କ୍ଲିନ ଦାରିଙ୍ଗବାଡି, ଗ୍ରୀନ ଦାରିଙ୍ଗବାଡି ପାଇଁ ବିଡ଼ିଓଙ୍କ ବଡ଼ ପଦକ୍ଷେପ, ପ୍ରଥମଥର ପାଇଁ…

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକକୁ ଅନେକ ଥର ବିଜ୍ଞାପିତ ପରିଷଦ ଅଞ୍ଚଳ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଦାରିଙ୍ଗବାଡିର ବିକାଶ ପାଇଁ ବିଜ୍ଞାପିତ ପରିଷଦ ଅଞ୍ଚଳ ହେବା ଜରୁରୀ ବୋଲି ଅଞ୍ଚଳବାସୀ କହୁଥିବା ବେଳେ କିନ୍ତୁ ସେମାନଙ୍କ ଦାବି ପୂରଣ ହୋଇନି। ତେବେ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ବିଜ୍ଞାପିତ ପରିଷଦ ଅଞ୍ଚଳ ଢାଞ୍ଚାରେ ପ୍ରଥମଥର ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ସେ ଦାରିଙ୍ଗବାଡି ସହର ସମେତ ପର୍ଯ୍ୟଟନକ୍ଷେତ୍ର ସମସ୍ତ ସାହିକୁ ସଫେଇ କରିବା ପାଇଁ ସଫେଇ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଦାରିଙ୍ଗବାଡି ପଞ୍ଚାୟତରେ ମୋଟ ୨୨ ଟି ୱାର୍ଡ ରହିଥିବା ବେଳେ ଏହାକୁ କ୍ଲିନ ଦାରିଙ୍ଗବାଡି ଗ୍ରୀନ ଦାରିଙ୍ଗବାଡି କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ବିଡ଼ିଓ ପ୍ରୀତିରଞ୍ଜନ ରଥ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସ୍ବାଧୀନତା ପୂର୍ବରୁ ଏହାର ଶୁଭାରମ୍ଭ କରାଯାଇଥିବା ସେ କହିଛନ୍ତି। ମୋଟ ୧୨ ଜଣ ସଫେଇ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟ। ଆଗକୁ ବ୍ୟାଟେରୀ ଚାଳିତ ଯାନ ଅଳିଆ ବାହାର କରିବାକୁ ନିୟୋଜିତ କରାଯିବ ଏବଂ ଡମ୍ପିୟାର୍ଡ଼ ନିର୍ମାଣ କରାଯାଇ ସେଠାରେ ଅଳିଆ ପକାଯିବାକୁ ପ୍ରଶାସନ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡିଛି। ବିଡ଼ିଓ ରଥଙ୍କ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋଶନ କୁମାର ରଥ, କନିଷ୍ଠ ଯନ୍ତ୍ରୀ ଧିରେନ ସେଠି,ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଲିକ, ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି। ସ୍ଥାନୀୟ ପ୍ରଶାସନର ଏଭଳି ପଦକ୍ଷେପକୁ ଅଞ୍ଚଳବାସୀ ସାଧୁବାଦ ଜଣାଇବା ସହ ଏହି କାର୍ଯ୍ୟକୁ ନିୟମିତ କରିବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

ମାନସିକ ବିକୃତ ମସ୍ତିଷ୍କ ମହିଳା ଗର୍ଭବତୀ ଅଭିଯୁକ୍ତଙ୍କ ଗିରଫ ଦାବିରେ ଫାଣ୍ଡିରେ ଗ୍ରାମବାସୀଙ୍କ ହୋ ହାଲା

ଗଞ୍ଜାମ, ୨୪।୩(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନାର ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ବିକୃତ ମହିଳା…

ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇରାନର ସର୍ବୋଚ୍ଚ ନେତା! କହିଦେଲେ ଏମିତି…ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୪।୩: ଆଜି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୫ତମ ଦିନ। ଉଭୟ ପକ୍ଷ ଦ୍ରୁତ ଆକ୍ରମଣ ଜାରି ରଖିଥିବାବେଳେ ଯୁଦ୍ଧ ଶେଷ କରିବା…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

୧୪.୨ କିଲୋଗ୍ରାମ ବଦଳରେ ମିଳିବ ୧୦ କିଲୋଗ୍ରାମ ଗ୍ୟାସ! ସରକାର ଦେଲେ ବଡ଼ ଅପଡେଟ୍‌

  ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ସିଧାସଳଖ ପ୍ରଭାବ ଏବେ ଭାରତର ଶକ୍ତି ସୁରକ୍ଷା ଉପରେ ପଡୁଛି। ଅଶୋଧିତ ତୈଳ ଏବଂ ଏଲପିଜିର ନିରବଚ୍ଛିନ୍ନ ଯୋଗାଣ ବାଧାପ୍ରାପ୍ତ…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

ଷ୍ଟାର୍କଙ୍କୁ ମିଳୁନି ଏନ୍‌ଓସି: ଦଳରେ ଯୋଗଦେବା ନେଇ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ,୨୪ା୩: ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏପର୍ଯ୍ୟନ୍ତ ମିଚେଲ ଷ୍ଟାର୍କଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିନାହିଁ। ଏହାସତ୍ତ୍ୱେ ଦଳର ପ୍ରଥମ ମ୍ୟାଚ୍‌…

୭.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଚେତାବନୀ ଜାରି

ନୂଆଦିଲ୍ଲୀ,୨୪।୩: ଓସେନିଆର ଟୋଙ୍ଗା ଅଞ୍ଚଳ ନିକଟରେ ନିଆଫୁରେ ଏକ ଶକ୍ତିଶାଳୀ ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଆମେରିକାର ଭୂତତ୍ତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri