Posted inଜାତୀୟ

ଯୁଦ୍ଧ ଭିତରେ ବଡ଼ ଖବର, ପୃଥିବୀଆଡକୁ ମାଡି ଆସୁଛି ପରମାଣୁ ଭଳି ବଡ଼ ଉପଗ୍ରହ, ଏଇଠି ପିଟି ହେବ…

ନୂଆଦିଲ୍ଲୀ,୬।୫: ଯୁଦ୍ଧ ସ୍ଥିତି ଭିତରେ ଆସିଲା ବଡ଼ ଖବର। ୫୩ ବର୍ଷ ତଳର ଗୋଟିଏ ଉପଗ୍ରହ, ଏବେ ପୃଥିବୀଆଡକୁ ମାଡି ଆସୁଛି । ମହାକାଶରେ ଘୂରି ବୁଲୁଥିବା ଏହି ଉପଗ୍ରହ, ଯେକୌଣସି ମୁହୂର୍ତ୍ତରେ ପୃଥିବୀରେ ମାଡ଼ ହେବା ସହିତ ବଡ଼ ଧରଣର ବିସ୍ଫୋରଣ କରିପାରେ । କୁହାଯାଉଛି ମେ ୧୦ ତାରିଖବେଳକୁ ଏହି ଉପଗ୍ରହ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିପାରେ । ଆଉ ପୃଥିବୀର ବାୟୁମଣ୍ଡଳରେ ଏହା ପଶିବା ମାତ୍ରେ ଏହା ଭୂଇଁ ଆଡ଼କୁ ଅତି ଜୋରରେ ଆସିବା ସହିତ ପୃଥିବୀ ପୃଷ୍ଠରେ ମାଡ଼ ହେଇପାରେ ।

୫ ଶହ କିଲୋର ଓଜନ ବିଶିଷ୍ଟ ଏହି ଉପଗ୍ରହକୁ ୧୯୭୨ ମସିହାରେ ସୋଭିଏଗତ ୟୁନିୟନ ଲଞ୍ଚ କରିଥିଲା । ଯାହାକି ଶୁକ୍ର ଗ୍ରହରେ ଲ୍ୟାଣ୍ଡ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଶୁକ୍ର ଗ୍ରହରେ ଅଧିକ ଗରମ ସହିତ ବର୍ଷା ହେଉଥିବା କାରଣରୁ ଏହି ଉପଗ୍ରହକୁ ସବୁ ପରିସ୍ଥିତିକୁ ସହିବାକୁ ଡିଜାଇନ କରାଯାଇଥିଲା । ହେଲେ ଟେକ୍ନିକାଲ ଭୁଲ ପାଇଁ ଏହି ଉପଗ୍ରହ ଶୁକ୍ର ଗ୍ରହରେ ଲ୍ୟାଣ୍ଡ ନ କରି ପୃଥିବୀର କକ୍ଷରେ ଫସିଯାଇଥିଲା ।
ଯାହାପରେ କେବଳ ଲ୍ୟାଣ୍ଡରଟି ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ପୃଥିବୀ ଚାରିପଟେ ବୁଲିଆସୁଥିଲା ହେଲେ ଏହି ସାମାନ୍ୟ ଉପଗ୍ରହଟି ପୃଥିବୀ ପାଇଁ ଏବେ ବଡ଼ ବିପଦ ସାଜିଛି । ନେଦରଲ୍ୟାଣ୍ଡର ଡିଫେଲ୍ଟ ଟେକ୍ନିକାଲ ୟୁନିଭର୍ସିଟିର ଜଣେ ଅଧ୍ୟାପକଙ୍କ କହିବା ଅନୁଯାୟୀ, ଏହି ଉପଗ୍ରହଟି କୌଣସି ବି ମୁହୂର୍ତ୍ତରେ ପୃଥିବୀ ଉପରେ ମାଡ଼ ହେଇପାରେ ।

କୁହାଯାଉଛି ଏହି ଉପଗ୍ରହଟି ପୃଥିବୀ ପୃଷ୍ଠରେ ମାଡ଼ ହେଲେ ଏସିଆ, ୟୁରୋପ କିମ୍ବା ଆମେରିକାର କୌଣସି ଅଞ୍ଚଳରେ ପଡିପାରେ । ଏହାସହ ପୃଥିବୀର ଅନେକ ଅଞ୍ଚଳରେ ମହାସାଗର ଥିବାରୁ ଏହି ମହାସାଗରରେ ମଧ୍ୟ ପଡିପାରେ । ହେଲେ ଯଦି ମହାସାଗର ବାଦ, ଏହା ପୃଥିବୀର ଭୂ-ପୃଷ୍ଠରେ ପଡ଼େ ତେବେ ବଡ଼ ଧରଣ ବିସ୍ଫୋରଣ ହେଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri