ସୁଭଦ୍ରାକୁ ନେଇ ଆସିଲା ବଡ଼ ଖବର, ଏହିଦିନ ମିଳିବ ଟଙ୍କା…

ଭୁବନେଶ୍ୱର,୨୨ା୭: ସୁଭଦ୍ରାକୁ ନେଇ ବଡ଼ ଖବର। ରାଜ୍ୟରେ ଆରମ୍ଭ ହୋଇଛି ସୁଭଦ୍ରା ସମୀକ୍ଷା କାର୍ଯ୍ୟକ୍ରମ। ରାଜ୍ୟରେ ଅଙ୍ଗନୱାଡ଼ି ଦିଦି, ଏସଏଚଜି ମହିଳା ଓ ଉଚ୍ଚ ଶିକ୍ଷା ବିଭାଗର ଛାତ୍ରୀଛାତ୍ର ସୁଭଦ୍ରା ଯୋଜନାର ସମୀକ୍ଷା କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରି କହିଛନ୍ତି । ଆଇଆଇଏମ ସମ୍ବଲପୁରର ମଡେଲ ସହ ଉଚ୍ଚଶିକ୍ଷା ବିଭାଗର ଛାତ୍ରୀଛାତ୍ରଙ୍କ ସହଯୋଗରେ ମହିଳା ଶିଶୁ ବିକାଶର ମିଳିତ ଉଦ୍ୟମରେ ରାଜ୍ୟବ୍ୟାପୀ ଏହି ସୁଭଦ୍ରା ସମୀକ୍ଷା କରାଯିବ ।

ରାଜ୍ୟରେ ୨୦୦ରୁ ଅଧିକ ଅଙ୍ଗନୱାଡ଼ି କେନ୍ଦ୍ରର ମଧ୍ୟ ଏହି କାର୍ଯ୍ୟକ୍ରମ ଜରିଆରେ ସମୀକ୍ଷା କରାଯିବ। ଏକ ସତନ୍ତ୍ର ଆପ ମାଧ୍ୟମରେ ଏହି ସବୁ ସମୀକ୍ଷା ହେବ। ସୁଭଦ୍ରା ଯୋଜନା ଦୁଇଥର ପାଇବା ପରେ ତାହାକୁ ଅନୁଧ୍ୟାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ହିତାଧିକାରୀ କିପରି ଦୁଇଟି କିସ୍ତିକୁ ଖର୍ଚ୍ଚ କରିଛନ୍ତି ତାହାକୁ ଅନୁଧ୍ୟାନ କରାଯିବ। ଏଥିରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମେମ୍ବରଙ୍କ ସହ ପିଆରଆଇ ମେମ୍ବର, ଅଙ୍ଗନୱାଡ଼ି ମେମ୍ବର ଓ ହେଲ୍ପରଙ୍କ ସହ ଉଚ୍ଚଶିକ୍ଷା ବିଭାଗର ଛାତ୍ରୀଛାତ୍ର ଏହି ଦିଗରେ କାର୍ଯ୍ୟ କରିବେ। ଏହି କାର୍ଯ୍ୟକ୍ରମ ୨୨ ହଜାର ମହିଳାଙ୍କୁ ସୁଭଦ୍ରା ସମୀକ୍ଷା କରିବାକୁ ପ୍ରାୟ ୧ ମାସ ସମୟ ଲାଗିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଆସନ୍ତା ରକ୍ଷାବନ୍ଧନରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ମିଳିବ। ଆସନ୍ତା ଅଗଷ୍ଟ ୯ ତାରିଖରେ ଓଡ଼ିଶାର ମହିଳା ପାଇବେ ସୁଭଦ୍ରା ତୃତୀୟ କିସ୍ତି।ଯେଉଁମାନେ ଦ୍ୱିତୀୟ କିସ୍ତି ପାଇନାହାନ୍ତି ଆସନ୍ତା ୨ ଦିନ ମଧ୍ୟରେ ସମ୍ପୃକ୍ତ ହିତାଧିକାରୀଙ୍କ ତାଲିକାକୁ ରିଭ୍ୟୁ କରାଯିବ।ବହୁ ଜଲଦି ଯୋଗ୍ୟ ହିତାଧିକାରୀ ପାଇବେ ସୁଭଦ୍ରାକ୍‌ର ସମସ୍ତ କିସ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri