ବିଧାୟକଙ୍କ ବଡ଼ ସୂଚନା: ପିପିପି ମୋଡ୍‌ରେ ଚାଲିବ ବରଗଡ଼ କ୍ୟାନ୍‌ସର ହସ୍ପିଟାଲ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ କ୍ୟାନ୍‌ସର ହସ୍ପିଟାଲରେ ଦୀର୍ଘଦିନ ହେଲା ତାଲା ଝୁଲୁଛି। ଏହାକୁ ନେଇ ଗତମାସ ବିରୋଧୀ ବିଜେଡି ଶାସକ ଭାଜପା ସରକାରକୁ କଡ଼ା ସମାଲୋଚନା କରିଥିବାବେଳେ ୟୁନାଇଟେଡ୍‌ ଫୋରମ ଫର୍‌ କ୍ୟାନ୍‌ସର ହସ୍ପିଟାଲ ଏଟ ବରଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହୋଇ କ୍ୟାନ୍‌ସର ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛି। ଏହାପରେ ରାଜ୍ୟ ସରକାର ଏଥିପ୍ରତି ତତ୍ପରତା ପ୍ରକାଶ କରିଛନ୍ତି। ରବିବାର ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ଏନିମିଆ ଓ କ୍ୟାନ୍‌ସର ରୋଗ ଚିହ୍ନଟ ଶିବିରରେ ଯୋଗ ଦେଇ ସ୍ଥାନୀୟ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି, ରାଜ୍ୟ ସରକାର ବରଗଡ଼ କ୍ୟାନ୍‌ସର ହସ୍ପିଟାଲକୁ ପ୍ରାଇଭେଟ-ପବ୍ଲିକ-ପାର୍ଟନରଶିପ (ପିପିପି) ଅର୍ଥାତ୍‌ ସର୍ବସାଧାରଣ ବେସରକାରୀ ଭାଗୀଦାରି ମୋଡ୍‌ରେ ଚଳାଇବାକୁ ଯୋଜନା କରିଛନ୍ତି। ଏହି କ୍ରମରେ ରବିବାର ହାଇଦ୍ରାବାଦର ଏକ ସଂସ୍ଥାର ଟିମ୍‌ ପହଞ୍ଚି ତାଙ୍କ ସହିତ ୪୫ ମିନିଟ ପର୍ଯ୍ୟନ୍ତ ଆଲୋଚନା କରିବା ପରେ କ୍ୟାନ୍‌ସର ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଯଦି ଉଦ୍ଦିଷ୍ଟ ଗାଇଡଲାଇନ ଅନୁଯାୟୀ, ଉଭୟ ରାଜ୍ୟ ସରକାର ଓ ସମ୍ପୃକ୍ତ ସଂସ୍ଥା ମଧ୍ୟରେ ସହମତି ପ୍ରକାଶ ପାଇବ, ତେବେ ଆସନ୍ତା ୪ରୁ ୬ମାସ ମଧ୍ୟରେ ଉକ୍ତ କ୍ୟାନ୍‌ସର ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ବିଧାୟକ ଷଡ଼ଙ୍ଗୀ କହିଥିଲେ। ସେହିପରି ସେ ଆହୁରି କହିଥିଲେ, ଫୋରମ ଫର୍‌ କ୍ୟାନ୍‌ସର ହସ୍ପିଟାଲ ଏଟ ବରଗଡ଼ ତଥା ଫାଇଟର୍ସ ଗ୍ରୁପ୍‌ର ଏକ ପ୍ରତିନିଧି ଦଳ ସମେତ ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କୁ ନେଇ ବୈଠକ ବସିଥିଲା ଏବଂ ବରଗଡ଼ କ୍ୟାନ୍‌ସର ହସ୍ପିଟାଲକୁ ନେଇ ହୋଇଥିବା ଦାବି ସମୂହ ଉପରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ଉକ୍ତ କ୍ୟାନ୍‌ସର ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବାକୁ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି ଏବଂ ଇତିମଧ୍ୟରେ ୧୨୦ ଶଯ୍ୟା ଏବଂ ଆବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣରେ ବରଗଡ଼ କ୍ୟାନସର ହସ୍ପିଟାଲକୁ ପହଞ୍ଚି ସାରିଛି ବୋଲି ବିଧାୟକ ଷଡ଼ଙ୍ଗୀ କହିଛନ୍ତି। ସେହିପରି କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲ ମାଧ୍ୟମରେ ବରଗଡ଼ କ୍ୟାନ୍‌ସର ହସ୍ପିଟାଲକୁ ଔଷଧ ନ ଆସି ଯେଭଳି ସିଧାସଳଖ ଉକ୍ତ ହସ୍ପିଟାଲକୁ ଉଦ୍ଦିଷ୍ଟ ଔଷଧ ପହଞ୍ଚି ପାରିବ, ସେ ନେଇ ମଧ୍ୟ ତାଙ୍କଠାରେ ଦାବି ହୋଇଥିଲା। ଏ ନେଇ ସେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠିରେ ଅବଗତ କରିଥିଲେ ଓ ଚିଠିର ମଧ୍ୟ ଉତ୍ତର ଆସି ଯାଇଛି ଏବଂ ସେହି ଦାବି ମଧ୍ୟ ପୂରଣ ହୋଇଯାଇଛି ବୋଲି ବିଧାୟକ ଷଡ଼ଙ୍ଗୀ ନିଜ ବକ୍ତବ୍ୟରେ ସୂଚନା ଦେଇଥିଲେ। ତେବେ ଡାକ୍ତରଖାନାକୁ ଯେଭଳି ଯିବାକୁ ପଡିବ ନାହିଁ, ସେଥିପ୍ରତି ସମସ୍ତେ ସଚେତନ ହୋଇ ନୀରୋଗ ରହିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।
ସୂଚନା ଅନୁଯାୟୀ, ବରଗଡ଼ ଜିଲାରେ ଦିନକୁ ଦିନ କ୍ୟାନସର ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢିବାରେ ଚାଲିଛି। ଏହା ଚିନ୍ତାଜନକ ହୋଇ ପଡିଥିବାବେଳେ ଦେଶରେ ବରଗଡ଼ ଜିଲା କ୍ୟାନସର ରୋଗର ଏକ ହବ୍‌ ପାଲଟିଥିବା ସାଧାରଣରେ ଆଲୋଚିତ ହେଉଛି।
ଏହି କ୍ରମରେ ଫୋରମ ଫର୍‌ କ୍ୟାନ୍‌ସର ହସ୍ପିଟାଲ ଏବଂ ବରଗଡ଼ ଫାଇଟର୍ସ ଗ୍ରୁପ ସମେତ ବିଭିନ୍ନ ଅନୁଷ୍ଠାନ ବରଗଡ଼ରେ କ୍ୟାନସର ହସ୍ପିଟାଲ ସ୍ଥାପନ ପାଇଁ ଦାବି କରିଥିଲେ। ସେହି ଦାବିକୁ ସମ୍ମାନ ଜଣାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ରେ କ୍ୟାନସର ହସ୍ପିଟାଲ ସ୍ଥାପିତ କରିଥିଲେ। ୨୦୨୧ ଶେଷଭାଗକୁ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥି ସଙ୍ଗେସଙ୍ଗେ ହସ୍ପିଟାଲ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିଲା ଏବଂ ୨୦୨୪ ଜାନୁଆରୀ ମାସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ଲୋକାର୍ପିତ ହୋଇଥିଲା। ଏଥିସହିତ ୩ଜଣ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ଦିଆଯାଇ କ୍ୟାନସର ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଇଥିଲା। କିନ୍ତୁ ଉଚ୍ଚଶିକ୍ଷା ପାଇଁ ସମ୍ପୃକ୍ତ ଡାକ୍ତରମାନେ ରାଜ୍ୟ ବାହାରକୁ ଚାଲିଯିବା ପରେ ସେହିଦିନଠାରୁ ଉକ୍ତ କ୍ୟାନସର ହସ୍ପିଟାଲରେ ତାଲା ଝୁଲୁଛି। କ୍ୟାନସର ହସ୍ପିଟାଲର ଏଭଳି ଅଚଳାବସ୍ଥାକୁ ନେଇ ବରଗଡ଼ ଜିଲା ବିଜେଡି ଗତମାସ ୧୬ତାରିଖ ଏକ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ଆନ୍ଦୋଳନ ଚେତାବନୀ ଦେଇଥିବାବେଳେ ଗତ ୨୦ତାରିଖ ଫୋରମ ଫର୍‌ କ୍ୟାନସର ହସ୍ପିଟାଲ ଏଟ ବରଗଡ଼ର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଉକ୍ତ କ୍ୟାନସର ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri