ପ୍ରଶାସନର ବଡ଼ ପଦକ୍ଷେପ: ଉନ୍ନୟନ ଟ୍ରଷ୍ଟ ହାତରେ କଫି ବଗିଚା, ଆଦାୟ ହେଉଛି ଅଧିକ ଅର୍ଥ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ଏବେ ବ୍ଲକ ପ୍ରଶାସନ ହାତକୁ ଚାଲିଗଲା। ପ୍ରଥମ ଦିନରେ ହିଁ ହିଲଭିୟୁ ପାର୍କଠାରୁ କଫି ବଗିଚାରେ ଅଧିକ ପର୍ଯ୍ୟଟକ ବୁଲିଥିବା ଓ ହିଲଭିୟୁଠାରୁ ଅଧିକ ଟିକେଟ ବାବଦକୁ ଅର୍ଥ ସଂଗ୍ରହ ହୋଇଥିବା ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି। ସେ କହିଛନ୍ତି, ରବିବାର ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ତଥା ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ କଫି ବଗିଚାଟି ମୃତ୍ତିକା ସଂରକ୍ଷଣ ବିଭାଗ ହାତରେ ରହିଥିଲା। ତାକୁ ବ୍ଲକ ପ୍ରଶାସନ ହାତକୁ ହସ୍ତାନ୍ତର ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ହାତକୁ ଆସିଥିଲା।

ପ୍ରଥମଥର ପାଇଁ ମଙ୍ଗଳବାରଠାରୁ ବ୍ଲକ ପ୍ରଶାସନ ଓ ଟ୍ରଷ୍ଟ ପକ୍ଷରୁ ଟିକେଟ ସଂଗ୍ରହ କରାଯାଇଥିଲା ଓ ପ୍ରଥମ ଦିନରେ ହିଁ ଏହାର ରୋଜଗାର ହିଲଭିୟୁଠାରୁ ଅଧିକଆସିଥିବା ଏକ ଶୁଭ ସୂଚନା ବୋଲି କୁହାଯାଇଛି। ବୁଧବାର ସକାଳ ସମୟରେ ବିଡ଼ିଓ ପ୍ରୀତିରଞ୍ଜନ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ ପ୍ରମୁଖ କଫି ବଗିଚା ପରିଦର୍ଶନ କରିବା ସହ ତାର ରୂପାନ୍ତର କାର୍ଯ୍ୟ ଓ ଉନ୍ନୟନ କାର୍ଯ୍ୟ କରାଯିବାକୁ ଯୋଜନା କରାଯାଇଥିବା କହିଛନ୍ତି। କଫି ବଗିଚାକୁ ସମ୍ପୂର୍ଣ୍ଣ ସଫେଇ କରାଯିବା ସହ ନିୟମିତ ସ୍ବଚ୍ଛତା ରଖାଯିବ ବୋଲି ବିଡ଼ିଓ କହିଛନ୍ତି।

ସେହିପରି ପର୍ଯ୍ୟଟକଙ୍କ ମୌଳିକ ସୁବିଧା ପାଇଁ ପ୍ରଶାସନ ପଦକ୍ଷେପ ନେବ ବୋଲି ବିଡ଼ିଓ କହିଛନ୍ତି। ପ୍ରକାଶ ଯେ, କଫି ବଗିଚା ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିଲେ ମଧ୍ୟ ତାର ରକ୍ଷଣବେକ୍ଷଣ ସଠିକ ଭାବେ କରାଯାଉ ନ ଥିଲା ଏବେ ମୃତ୍ତିକା ସଂରକ୍ଷଣ ବିଭାଗର ଜଣେ ଅଧିକାରୀ ପ୍ରଫୁଲ୍ଲ କୁମାର ପ୍ରଧାନ ନୂତନ ଭାବେ ଦାୟିତ୍ୱ ଗ୍ରହଣ ପରେ ତାର ରୂପାନ୍ତର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ପୂର୍ବରୁ ଯେତେଜଣ ଅଧିକାରୀ ଯୋଗ ଦେଇଥିଲେ କଫି ବଗିଚାର ଉନ୍ନତି କରି ନ ଥିବାବେଳେ ସଠିକ ଭାବେ ପର୍ଯ୍ୟଟକଙ୍କ ଠାରୁ ଆଦାୟ ହେଉଥିବା ଟିକେଟ ପାଣ୍ଠିକୁ ମଧ୍ୟ ଚଞ୍ଚକତା କରିଥିବା ଅଭିଯୋଗ ହୋଇଥିଲା। ଏଥିରେ କି ବାଲିଗୁଡା ଉପଜିଲାପାଳ ଏବଂ କନ୍ଧମାଳ ଜିଲାପାଳ ଖପ୍ପା ହୋଇଥିଲେ। ଏହା ପରେ ପ୍ରଶାସନ ପକ୍ଷରୁ ଡୁଲୁରୀ ପାଇନ ବଣକୁ ମଧ୍ୟ ଟ୍ରଷ୍ଟ ହାତକୁ ନେବା କୁହାଯାଉଛି। ଏହା ଦ୍ୱାରା ଦୁଲୁରି ପାଇନବଣର ବିକାଶ ହୋଇପାରିବ ବୋଲି ଜିଲା ପ୍ରଶାସନ ତଥା ସିଡିଓ ଶମ୍ଭୁନାଥ ନନ୍ଦୀ ଏକ ପ୍ରତିକ୍ରିୟାରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ଖୁସି ଖବର, ଆଜି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୨।୧: ଅପେକ୍ଷାର ଅନ୍ତ ଘଟିବ। ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ମହିଳାମାନେ ଏହି...

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ଆକ୍ସନ ମୋଡରେ ଭାଜପା ଅଧ୍ୟକ୍ଷ! ୮ ଘଣ୍ଟାର ବୈଠକରେ ୫ ରାଜ୍ୟର ନିର୍ବାଚନକୁ ନେଇ ମନ୍ଥନ

ନୂଆଦିଲ୍ଲୀ,୨୨।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ଚାଲିଥିବା...

ଜାନୁଆରୀରେ ୧.୫% ଦୁର୍ବଳ ହେଲାଣି ଟଙ୍କା

ମୁମ୍ବାଇ,୨୨ା୧(ବ୍ଲୁମ୍‌ବର୍ଗ/ପି.ଟି.): ୨୦୨୫ ଡିସେମ୍ବର ୧୬ରେ ଭାରତୀୟ ମୁଦ୍ରା ୯୧.୧୪ ଟଙ୍କାକୁ ଖସି ସର୍ବକାଳୀନ ନିମ୍ନସ୍ତରକୁ ଛୁଇଁଥିଲା। ସେବେଠୁ ଅଦ୍ୟାବଧି ଟଙ୍କା ୧.୫% ଦୁର୍ବଳ ହୋଇଥିବା ଫରେକ୍ସ ଟ୍ରେଡର୍ସ...

ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ...

ସମସ୍ତେ ଶୋଇଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୧୦ ବଖରା ଘର

ବାସୁଦେବପୁର,୨୨।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଂଚାୟତର ନାୟକ ସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛ।...

ବଞ୍ଚିବାର ସଂଘର୍ଷ

କ୍ଷୁଧା ବା ଭୋକକୁ ମଣିଷ ନିଜର ପ୍ରାଥମିକତା ମନେକରେ। ଚିନ୍ତା କରେ କ’ଣ କଲେ ପେଟରେ ଦାନା ପଡ଼ିବ। ନିଜେ ବଞ୍ଚିଲେ ତ ପରିବାର ମୁହଁରେ...

ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣରେ ଅସଙ୍ଗତି

ନାଗରିକଙ୍କ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ଏକ ଆବଶ୍ୟକତା। ଆମ ଗଣତାନ୍ତ୍ରିକ ସରକାର ୧୯୬୯ ମସିହାରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଇନ ତିଆରି କରିଛନ୍ତି। ଯେଉଁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri