ଧରିତ୍ରୀ ପ୍ରଭାବ,ବଡ଼ ପଦକ୍ଷେପ ନେଲେ ବିଡିଓ: ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଆରମ୍ଭ

କେସିଙ୍ଗା,୧୫।୫(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର କଛାରପଦର ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଆଜିକୁ ଏକ ବର୍ଷ ୫ ବିତିଗଲାଣି ସମ୍ପୁର୍ଣ୍ଣ ହୋଇ ପାରୁ ନ ଥିବାରୁ କୋମଳମତି ଶିଶୁମାନେ ଶିକ୍ଷାଦାନ କ୍ଷେତ୍ରରେ ଘୋର ସମସ୍ୟା ଦେଖାଦେଉଥିଲା। ଏନେଇ ଚଳିତମାସର ଗତ ୨ରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା।
ଖବର ପ୍ରକାଶ ପାଇବା ପରେ ଏହି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କାମ ୪,୫ ଦିନ ହେଲା କାମ ଆରମ୍ଭ କରାଯାଇଛି। ଉକ୍ତ କେନ୍ଦ୍ରର ସ୍ଲାପ ଲେବୁଲ ଯାଏ ଇଟା ଯୋଡିବା କାମ ଆରମ୍ଭ କରାଯାଇଛି। ଏହି କାମ କରିବା ପାଇଁ ପ୍ରଥମେ ଉକ୍ତ ଗ୍ରାମର ଜଣେ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଏମିତି ନିମ୍ନମାନ କାମ କରାଯାଇଥିଲା ଯେ, ଚତୁଃପାର୍ଶରେ ଥିବା ଫାଉଣ୍ଡେସନ ନିର୍ମାଣ ସମୟରେ ହିଁ ଭାଙ୍ଗି ଯାଇଥିଲା। ଯାହାଫଳରେ ଅଙ୍ଗନବାଡି କେନ୍ଦ୍ରଟି ନିର୍ମାଣ ହୋଇ ନ ପାରି ପଡି ରହିଥିଲା।
ଗ୍ରାମବାସୀ କେସିଙ୍ଗା ବିଡିଓ ଅଭିଯୋଗ କଲା ପରେ ଆଉ ଜଣେ ଠିକାଦାରଙ୍କୁ ନିର୍ମାଣର ଦାୟିତ୍ୱ ଦିଆଯାଇଛି। କିନ୍ତୁ ଏହି କେନ୍ଦ୍ରଟି ଗତ ୯.୧୨.୨୦୨୪ରେ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ସୂଚନା ଫଳକରେ କେତେ ଟଙ୍କାର ବ୍ୟୟ ଅଟକଳ ହେବ ତାହା ଉଲ୍ଲେଖ କରାଯାଇନି। କଛାରପଦର ଅଙ୍ଗନବାଡି କେନ୍ଦ୍ରଟି ନିଜସ୍ବ ଗୃହ ନ ଥିବାରୁ କେତେ ବର୍ଷ ଅଙ୍ଗନବାଡିଙ୍କ ଘରେ ଚାଲିଥିଲା। ବର୍ତ୍ତମାନ ଉକ୍ତ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଙ୍ଗନବାଡି କେନ୍ଦ୍ରଟି ଚାଲୁଛି।
ଉକ୍ତ କେନ୍ଦ୍ରର ନିଜସ ଗୃହ ନ ଥିବାରୁ ରୋଷେଇ କରିବା,ପ୍ରାକ ବିଦ୍ୟାଳୟ, କରିବା କ୍ଷେତ୍ରରେ ଘୋର ସମସ୍ୟା ଦେଖା ଦେଉଛି। ତେଣୁ ଯଥା ଶୀଘ୍ର ଉକ୍ତ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବା ପାଇଁ ଗ୍ରାମବାସୀ କେସିଙ୍ଗା ବିଡିଓଙ୍କ ନିକଟରେ ଅଭିଯୋଗ କରିଥିବାର ଶୁଣିବାକୁ ମିଳୁଛି। ଏ ସଂକ୍ରାନ୍ତରେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ ଆଉ କିଛି ଦିନ ପରେ ଅଙ୍ଗନବାଡି କେନ୍ଦ୍ରଟି ସମ୍ପୂର୍ଣ୍ଣ ହେଇଯିବ,ତଥାପି ପ୍ରଚଣ୍ଡ ଟାଣ ଖରାରେ ମଧ୍ୟ ଶ୍ରମିକ ଓ ମିସ୍ତ୍ରୀ କାମ କରୁଛନ୍ତି ବୋଲି ପ୍ରକାଶ କରିଥିଲେ।

 

Dharitri – Odisha’s No.1 Odia Daily

 

Share