Posted inରାଜ୍ୟ

ବନବିଭାଗକୁ ବଡ଼ ସଫଳତା: ବଣାଇଁ ବନଖଣ୍ଡରେ ସକ୍ରିୟ ୬ ଆନ୍ତଃଜିଲା ଶିକାରୀ ଗିରଫ, ବ୍ୟାପକ ଅସ୍ତ୍ରଶସ୍ତ୍ର ସହିତ ଜୀବଜନ୍ତୁଙ୍କ ଚମଡା ଜବତ

ବଣାଇଁ, ୨୭।୨(ପ୍ରଦୀପ ତ୍ରିପାଠୀ): ଦୀର୍ଘଦିନ ଧରି ବଣାଇଁ ବନଖଣ୍ଡ ଅଞ୍ଚଳରେ ସକ୍ରୀୟ ଥିବା ଶିକାରୀଙ୍କ ଉପରେ ଟ୍ରାକିଂ ଜାରି ରଖି ପରିଶେଷରେ ବିଭାଗକୁ ମିଳିଛି ଉଲ୍ଲେଖନୀୟ ସଫଳତା l ପ୍ରାୟ ଦେଢମାସ ହେବ ବଣାଇଁ ବନଖଣ୍ଡ ଅଞ୍ଚଳରେ ବନ୍ୟ ପ୍ରାଣୀ ଶିକାରୀଙ୍କ ଗତିବିଧି ବୃଦ୍ଧି ପାଇବା କାରଣରୁ ବିଭାଗ ପ୍ରାୟ ଏକ ମାସ ଧରି ଟ୍ରାକିଂ ଚଳାଇଥିଲା l

ସୁ-ସମନ୍ଵିତ ସନ୍ଧାନ କ୍ରମେ ଗୁରୁବାର ସକାଳ ସମୟରେ ବନଖଣ୍ଡର ବଣାଇଁ ବନାଞ୍ଚଳ ଅଧିକାରୀ ଦେବାଶିଷ ନାଏକ, ଜର୍ଡା ବନାଞ୍ଚଳ ଅଧିକାରୀ କୈଳାସ କିଷାନଙ୍କ ନେତୃତ୍ଵରେ ଏକ ୩୫ ଜଣିଆ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଭିନ୍ନ ଭିନ୍ନ ସ୍ଥାନରୁ ପାଞ୍ଚଟି ଦେଶୀ ବନ୍ଧୁକ, ଦୁଇଟି ମାଙ୍କଡ଼ ଚମଡା, ଦୁଇଟି କୁଟୁରା ଶିଙ୍ଘ, ଶିକାର ଫାଶ, ଆଠ’ଟି ଧନୁ ତୀର, ବ୍ୟାପକ ବାରୁଦ, ଅଫୁଟା ଗୁଳି, ମୟୁର ପୁଚ୍ଛ, ଝିଙ୍କ କାଠି, ଦୁଇଟି ମୋବାଇଲ, ଓ ଗୋଟିଏ ବାଇକ ଜବତ କରାଯାଇଛି l

ଏହି ଶିକାରରେ ସମ୍ପୃକ୍ତ ତଥା ପୁଣି ଶିକାର ପାଇଁ ଯୋଜନା ଚଳାଇଥିବା ଥିବା ୬ ଜଣ ଙ୍କୁ ବନବିଭାଗର ସ୍ଵତନ୍ତ୍ର ଟାସ୍କ ଫୋର୍ସ ଗିରଫ କରିଛି l ଗିରଫ ଶିକାରୀମାନେ ହେଲେ ରାଜକୁମାର ପ୍ରଧାନ, ରମଣୀ ରଞ୍ଜନ ପାତ୍ର, ଶରତ ନାଏକ, ଭୀମ କିଷାନ, ନାରାୟଣ ହସ୍ତୀ ଓ ବିଶ୍ଵନାଥ ହସ୍ତୀ l ଏମାନଙ୍କ ଘର ସୁନ୍ଦରଗଡ଼ ଜିଲାର ଜର୍ଡା, ସୋଲ ସମେତ ସମ୍ବଲପୁର ଜିଲ୍ଲା ର କିଛି ଅଞ୍ଚଳର ବୋଲି ସୂଚନା ମିଳିଛିl

ଖବରଦାତା ସମ୍ମିଳନୀରେ ବଣାଇଁ ଡିଏଫଓ ଲଳିତ କୁମାର ପାତ୍ର ସମ୍ପୃକ୍ତ ଶିକାରୀ ମାନେ ଆନ୍ତଃ ଜିଲା ଅପରାଧି ଓ ଆଗକୁ ଆହୁରି ଅନେକ ଘଟଣାରେ ବନବିଭାଗକୁ ସଫଳତା ମିଳିବାକୁ ଯାଉଥିବା ନେଇ ପ୍ରାକ୍ ସୂଚନା ଦେଇଛନ୍ତି l ଗିରଫ ୬ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଡିଏଫ୍ ଲଳିତ କୁମାର ପାତ୍ର ସ୍ପଷ୍ଟ କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri