Posted inଖେଳ

ବିରାଟ କୋହଲିଙ୍କୁ ବଡ଼ ଝଟ୍‌କା: ହାତରୁ ଖସିଗଲା…

ନୂଆଦିଲ୍ଲୀ,୨୪।୧: ସଦ୍ୟତମ ICC ଦିନିକିଆ ବ୍ୟାଟିଂ ରାଙ୍କିଂରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଯାଇଛି। ନ୍ୟୁଜିଲାଣ୍ଡର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଡାରିଲ ମିଚେଲ ଭାରତର ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ପଛରେ ପକାଇ ନମ୍ବର-୧ ସ୍ଥାନ ଅଧିକାର କରିଛନ୍ତି। ଭାରତ ବିପକ୍ଷରେ ସଦ୍ୟ ସମାପ୍ତ ଦିନିକିଆ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ମିଚେଲ ତାଙ୍କ କଠିନ ପରିଶ୍ରମର ପୁରସ୍କାର ମିଳିଛି।

ଡାରିଲ ମିଚେଲ ଭାରତ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡର ସବୁଠାରୁ ବଡ଼ ହିରୋ ପ୍ରମାଣିତ ହୋଇଥିଲେ। ସେ ସିରିଜରେ ଦୁଇଟି ଶତକ ହାସଲ କରିଥିଲେ ଏବଂ ତୃତୀୟ ଦିନିକିଆରେ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ମୋଟାମୋଟି ଭାବରେ, ମିଚେଲ ତିନୋଟି ମ୍ୟାରେରେ ୩୫୨ ରନ କରିଥିଲେ ଏବଂ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ। ତାଙ୍କର ଚମତ୍କାର ବ୍ୟାଟିଂ ନ୍ୟୁଜିଲାଣ୍ଡକୁ ଭାରତରେ ପ୍ରଥମ ଦିନିକିଆ ସିରିଜ ୨-୧ରେ ଜିତିବାରେ ସାହାଯ୍ୟ କରିଥିଲା।

ବିରାଟ କୋହଲି ମଧ୍ୟ ସିରିଜ ରେ ଦୃଢ଼ ବ୍ୟାଟିଂ କରିଥିଲେ। ସେ ତିନୋଟି ମ୍ୟାଚରେ ୨୪୦ ରନ କରିଥିଲେ, ପ୍ରଥମ ଦିନିକିଆରେ ୯୩ ରନ କରିଥିଲେ ଏବଂ ଇନ୍ଦୋରରେ ଖେଳାଯାଇଥିବା ନିର୍ଣ୍ଣାୟକ ମ୍ୟାଚରେ ୧୦୮ ବଲରୁ ୧୨୪ ରନ କରିଥିଲେ। ବିରାଟଙ୍କ ବ୍ୟାଟିଂ ପ୍ରଶଂସକମାନଙ୍କୁ ତାଙ୍କ ସୁବର୍ଣ୍ଣ ଯୁଗର ମନେ ପକାଇ ଦେଇଥିଲା। ତଥାପି, ଟିମ ଇଣ୍ଡିଆ ସିରିଜ ଜିତିବାରେ ବିଫଳ ହୋଇଛି ଏବଂ ବିରାଟ ରାଙ୍କିଙ୍ଗରେ ଏକ ସ୍ଥାନ ତଳକୁ ଖସି ଯାଇଛନ୍ତି।

ଡାରିଲ ମିଚେଲଙ୍କ ଏବେ ୮୪୫ ରେଟିଂ ପଏଣ୍ଟ ଅଛି। ବିରାଟ କୋହଲି ୭୯୫ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଉଲ୍ଲେଖଯୋଗ୍ୟ, ମିଚେଲ ପୂର୍ବରୁ କିଛି ଦିନି ପାଇଁ ନମ୍ବର-୧ ସ୍ଥାନ ବଜାୟ ରଖିଥିଲେ, କିନ୍ତୁ ତାଙ୍କର ରାଜତ୍ୱ କେବଳ ତିନି ଦିନ ଚାଲିଥିଲା। ଏଥର, ବର୍ଦ୍ଧିତ ଟି-୨୦ କ୍ରିକେଟ ସୂଚୀ ଯୋଗୁ, ମିଚେଲଙ୍କ ପାଖରେ ତାଙ୍କର ଶୀର୍ଷ ସ୍ଥାନ ବଜାୟ ରଖିବାର ଭଲ ସୁଯୋଗ ଅଛି।

ଆଫଗାନିସ୍ତାନର ଇବ୍ରାହିମ ଜାଦ୍ରାନ ICC ରାଙ୍କିଙ୍ଗରେ ତୃତୀୟ ସ୍ଥାନକୁ ଉଠିଛନ୍ତି, ରୋହିତ ଶର୍ମା ଚତୁର୍ଥ ସ୍ଥାନକୁ ଖସି ଯାଇଛନ୍ତି। ଭାରତୀୟ ଅଧିନାୟକ ଶୁବମନ ଗିଲ ଦୁଇଟି ଅର୍ଦ୍ଧଶତକ ସତ୍ତ୍ୱେ ପଞ୍ଚମ ସ୍ଥାନରେ ରହିଛନ୍ତି।
ଅଲରାଉଣ୍ଡରଙ୍କ ପାଇଁ ଦିନିକିଆ ରାଙ୍କିଙ୍ଗରେ ଗ୍ଲେନ ଫିଲିପ୍ସ ମଧ୍ୟ ଉନ୍ନତି କରିଛନ୍ତି। ସେ ୧୪ ସ୍ଥାନ ଉପରକୁ ଉଠି ମିଳିତ ୩୧ ତମ ସ୍ଥାନରେ ପହଞ୍ଚିଛନ୍ତି। ଆଫଗାନିସ୍ତାନର ଆଜମାତୁଲ୍ଲା ଓମାରଜାଇ ତାଲିକାର ଶୀର୍ଷରେ ରହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ, କ୍ଷତିପୂରଣ ପାଇଁ ଦାବି

ଥୁଆମୂଳ ରାମପୁର, ୨୫ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଧୂଳିଗୁଡ଼ା ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ପୂର୍ବତନ…

୨୭ରୁ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ, ବଲାଙ୍ଗୀର ବିଧାୟକ…

ବଲାଙ୍ଗୀର, ୨୫।୧ : ଆସନ୍ତା ୨୭ ଜାନୁଆରୀ ଠାରୁ ୧ ଫେବୃୟାରୀ ପର୍ଯ୍ୟନ୍ତ ମହାରାଜା ରାଜେନ୍ଦ୍ର ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣାମେଣ୍ଟ ବଲାଙ୍ଗୀର ଗାନ୍ଧୀ ଷ୍ଟାଡ଼ିୟମ୍‌…

ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଆଡ଼କୁ ବଢୁଛି ଭାରତ: କିନ୍ତୁ ମୁଣ୍ଡପିଛା ଆୟରେ ପଛରେ କାହିଁକି?

ନୂଆଦିଲ୍ଲୀ, ୨୫ା୧: ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତୀୟ ଅର୍ଥନୀତି, କିନ୍ତୁ ବଢୁନାହିଁ ମୁଣ୍ଡପିଛା ଆୟ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ରିପୋର୍ଟ ଅନୁଯାୟୀ ଭାରତର ଜିଡିପି…

ଗୋପାଳପୁର ମହୋତ୍ସବ ପାଇଁ ମା’ ତାରାତାରିଣୀଙ୍କୁ ନିମନ୍ତ୍ରଣ, ପ୍ରଥମଥର ପାଇଁ…

ପୁରୁଷୋତ୍ତମପୁର,୨୫/୧(ସବିତା ମିଶ୍ର): ଗୋପାଳପୁର ମହୋତ୍ସବକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ଗଞ୍ଜାମ ଜିଲାର ଗୋପାଳପୁର ଠାରେ ହେବାକୁଥିବା ବେଳାଭୂମି ମହୋତ୍ସବ ଲାଗି ପ୍ରଶାସନ…

ATMରୁ ଟଙ୍କା ବାହାରିଲାନାହିଁ, ହେଲେ ଆକାଉଣ୍ଟରୁ କଟିଲା ଟଙ୍କା? ମନେ ରଖନ୍ତୁ RBIର ଏହି ନିୟମ… 

ନୂଆଦିଲ୍ଲୀ,୨୫।୧:ଆମର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ, ଆମକୁ ପ୍ରାୟତଃ ନଗଦ ଟଙ୍କା ଆବଶ୍ୟକ ହୁଏ। ହେଲେ ସବୁବେଳେ ନଗଦ ଟଙ୍କା ରଖିବା କଷ୍ଟକର। ତେଣୁ ଆମେ…

ସରକାରଙ୍କ ବଡ଼ ଘୋଷଣା, ରୋହିତ ଶର୍ମା ଏବଂ ହରମନପ୍ରୀତ କୌରଙ୍କୁ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ,୨୫।୧:  ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ, ଭାରତ ସରକାର ପଦ୍ମ ପୁରସ୍କାର ପାଇଁ ମନୋନୀତ ୧୩୧ ଜଣଙ୍କ ତାଲିକା ପ୍ରକାଶ କରିଛନ୍ତି । ୧୩୧ ଜଣଙ୍କ ମଧ୍ୟରେ ୯…

ଟ୍ରମ୍ପଙ୍କ ଭୟରେ ବଙ୍କରରେ ଲୁଚିଲେ ଖାମେନେଇ; ଜାଣନ୍ତୁ ଏବେ କାହା ହାତରେ ଇରାନର ଦାୟିତ୍ୱ…?

ତେହରାନ,୨୫।୧: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ସମୟରେ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ତେହରାନରେ ନିର୍ମିତ…

ମରିଗଲା ମାନବିକତା; ବୃଦ୍ଧଙ୍କ ମୁଣ୍ଡକୁ ପିଟିଲେ, ବାଇକରେ ବାନ୍ଧି ୪-୫ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲେ…

ଭୋପାଳ,୨୫ା୧:  ମଧ୍ୟପ୍ରଦେଶର ରେୱା ଜିଲାରୁ ଏକ ଛାତିଥରା ଖବର ସାମ୍ନାକୁ ଆସିଛି ।ତିନି ଜଣ ଯୁବକ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବରେ ପିଟି ପିଟି ତାଙ୍କ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri