ରମ୍ଭା ପୋଲିସକୁ ବଡ଼ ସଫଳତା, ମନ୍ଦିର ଚୋରୀ ଘଟଣାର ହଟିଲା ପରଦା

ଗଞ୍ଜାମ, ୨୧ା୧୨: (ବିଦ୍ୟାଧର ସାହୁ ): ଗତ କିଛି ମାସ ତଳେ ରମ୍ଭା ଓ ଗଞ୍ଜାମ ଅଞ୍ଚଳ ଶିବ ମନ୍ଦିର ଗୁଡିକରୁ ଲୁଟ ଘଟଣାରେ ରମ୍ଭା ପୋଲିସକୁ ମିଳିଛି ବଡ଼ ସଫଳତା। ସିରିଜ ଲୁଟ ଘଟଣାର ପରଦା ହଟାଇଛି ପୋଲିସ। ଉକ୍ତ ଚୋରୀ ଘଟଣାରେ ମାଷ୍ଟର ମାଇଣ୍ଡ ସମେତ ଦୁଇଜଣ ଲୁଟେରାକୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରମ୍ଭା ଥାନା ଆଇଆଇସି ସତ୍ୟବ୍ରତ ଭୁତ୍ତିଆ ସୂଚନା ଦେଇଛନ୍ତି।

ଅଭିଯୁକ୍ତମାନେ ହେଲେ ରମ୍ଭା ଥାନା ଲାଉପୁଟ ଭାସ୍କର ପ୍ରଧାନ (ରାଜୁ ),ବ୍ରହ୍ମପୁର ସଦର ଥାନା କୁକୁଡାଖଣ୍ଡି ଅଞ୍ଚଳର ଏସ ବାବୁଲା ଏବଂ ମଲାଡ଼ ଗୋଡ଼ିବନ୍ଧ ଏ ରାମଚନ୍ଦ୍ର। ଲୁଟରେ ବ୍ୟବହୃତ ଲୁହା ରଡ଼, ହାମର ଓ ୧୨୫୦ ଟଙ୍କା ଜବତ କରାଯାଇଥିବା ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି।

ଅଭିଯୁକ୍ତମାନେ ସାବୁଲିଆ ଶିବ ମନ୍ଦିର, ସନ୍ତୋଷ ପୁର ସତ୍ୟସାଇ ମନ୍ଦିର, ଶତ୍ରୁଷୋଲ ମୁକ୍ତେଶ୍ଵର ମନ୍ଦିର, କଣ୍ଟିଆ ଗଡ଼ ବଟେଶ୍ୱର ମନ୍ଦିର, ସlତୁଳୀ ମକରେଶ୍ୱର ମନ୍ଦିର, ବୋରିଗାଁ ଝାଡ଼େଶ୍ୱର ମନ୍ଦିର, ଦାମୋଦର ପୁର ଆଖଣ୍ଡଳମଣି ମନ୍ଦିର, ଏବଂ ମଲାଡ଼ର ଏକ ଗ୍ରୋସରୀ ଦୋକାନରୁ ଚୋରୀ କରିଥିବା ପୋଲିସ ସୂଚନା ଦେଇଛି।

ପ୍ରକାଶ ଯୋଗ୍ୟ ଗତ ଚାରି ପାଞ୍ଚ ଦିନ ପୂର୍ବରୁ ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ପୋଲିସ ହାତରେ ଧରା ପଡିଥିଲେ ସୁଦ୍ଧା ତଦନ୍ତରେ କାଳେ ବାଧା ଉପୁଜିବ ବୋଲି ମୁଁହ ଖୋଲୁନଥିଲା ରମ୍ଭା ଥାନା କିମ୍ଵା ହୁମା ଫାଣ୍ଡି ପୋଲିସ। ଏଥିପାଇଁ ଛତ୍ରପୁର ଏସଡିପିଓ ଗୌରହରୀ ସାହୁଙ୍କ ନେତୃତ୍ୱରେ ରମ୍ଭା ଗଞ୍ଜାମ ଥାନା ପୋଲିସ ମାଷ୍ଟର ମାଇଣ୍ଡକୁ ଘନ ଘନ ଜେରା କରୁଥିଲା। ଅନ୍ୟପଟେ ବିଳମ୍ବିତ ରାତିରେ ଗୋଟିଏ ଜଣେ ବ୍ୟକ୍ତି ଚାଦର ଘୋଡେଇ ହୋଇ ମନ୍ଦିରରୁ ବାହାରୁଥିବା ସିସିଟିଭି ଫୁଟେଜ ଜାଣିବାକୁ ପାଇଛି। ତାକୁ ଆଧାର କରି ପୋଲିସର ତଦନ୍ତ ଜାରି ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri