Posted inରାଜ୍ୟ

ବନବିଭାଗକୁ ବଡ଼ ସଫଳତା: ବଣାଇଁ ବନଖଣ୍ଡରେ ସକ୍ରିୟ ୬ ଆନ୍ତଃଜିଲା ଶିକାରୀ ଗିରଫ, ବ୍ୟାପକ ଅସ୍ତ୍ରଶସ୍ତ୍ର ସହିତ ଜୀବଜନ୍ତୁଙ୍କ ଚମଡା ଜବତ

ବଣାଇଁ, ୨୭।୨(ପ୍ରଦୀପ ତ୍ରିପାଠୀ): ଦୀର୍ଘଦିନ ଧରି ବଣାଇଁ ବନଖଣ୍ଡ ଅଞ୍ଚଳରେ ସକ୍ରୀୟ ଥିବା ଶିକାରୀଙ୍କ ଉପରେ ଟ୍ରାକିଂ ଜାରି ରଖି ପରିଶେଷରେ ବିଭାଗକୁ ମିଳିଛି ଉଲ୍ଲେଖନୀୟ ସଫଳତା l ପ୍ରାୟ ଦେଢମାସ ହେବ ବଣାଇଁ ବନଖଣ୍ଡ ଅଞ୍ଚଳରେ ବନ୍ୟ ପ୍ରାଣୀ ଶିକାରୀଙ୍କ ଗତିବିଧି ବୃଦ୍ଧି ପାଇବା କାରଣରୁ ବିଭାଗ ପ୍ରାୟ ଏକ ମାସ ଧରି ଟ୍ରାକିଂ ଚଳାଇଥିଲା l

ସୁ-ସମନ୍ଵିତ ସନ୍ଧାନ କ୍ରମେ ଗୁରୁବାର ସକାଳ ସମୟରେ ବନଖଣ୍ଡର ବଣାଇଁ ବନାଞ୍ଚଳ ଅଧିକାରୀ ଦେବାଶିଷ ନାଏକ, ଜର୍ଡା ବନାଞ୍ଚଳ ଅଧିକାରୀ କୈଳାସ କିଷାନଙ୍କ ନେତୃତ୍ଵରେ ଏକ ୩୫ ଜଣିଆ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଭିନ୍ନ ଭିନ୍ନ ସ୍ଥାନରୁ ପାଞ୍ଚଟି ଦେଶୀ ବନ୍ଧୁକ, ଦୁଇଟି ମାଙ୍କଡ଼ ଚମଡା, ଦୁଇଟି କୁଟୁରା ଶିଙ୍ଘ, ଶିକାର ଫାଶ, ଆଠ’ଟି ଧନୁ ତୀର, ବ୍ୟାପକ ବାରୁଦ, ଅଫୁଟା ଗୁଳି, ମୟୁର ପୁଚ୍ଛ, ଝିଙ୍କ କାଠି, ଦୁଇଟି ମୋବାଇଲ, ଓ ଗୋଟିଏ ବାଇକ ଜବତ କରାଯାଇଛି l

ଏହି ଶିକାରରେ ସମ୍ପୃକ୍ତ ତଥା ପୁଣି ଶିକାର ପାଇଁ ଯୋଜନା ଚଳାଇଥିବା ଥିବା ୬ ଜଣ ଙ୍କୁ ବନବିଭାଗର ସ୍ଵତନ୍ତ୍ର ଟାସ୍କ ଫୋର୍ସ ଗିରଫ କରିଛି l ଗିରଫ ଶିକାରୀମାନେ ହେଲେ ରାଜକୁମାର ପ୍ରଧାନ, ରମଣୀ ରଞ୍ଜନ ପାତ୍ର, ଶରତ ନାଏକ, ଭୀମ କିଷାନ, ନାରାୟଣ ହସ୍ତୀ ଓ ବିଶ୍ଵନାଥ ହସ୍ତୀ l ଏମାନଙ୍କ ଘର ସୁନ୍ଦରଗଡ଼ ଜିଲାର ଜର୍ଡା, ସୋଲ ସମେତ ସମ୍ବଲପୁର ଜିଲ୍ଲା ର କିଛି ଅଞ୍ଚଳର ବୋଲି ସୂଚନା ମିଳିଛିl

ଖବରଦାତା ସମ୍ମିଳନୀରେ ବଣାଇଁ ଡିଏଫଓ ଲଳିତ କୁମାର ପାତ୍ର ସମ୍ପୃକ୍ତ ଶିକାରୀ ମାନେ ଆନ୍ତଃ ଜିଲା ଅପରାଧି ଓ ଆଗକୁ ଆହୁରି ଅନେକ ଘଟଣାରେ ବନବିଭାଗକୁ ସଫଳତା ମିଳିବାକୁ ଯାଉଥିବା ନେଇ ପ୍ରାକ୍ ସୂଚନା ଦେଇଛନ୍ତି l ଗିରଫ ୬ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଡିଏଫ୍ ଲଳିତ କୁମାର ପାତ୍ର ସ୍ପଷ୍ଟ କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri