରିତ ହେବ, ସେତେବେଳେ ୫୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରାଯାଇପାରିବ।

ଏହା ବ୍ୟତୀତ ଯେତେବେଳେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଥିଲେ ଯେ କେନ୍ଦ୍ର ସରକାର ୫୦୦ ଟଙ୍କିଆ ନୋଟ୍‌ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ, ଏହା ଗଣମାଧ୍ୟମରେ ଆଲୋଚନାର ବିଷୟ ପାଲଟିଥିଲା। କିନ୍ତୁ, ବର୍ତ୍ତମାନ PIB ଫ୍ୟାକ୍ଟ ଚେକ୍‌ ଟିମ୍‌ ଏହାକୁ ସ୍ପଷ୍ଟ କରିଦେଇଛି, କାହାରି ସନ୍ଦେହ ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ମହିଳାଙ୍କୁ ସ୍ତ୍ରୀ ମାନ୍ୟତା ମିଳିବା ଆବଶ୍ୟକ: ହାଇକୋର୍ଟ

ଚେନ୍ନାଇ,୨୧ା୧: ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ଥିବା ମହିଳାଙ୍କୁ ଗାନ୍ଧର୍ବ ବିବାହ ବା ପ୍ରେମ ବିବାହ ଅନୁଯାୟୀ ସ୍ତ୍ରୀର ମାନ୍ୟତା ପ୍ରଦାନ ସହ ସୁରକ୍ଷା ଦିଆଯିବା ଆବଶ୍ୟକ। ଫଳରେ...

ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି।...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri