ଭୁବନେଶ୍ୱର,୧୫।୭: ରାଶନ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ୍। ୩ ମାସରେ EKYC ନ କଲେ କଟାଯିବ କାର୍ଡ । ରାସନ କାର୍ଡ ପାଇଁ ୨୦ ଲକ୍ଷ ୫୮ ହଜାର ଲୋକ EKYC କରିନାହାନ୍ତି । ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଝନ୍ତି। EKYC କରିନଥିବା ଲୋକଙ୍କ ଚାଉଳ ବନ୍ଦ କରାଯାଇଛି। ଯଦି ଚାଉଳ ଯାଉନି ସେମାନେ EKYC କଲେ ସରକାର ଚାଉଳ ଦେବେ। EKYC କରି ନ ଥିବା ଲୋକଙ୍କ ପାଇଁସରକାର ୩ ମାସ ଅପେକ୍ଷା କରିବେ। କାର୍ଡ ଗୁଡ଼ିକ ସେହି ସମୟରେ ସସପେଣ୍ଡ ଅବସ୍ଥାରେ ରହିବ। ୩ ମାସରେ EKYC ନ କଲେ କାର୍ଡ ଗୁଡ଼ିକ ସରକାର କାଟିଦେବେ। ତେବେ ନେଟୱର୍କ ନଥିବା ଜିଲାମାନଙ୍କରେ ନେଟୱର୍କ ବ୍ୟବସ୍ଥା କରାଯାଇଛି। ୫ ବର୍ଷରୁ ଅଧିକ ବୟସ ପିଲାମାନେ ରଶାସନ କାର୍ଡରେ ସାମିଲ ହେବେ ବୋଲି ମନ୍ତ୍ରୀ କହିଛନ୍ତି ।


