Posted inଖେଳ

ସେମିଫାଇନାଲ ପୂର୍ବରୁ ଭାରତୀୟ ହକି ଦଳକୁ ବଡ ଝଟକା; ଓଡ଼ିଶାର ଅମିତ ଗୋଟିଏ ମ୍ୟାଚ୍‌ରୁ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫।୮: ଭାରତର ପ୍ରମୁଖ ଡିଫେଣ୍ଡର ତଥା ପ୍ରଥମ ରଶର ଅମିତ ରୋହିଦାସ ଗୋଟିଏ ମ୍ୟାଚରୁ ସସ୍‌ପେଣ୍ଡ ହୋଇଛନ୍ତି। ଫଳରେ ସେ ଚଳିତ ଅଲିମ୍ପିକ୍ସର ଜର୍ମାନୀ ବିପକ୍ଷ ପୁରୁଷ ହକି ସେମିଫାଇନାଲ ଖେଳିପାରିବେ ନାହିଁ। ଗ୍ରେଟ୍‌ ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲର ୧୭ଶ ମିନିଟରେ ବିପକ୍ଷ ଦଳର ଖେଳାଳିଙ୍କୁ ଆଘାତ ପହଞ୍ଚାଇବା ଅଭିଯୋଗରେ ତାଙ୍କୁ ରେଡ୍‌କାର୍ଡ ମିଳିଥିଲା।

ସସ୍‌ପେଣ୍ଡ ବିରୋଧରେ ହକି ଇଣ୍ଡିଆ ପକ୍ଷରୁ ଆବେଦନ କରାଯାଇଥିଲେ ହେଁ ତାହା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍‌)ର ଜୁରି ବେଞ୍ଚ୍‌ ଖାରଜ କରି ଦେଇଛି। ତେଣୁ ୮ ଥର ଅଲିମ୍ପିକ୍‌ ଚାମ୍ପିୟନ ଭାରତ ପାଇଁ ସେମିଫାଇନାଲ ପରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ କେବଳ ୧୫ ଜଣିଆ ଖେଳାଳି ଉପଲବ୍ଧ ରହିବେ। ଅମିତଙ୍କୁ ଗୋଟିଏ ମ୍ୟାଚରୁ ସସ୍‌ପେଣ୍ଡ କରାଯାଇଥିବା ଏଫ୍‌ଆଇଏଚ୍‌ ପକ୍ଷରୁ ଏକ ବିବୃତିରେ ସ୍ପଷ୍ଟ କରାଯାଇଛି।

ଗତ ରବିବାର ଅନୁଷ୍ଠିତ ମ୍ୟାଚରେ ପଡ଼ିଆ ମଝିରେ ବଲ୍‌ ପାଇଁ ସଂଘର୍ଷ ସମୟରେ ଅମିତଙ୍କ ଷ୍ଟିକ୍‌ ଅଜାଣତରେ ବ୍ରିଟେନର ଓ୍ବିଲ୍‌ କାଲନାନଙ୍କ ମୁହଁରେ ବାଜିଥିଲା। ଫଳରେ ତାଙ୍କୁ ମାର୍ଚିଂ ଅର୍ଡର ମିଳିଥିଲା ଏବଂ ପାଖାପାଖି ୪୦ ମିନିଟ ଭାରତ ୧୦ ଜଣିଆରେ ଖେଳିଥିଲା। ଅନ୍‌-ଫିଲ୍ଡ ଅମ୍ପାୟର ଏହାକୁ ବିଶେଷ ଗୁରୁତ୍ୱର ସହ ନେଇ ନ ଥିଲେ ହେଁ ଭିଡିଓ ରେଫରାଲ ପରେ ଟିଭି ଅମ୍ପାୟର ନିଷ୍ପତ୍ତିରେ ପରିବର୍ତ୍ତନ କରି ରେଡ୍‌କାର୍ଡ ଦେବାକୁ ପରାମର୍ଶ ଦେଇଥିଲେ। ୧୦ ଜଣରେ ଖେଳିଥିଲେ ମଧ୍ୟ ଭାରତ ବ୍ରିଟେନକୁ କଡ଼ା ଚ୍ୟାଲେଞ୍ଜ ଦେଇ ନିର୍ଦ୍ଧାରିତ ସମୟ ଖେଳକୁ ୧-୧ରେ ବରାବର ରଖିଥିଲା ଏବଂ ଶୁଟ୍‌ଆଉଟରେ ୪-୨ରେ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ଟିକେଟ୍ ବୁକିଂ ହେବ ସୁପରଫାଷ୍ଟ! ଲଞ୍ଚ ହେଲା IRCTCର ନୂଆ ୱେବସାଇଟ୍‌, ଯାତ୍ରୀଙ୍କୁ ମିଳିବ ଏହି ସବୁ ବଡ଼ ସୁବିଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ରେଳବାଇ ଏହାର ଅନଲାଇନ୍ ଟିକେଟ୍ ବୁକିଂ ସିଷ୍ଟମକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। IRCTC ଜନସାଧାରଣଙ୍କ ପାଇଁ ଏହାର ନୂତନ…

ପୂର୍ବତନ ଅଧିନାୟକ ଲରେନ୍ସଙ୍କ ବଡ଼ ଦାବି, ଏହି ଦଳ ଜିତିବ ଫିଫା ବିଶ୍ୱକପ୍‌

ନୂଆଦିଲ୍ଲୀ,୧୫ା୭: ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ କ୍ଲାଇମାକ୍ସ ଲରେନ୍ସଙ୍କ ମତରେ ଫ୍ରାନ୍ସ ବିପକ୍ଷ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ସ୍ପେନ୍‌ ଚଳିତ ଫିଫା ବିଶ୍ୱକପ୍‌ ଜିତିବ।…

ICCର ବଡ଼ ନିଷ୍ପତ୍ତି: ବଦଳିଲା ODI ଓ T20 ବିଶ୍ୱକପ୍ ଫର୍ମାଟ୍, ଏଣିକି ହେବ…

ନୂଆଦିଲ୍ଲୀ,୧୫ା୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପୁରୁଷ T20 ବିଶ୍ୱକପ୍ ଏବଂ ODI ବିଶ୍ୱକପରେ ବଡ଼ ପରିବର୍ତ୍ତନ ଘୋଷଣା କରିଛି । ICC ପୁରୁଷ T20 ବିଶ୍ୱକପ୍…

8th Pay Commission: ଚମକିବ ସରକାରୀ କର୍ମଚାରୀଙ୍କ ଭାଗ୍ୟ, ଆଶାଠାରୁ ଅଧିକ ମିଳିବ…

ନୂଆଦିଲ୍ଲୀ,୧୫।୭: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱାସନାଜନକ ଖବର ସାମ୍ନାକୁ ଆସିଛି। ଆଗାମୀ ଦିନରେ କର୍ମଚାରୀଙ୍କ ହାଉସ ରେଣ୍ଟ…

ଏଥାନଲ୍ ମିଶ୍ରିତ ପେଟ୍ରୋଲ ପସନ୍ଦ ନୁହେଁ ତ ଅଧିକ ଟଙ୍କା ଦିଅ, ଶୁଦ୍ଧ ପେଟ୍ରୋଲ କିଣ: ନିତିନ ଗଡ଼କରୀ

ନୂଆଦିଲ୍ଲୀ,୧୫।୭: ଏଥାନଲ ମିଶ୍ରିତ ପେଟ୍ରୋଲ (E୨୦) କୁ ନେଇ ଚାଲିଥିବା ବିବାଦ ଓ ଆଶଙ୍କା ଉପରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ…

ଦେଶର ପରମାଣୁ ସୁରକ୍ଷା ବିପଦରେ, କୁଡାନକୁଲମ ପରମାଣୁ ଶକ୍ତିକେନ୍ଦ୍ରର ଡାଟା ଲିକ୍‌

ଚେନ୍ନାଇ,୧୫ା୭: ତାମିଲନାଡୁରେ ଅବସ୍ଥିତ ଦେଶର ସର୍ବବୃହତ କୁଡାନକୁଲମ ପରମାଣୁ ଶକ୍ତିକେନ୍ଦ୍ର ସହିତ ଜଡ଼ିତ ସମ୍ବେଦନଶୀଳ ଡାଟା ଲିକ୍‌ ହୋଇଛି। ଓ୍ବାଲର୍‌ଡ ଲିକ୍ସ ନାମରେ ଜଣାଶୁଣା ଦୁଇଟି ହ୍ୟାକର…

କେନ୍ଦ୍ର କ୍ୟାବିନେଟର ୭ ବଡ଼ ନିଷ୍ପତ୍ତି: ସେମିକନ ୨.୦ ମିଶନକୁ ମଞ୍ଜୁରୀ, ବାରାଣସୀ ପାଇଁ…

ନୂଆଦିଲ୍ଲୀ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୭ଟି ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିମଧ୍ୟରୁ ଦେଶରେ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ସୁଦୃଢ଼ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri