ଶରତଙ୍କୁ ବଡ଼ ଦାୟିତ୍ୱ: ଡୁମାଲ ସମାଜର ହେଲେ ସଭାପତି

ଲୋଇସିଂହା,୯ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଷାଠିଏ ଘର ଡୁମାଲ ସମାଜର ଜିଲା ପନୁଆ (ସଭାପତି) ଲମ୍ବୋଦର ମହାକୁର ତାଙ୍କ ପଦବୀରୁ ଗୁରୁବାର ଅବ୍ୟାହତ ନେଇଛନ୍ତି। ଏହାପରେ ତାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ପୁଅ ଶରତ ମହାକୁରଙ୍କୁ ଜିଲାର ନୁତନ ସଭାପତି ଭାବେ ଅଭିଷିକ୍ତ କରାଯାଇଛି। ପାଟଣାରାଜା ଓ ମହାରାଣୀଙ୍କ ଅନୁପସ୍ଥିତିରେ ରାଜ୍ୟ ଡୁମାଲ ପରିଷଦ ସଭାପତି ଦୟାସାଗର ମେଲ୍ଲି ଶରତଙ୍କୁ ପାଗା ପ୍ରଦାନ କରି ଦାୟିତ୍ୱ ଅର୍ପଣ କରିଥିଲେ। ରାଣୀପାଲି ମା’ ମାହେଶ୍ୱରୀ ପୀଠ ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ରାଜ୍ୟ ଯୁବ ସଭାପତି ଦୟାନିଧି ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଡୁମାଲ ପରିଷଦ ସଭାପତି ମେଲ୍ଲି, ଉପସଭାପତି ସୁଦାମ ଖମାରୀ, ପୂର୍ବତନ ରାଜ୍ୟ ସଭାପତି ଦେବାର୍ଚ୍ଚନ ଚାଉଲିଆ, ସମ୍ବଲପୁର ଜିଲା ସଭାପତି ଦେବୀଲାଲ ପଧାନ, ବୌଦ୍ଧ ଜିଲା ସଭାପତି ସୀତାଂଶୁ କୁମାର ମହାକୁର, ସୁବର୍ଣ୍ଣପୁର ଜିଲା ସଭାପତି ଅଶ୍ୱିନୀ ମହାକୁର, ରାଜ୍ୟ କୋଷାଧ୍ୟକ୍ଷ ବିପିନ ପାତ୍ର, ଜିଲା ସମ୍ପାଦକ ବୃଷଭ ଦନ୍ତା ପ୍ରମୁଖ ମଞ୍ଚାସୀନ ହୋଇଥିଲେ ା ଏହି କାର୍ଯ୍ୟକ୍ରମରେ ଜିଲାର ୨୩ କେନ୍ଦ୍ରର ସଭାପତି, ଚକ ସଭାପତି ସମେତ ଜିଲା ତଥା ପଡୋସୀ ଜିଲାର ଶତାଧିକ ଜାତିଭାଇ ଯୋଗଦେଇଥିଲେ। ନୁତନ ସଭାପତିଙ୍କୁ ଅଭିଷିକ୍ତ କରିବା ପାଇଁ ସ୍ଥାନୀୟ ମା’ ମାହେଶ୍ୱରୀ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାଛଡା ପଣ୍ଡିତ ପ୍ରସନ୍ନ ଖମାରୀ ଓ ପୂଜକ ସୀତାରାମ ବ୍ରହ୍ମା ହୋମଯଜ୍ଞ କରିଥିଲେ ା ଅବ୍ୟାହତ ସଭାପତି ଏବଂ ନୁତନ ସଭାପତିଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ମତାନ୍ତରକୁ ଭୁଲି ସମାଜରେ ଏକତା ସ୍ଥାପନ ଏବଂ ସମାଜରେ ଶିକ୍ଷା, ଆର୍ଥିକ ଓ ସମାଜିକ ସ୍ତରରେ ଉନ୍ନତୀ ପାଇଁ କାର୍ଯ୍ୟ କରିବାକୁ ଅତିଥିମାନେ ଆହ୍ବାନ ଜଣାଇଥିଲେ। ସୂଚନାଯୋଗ୍ୟ, ଶରତ ହଷ୍ଠତମ ଉତ୍ତରାଧିକାରୀ ଭାବେ ଜିଲା ସଭାପତି ହୋଇଛନ୍ତି। ୧୮୮୮ରେ ତାଙ୍କ ପଣଅଜା ଚରଣ ମହାକୁର ଏହି ପଦବୀ ହାସଲ କରିଥିଲେ। ସେତେବଳେ ପାଟଣା ଷ୍ଟେଟରର ମହାରାଜା ପୃଥୀରାଜ ସିଂଦେଓ ଚରଣଙ୍କୁ ପ୍ରଥମ ଜିଲା ସଭାପତି ଭାବେ ଅବସ୍ତାପିତ କରିଥିଲେ ା

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନ ରାନ୍ଧିଲେ ଗ୍ରାମବାସୀ 

ମୋରଡ଼ା,୨୫ା୨(ସ୍ମାରକ ମାଜୀ):  ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ସରାଶୋଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।…

ଯୁବତୀଙ୍କୁ ବଳାତ୍କାର ପରେ ଛାତରୁ ଠେଲି ହତ୍ୟା, ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର, ପର୍ଦ୍ଦାଫାଶ କଲା ପୋଲିସ

ପାରାଦୀପ,୨୫।୨(ଶରତ ରାଉତ): ପାରାଦୀପ ତାରିଣୀଗଡା ଅଞ୍ଚଳର ବହୁଚର୍ଚ୍ଚିତ ମହିଳା ମୃତ୍ୟୁ ଘଟଣାରେ ପୋଲିସକୁ ଅନେକ ସୂଚନା ମିଳିଛି। ମୃତକାଙ୍କ ପରିଚୟ ମିଳିବା ସହ ବଳାତ୍କାର ପରେ ଛାତରୁ…

ପୁଣି ଉଠିଲା ଆନନ୍ଦପୁରକୁ ସ୍ବତନ୍ତ୍ର ଜିଲା ଘୋଷଣା ଦାବି

ବଞ୍ଚୋ,୨୫ା୨(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ସ୍ବତନ୍ତ୍ର ଜିଲା ମାନ୍ୟତା ପାଇବା ପାଇଁ ସମସ୍ତ ସର୍ତ୍ତ ପୂରଣ କରୁଥିବା ସତ୍ତ୍ୱେ ଏହା ଅବହେଳିତ ହୋଇରହିଛି। ଦୁଇ…

ମା’-ବାପାଙ୍କୁ ଅବହେଳା କରିବା ପଡିବ ମହଙ୍ଗା, ପୋଲିସର ସୁରକ୍ଷା ବଳୟରେ ରହିବେ ସିନିୟର ସିଟିଜେନ

କଟକ,୨୫।୨: ଏଣିକି ଓ ପୋଲିସର ସୁରକ୍ଷା ବଳୟ ଭିତରେ ସୁରକ୍ଷିତ ରହିବେ ବୃଦ୍ଧ ପିତାମାତା। ସିନିୟର ସିଟିଜେନଙ୍କୁ ଓଡ଼ିଶା ପୋଲିସ ସୁରକ୍ଷା ଦେବ । ଏଥିପାଇଁ ହାଇକୋର୍ଟ…

ଫାଇଲ ତଳେ ଚାପି ହୋଇଛି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ପାଣି ମୁନ୍ଦେ ପାଇଁ…

ମହାକାଳପଡ଼ା,୨୫ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବରକନ୍ଧା ପଞ୍ଚାୟତ ସ୍ଥାନୀୟ ତେନ୍ତୁଲି କନ୍ଧା ଗାଁରେ ପାଣି ମୁନ୍ଦେ ପାଇଁ ଠାକୁରାଣୀଙ୍କ ଚନ୍ଦନ…

ଛାତ୍ରୀମାନେ ଆତ୍ମରକ୍ଷା କୌଶଳ ଜାଣିବା ଜରୁରୀ: ଶାରୀରିକ-ମାନସିକ ସ୍ତରରେ…

ଭଞ୍ଜନଗର,୨୫।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପକ୍ଷରୁ ବୁଧବାର ଛାତ୍ରୀ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହା ଆସନ୍ତା ୬…

ଜଣଙ୍କୁ ସାଇକେଲରୁ ଟାଣି ନେଇ ଦଳିଦେଲା ହାତୀ, ଆଉ ଜଣଙ୍କୁ ବାଡ଼ିପଟୁ ଭିଡ଼ିନେଇ…

ନୟାଗଡ଼/ରଣପୁର,୨୫ା୨(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ): ଖୋର୍ଦ୍ଧା ବନଖଣ୍ଡର ପୃଥକ୍‌ ପୃଥକ୍‌ ସ୍ଥାନରେ ଦୁଇଟି ଭିନ୍ନଭିନ୍ନ ହାତୀ ଆକ୍ରମଣରେ ବୁଧବାର ସକାଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ…

ଆଜି ହୋଇଥାନ୍ତା ନାବାଳିକାଙ୍କ ବାହାଘର, ହଠାତ୍‌ ଘରେ ପହଞ୍ଚିଲା ପୋଲିସ ପ୍ରଶାସନ, ତା’ପରେ…

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ନାରାୟଣପୁର ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକଙ୍କୁ ବିବାହ କରିବା ପାଇଁ ନିମନ୍ତ୍ରଣପତ୍ର ବଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri