ବାର୍ସେଲୋନା,୧୯ା୫: ସ୍ପେନ ମିଡ୍ଫିଲ୍ଡର ଫର୍ମିନ ଲୋପେଜ ଆହତ ସମସ୍ୟା ଯୋଗୁ ଫିଫା ବିଶ୍ୱକପ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଡାହାଣ ଗୋଡ଼ ଫ୍ରାକ୍ଚର ହୋଇଥିବା ବାର୍ସେଲୋନା ପକ୍ଷରୁ କୁହାଯାଇଛି। ରବିବାର ଖେଳାଯାଇଥିବା ସ୍ପାନିଶ ଲିଗ୍ ମ୍ୟାଚ୍ରେ ୨୩ ବର୍ଷୀୟ ଲୋପେଜଙ୍କ ଗୋଡ଼ରେ ଆଘାତ ଲାଗିଛି।
ତାଙ୍କୁ ଅସ୍ତ୍ରୋପଚାରର ସମ୍ମୁଖୀନ ହେବାକୁ ପଡ଼ିବ। ତେବେ ସେ କେବେ ସୁଦ୍ଧା ରିକଭର କରିବେ ସେ ନେଇ କ୍ଲବ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇ ନାହିଁ। କିନ୍ତୁ ଆସନ୍ତା ମାସରେ ହେବାକୁ ଥିବା ବିଶ୍ୱକପ୍ ପୂର୍ୱରୁ ସେ ଫିଟ୍ ହେବାର ବିଶେଷ ସମ୍ଭାବନା ନାହିଁ।
ଲୋପେଜଙ୍କ ପ୍ରତିନିଧିତ୍ୱରେ ସ୍ପେନ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଫ୍ରାନ୍ସ ବିପକ୍ଷ ଫାଇନାଲରେ ସେ ଦୁଇଟି ଗୋଲ କରିବା ସହ ଟୁର୍ନାମେଣ୍ଟରେ ମୋଟ ୬ ଗୋଲ କରିଥିଲେ।