ବଡ଼ ଖବର: ନେତାନ୍ୟାହୁଙ୍କ ବେଡ୍‌ ରୁମ୍‌ ଉପରେ ମିଶାଇଲ୍‌ ମାଡ଼ କଲା ଇରାନ

ତେଲ ଅଭିଭ,୧୬।୬: ଇରାନ ସହିତ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଇରାନ ମୋତେ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ତେହେରାନରୁ ଏକ ମିଶାଇଲ୍‌ ମୋ ବେଡ୍‌ରୁମ୍‌ର ଝରକା ଉପରେ ପଡ଼ିଥିଲା। କିନ୍ତୁ ସେମାନଙ୍କର ପ୍ରୟାସ ବିଫଳ ହୋଇଥିଲା।

ସେ କହିଛନ୍ତି, ଇରାନର ଆତଙ୍କବାଦୀ ସରକାର କେବଳ ତାଙ୍କୁ ନୁହେଁ ବରଂ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସବୁଠାରୁ ବଡ଼ ବିପଦ ବୋଲି ବିବେଚନା କରେ। ସେମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।

ଇରାନର ଘାତକ ଆକ୍ରମଣ ପରେ ଇସ୍ରାଏଲ୍‌ କ୍ରମାଗତ ଚତୁର୍ଥ ଦିନ ପାଇଁ ତେହରାନ ଉପରେ ଜୋର୍‌ଦାର ଆକ୍ରମଣ କରିଛି। ଇରାନର ଶକ୍ତି ଶିଳ୍ପ ଏବଂ ତେହରାନରେ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟାଳୟକୁ ଟାର୍ଗେଟ କରି ଇସ୍ରାଏଲୀ ସେନା ଆକ୍ରମଣ କରିଥିବାବେଳେ ତେହରାନ୍‌ର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଛି। ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ୍‌ ଆକ୍ରମଣରେ ଇରାନରେ ଅନୂ୍ୟନ ୪୦୬ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୬୫୪ ଜଣ ଆହତ ହୋଇଥିବା ଏକ ମାନବାଧିକାର ସଂଗଠନ କହିଛି। ଇସ୍ରାଏଲ୍‌ର ସାଧାରଣ ନାଗରିକଙ୍କୁ ଟାର୍ଗେଟ କଲେ ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ରବିବାର ଚେତାବନୀ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଆକ୍ରମଣ ଜାରି ରହିଥିବାରୁ ଆମେରିକା ସହ ଇରାନର ଆଣବିକ ଆଲୋଚନା ବାତିଲ ହୋଇଛି। ଗତ ମାସରେ ବାଣିଜ୍ୟ ଥୋପ କରି ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଥିଲାବେଳେ ଇରାନ ଓ ଇସ୍ରାଏଲ ମଧ୍ୟରେ ଅନୁରୂପ ଡିଲ୍‌ କରିପାରିବେ ବୋଲି ରବିବାର ଦାବି କରିଛନ୍ତି।

ଇସ୍ରାଏଲ୍‌ ‘ଅପରେଶନ ରାଇଜିଂ ଲାୟନ’ ନାମରେ ଶୁକ୍ରବାର ଅଚାନକ ଇରାନର ଆଣବିକ ସ୍ଥଳ ଓ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରି ଜୋର୍‌ଦାର ଆକ୍ରମଣ କରିବାରୁ ଏହାର ସେନାମୁଖ୍ୟଙ୍କ ସମେତ କେତେଜଣ ଶୀର୍ଷ ଜେନେରାଲ ଏବଂ ଆଣବିକ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଇରାନ ଇସ୍ରାଏଲ୍‌ ଉପରେ ଶତାଧିକ ଡ୍ରୋନ୍‌ ଏବଂ ମିଶାଇଲ ମାଡ଼ କରିଥିଲା। ପରେ ଇସ୍ରାଏଲ୍‌ ଇରାନର ୨ଟି ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରିଛି। ଇରାନର ବୁଶେର ପ୍ରଦେଶର ସାଉଥ୍‌ ପାର୍ସରେ ରହିଥିବା ବିଶ୍ୱର ସର୍ବବୃହତ୍‌ ଗ୍ୟାସ୍‌ ଫିଲ୍ଡରେ ଶନିବାର ଇସ୍ରାଏଲ୍‌ ଡ୍ରୋନ୍‌ ଆକ୍ରମଣ କରିବାରୁ ଏକ ପ୍ରୋସେସିଂ ୟୁନିଟ୍‌ରେ ନିଆଁ ଲାଗିଯାଇଛି। ଫଳରେ ସେଠାରୁ ଉତ୍ପାଦନ ଆଂଶିକ ବନ୍ଦ ରହିଛି।

ଇସ୍ରାଏଲ୍‌ ଇସ୍‌ଲାମିକ ରିପବ୍ଲିକ୍‌ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କଲେ ଆମେ ଆକ୍ରମଣ କରିବୁ ନାହିଁି ବୋଲି ରବିବାର ତେହରାନ କହିଛି। ଶନିବାର ରାତିରୁ ଇସ୍ରାଏଲ୍‌ ଉପରେ ଇରାନ ଶତାଧିକ ମିଶାଇଲ ମାଡ଼ କରିଥିଲା। ଏଥିରେ ଅନୂ୍ୟନ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦୦ ଜଣ ଆାହତ ହୋଇଥିବା ଇସ୍ରାଏଲ୍‌ ଜରୁରୀ ସେବା ବିଭାଗ କହିଛି। ଅନ୍ୟପକ୍ଷରେ ଇସ୍ରାଏଲ୍‌ କହିଛି, ଇରାନ ଅଣୁଅସ୍ତ୍ର ବିକାଶ ବନ୍ଦ କରିବା ଆମେ ଚାହୁଁ। ଆମେରିକା ରାଷ୍ଟ୍ରପତି ଇସ୍ରାଏଲ୍‌ର ସାମରିକ କାର୍ଯ୍ୟାନୁଷ୍ଠାନକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଇରାନ ଯଦି ଆଣବିକ ଚୁକ୍ତିନାମା ପାଇଁ ରାଜି ହୁଏ, ତେବେ ଆଉ ଧ୍ୱଂସଲୀଳା ହେବ ନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri