କୋରାପୁଟ ପୋଲିସକୁ ବଡ଼ ସଫଳତା: ୨୦୦ କୋଟିର ହାଶିଶ ତେଲ ଜବତ

କୋରାପୁଟ/ନନ୍ଦପୁର/ପାଡୁଆ,୨୬।୨(ଅମିତାଭ ବେହେରା/ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ପୋଲିସ ଜିଲାରେ ଚାଲୁଥିବା ଏକ ଆନ୍ତରାଜ୍ୟ ହାଶିଶ ତେଲ ତିଆରି କାରଖାନାକୁ ଧ୍ୱଂସ କରି ଐତିହାସିକ ସଫଳତା ହାସଲ କରିଛି। ଏହି ଅଭିଯାନରେ ୧୮୦୦ ଲିଟରରୁ ଅଧିକ ହାଶିଶ ତେଲ ଜବତ କରାଯାଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା ବୋଲି ଜଣାପଡ଼ିଛି। ଏହାସହିତ ୧୦୦୦ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ମଧ୍ୟ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା। ଅଭିଯାନ ସମୟରେ ଅସ୍ଥାୟୀ ତିଆରି ୟୁନିଟ୍‌ର ବିଭିନ୍ନ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଥିବା ଦକ୍ଷିଣାପଶ୍ଚିମାଞ୍ଚଳ ଡିଆଇଜି କନୱାର ବିଶାଳ ସିଂ ସୂଚନା ଦେଇଛନ୍ତି। ଏହି ଅବୈଧ କାରଖାନାଟି ପଡୁଆ ଥାନା ଅଞ୍ଚଳର ଝୋଳାପୁଟ ଜଳାଶୟ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ, ଓଡ଼ିଶା-ଆନ୍ଧ୍ର ସୀମାରେ ଚାଲୁଥିବା ବୋଲି ସୂଚନା ମିଳିଛି। କୋରାପୁଟ ଏସପି ରୋହିତ ବର୍ମାଙ୍କ ନେତୃତ୍ୱରେ ଏହି ଚଢ଼ାଉ ଯଥାର୍ଥ ଗୁପ୍ତ ସୂଚନା ଆଧାରରେ କରାଯାଇଥିଲା। ପୋଲିସ ଦଳ ରାସ୍ତା ମାର୍ଗ ପ୍ରୟୋଗ ନକରି, ନୌକା ଓ ପଦଯାତ୍ରା ମାଧ୍ୟମରେ ଗୁପ୍ତ ଭାବେ ସେହି ସ୍ଥାନରେ ପହଞ୍ଚିଥିଲେ। ଏହି ମାମଲାର ମୁଖ୍ୟ ସୂତ୍ରଧାରଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ହାଶିଶ ତେଲ ତିଆରିରେ ଆନ୍ତରାଜ୍ୟ ଯୋଗସୂତ୍ର ଥିବାର ପ୍ରାରମ୍ଭିକ ପ୍ରମାଣ ମିଳିଛି। ପାଡୁଆ ପୋଲିସ ଘଟଣାର ତଦନ୍ତ କରୁଛି। ଚଢ଼ାଉ ଜାରି ରହିଥିବାରୁ ଅଧିକ ସୂଚନା ପରବର୍ତ୍ତୀ ସମୟରେ ଦିଆଯିବ ବୋଲି କୋରାପୁଟ ଏସ୍‌ପି ରୋହିତ ବର୍ମା ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ୧ରୁ ପରିବର୍ତ୍ତନ ହେବ ରେଲଓ୍ବେର ଏହି ନିୟମ, ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଜରୁରୀ ଖବର

ନୂଆଦିଲ୍ଲୀ,୨୬।୨: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି। ସେମାନଙ୍କ ମଧ୍ୟରୁ ଅନେକ ରିଜର୍ଭେସନ ସହିତ ଯାତ୍ରା କରନ୍ତି, ଯେତେବେଳେ ଅନେକ ସାଧାରଣ ଟିକେଟ…

ଗୋ ମାଂସ ନେଇ ଯାଉଥିବାବେଳେ ବ୍ୟବସାୟୀଙ୍କୁ କାବୁ କଲେ ଗ୍ରାମବାସୀ, ଅଟକ ରଖି ଦେଲେ ପୋଲିସ ଜିମା

ଧର୍ମଶାଳା,୨୬।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ସୁନ୍ଦୁରିଆ ପଞ୍ଚାୟତର ଏକ ପୋଖରୀ ନିକଟରୁ ବେଆଇନ ଗୋ ମାଂସ ନେଇ ଯାଉଥିବା ବ୍ୟବସାୟୀଙ୍କୁ ସ୍ଥାନୀୟ…

ନନ୍ଦପୁରରେ ଚଢ଼ାଉ: ୧୧୪୩ କେଜି ଗଞ୍ଜେଇ ଜବତ, ଆନୁମାନିକ ମୂଲ୍ୟ ଏତେ କୋଟି

କୋରାପୁଟ, ୨୬।୨(ଅମିତାଭ ବେହେରା ): କୋରାପୁଟ ଜିଲାର ନନ୍ଦପୁର ଥାନା ଅଞ୍ଚଳରେ ଚଢ଼ାଉରେ ୧୧୪୩ କେଜି ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ…

ଟଙ୍କା ବଞ୍ଚାଇବାକୁ ଯାଇ କୁକୁରକୁ ଅଳିଆ ଉଠାଇବା କାମରେ ଲଗାଇଦେଲେ ମାଲିକ, ଏବେ ଲାଗିଲା ଜରିମାନା

ରୋମ,୨୬।୨: ଇଟାଲୀର କାଟାନିଆ ସହରର ଜଣେ ବ୍ୟକ୍ତି ଅଳିଆ ସଂଗ୍ରହକାରୀଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ଏପରି ଏକ ପଦ୍ଧତି ଗ୍ରହଣ କରିଛନ୍ତି ଯାହା କର୍ତ୍ତୃପକ୍ଷଙ୍କୁ ମଧ୍ୟ…

ନିଜ ମାଆଙ୍କୁ ‘I LOVE U’ ଲେଖି କାହିଁକି ଜୀବନ ହାରିଲେ ୟୁଟ୍ୟୁବର? ଜାଣନ୍ତୁ ଏହା ପଛର କାରଣ

ହାଇଦ୍ରାବାଦ,୨୬।୨: ସୋମବାର (୨୩ ଫେବୃଆରୀ) ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଥିବା ଏକ ଭଡା ଘରେ (ଆପାର୍ଟମେଣ୍ଟ)ରେ ୨୧ ବର୍ଷୀୟା ୟୁଟ୍ୟୁବର ବୋନୁ କୋମାଲିଙ୍କ ମୃତଦେହ ମିଳିଥିଲା। ମୃତ୍ୟୁର…

ସୁନାରୂପା ଦରକୁ ନେଇ ଚାଇନାରୁ ଆସିଲା ବଡ଼ ଅପଡେଟ୍‌, ସୁନା କିଣୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୬।୨: ସୁନା ଏବଂ ରୂପା ବଜାରରେ ନିବେଶକଙ୍କ ପାଇଁ ଚାଇନାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ବିଶ୍ୱର ସର୍ୱବୃହତ ବୁଲାନ ବାଣିଜ୍ୟ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ, ସାଂଘାଇ…

ଆଜି ରଶ୍ମିକା-ବିଜୟଙ୍କ ପଡିବ ହାତଗଣ୍ଠି: ଏହି ଖାସ୍‌ ‘ଥିମ୍‌’ ସହିତ କରିବେ ବିବାହ

ମୁମ୍ବାଇ: ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଆଜି ଉଦୟପୁରରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି କପଲ ସେମାନଙ୍କର ତେଲୁଗୁ ଏବଂ କୋଡାଭା…

ଶାହିନ ଆଫ୍ରିଦିଙ୍କୁ ନେଇ ଶ୍ୱଶୁର ଶାହିଦ ଆଫ୍ରିଦି କ’ଣ କହିଲେ? ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୨: ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦି ICC T20 ବିଶ୍ୱକପ ୨୦୨୬ ସମୟରେ ଖରାପ ଫର୍ମ ଦେଇ ଗତି କରୁଥିଲେ। ତାଙ୍କୁ ଟିମ ଇଣ୍ଡିଆ ବିପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri