Posted inଜାତୀୟ

ମିଳିଗଲା ପାକିସ୍ତାନ ବିରୋଧରେ ଏକ ବଡ଼ ପ୍ରମାଣ: ଏବେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବ ଭାରତ

ନୂଆଦିଲ୍ଲୀ,୨୯।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଭାବରେ ଚିହ୍ନଟ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଅଲି ଭାଇ ଏବଂ ଆଦିଲ ହୁସେନ ଠୋକରଙ୍କ ସହିତ ହାସିମ ମୁସା ଓରଫ ସୁଲେମାନର ନାମ ସାମିଲ ଅଛି। ଆତଙ୍କବାଦୀ ହାସିମ ମୁସା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଏହାର ପାକିସ୍ତାନ ସଂଯୋଗ ମଧ୍ୟ ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ପାକିସ୍ତାନୀ ବଂଶୋଦ୍ଭବ ହାସିମ ମୁସା ଓରଫ ଆସିଫ ଫୌଜି ଓରଫ ସୁଲେମାନ ପୂର୍ବରୁ ପାକିସ୍ତାନୀ ସେନାର ସ୍ପେଶାଲ ଫୋର୍ସ SSG (ସ୍ପେଶାଲ ସିକ୍ୟୁରିଟି ଗ୍ରୁପ)ର କମାଣ୍ଡୋ ଥିଲେ। ପାକିସ୍ତାନୀ ସେନାରେ ତାଙ୍କର ସେବା ଯୋଗୁ ସେ ‘ଫୌଜି’ ଭାବରେ ମଧ୍ୟ ଜଣାଶୁଣା ଥିଲେ। ସୁରକ୍ଷା ଏଜେନ୍ସିଗୁଡ଼ିକ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ଏହା ସେହି ଗୋଷ୍ଠୀ କି ଯେଉଁମାନେ ଦେଢ଼ ବର୍ଷ ପୂର୍ବେ ପୁଞ୍ଚ ରାଜୌରୀରେ ଅନୁପ୍ରବେଶ କରିଥିଲେ।

ଏହି ଆକ୍ରମଣରେ ସାମିଲ ଥିବା ତିନି ଜଣ ଆତଙ୍କବାଦୀଙ୍କୁ ଆସିଫ ଫୁଜି, ସୁଲେମାନ ଶାହ ଏବଂ ଆବୁ ତଲହା ଭାବରେ ଚିହ୍ନଟ କରାଯାଇଛି। ଏହି ଆତଙ୍କବାଦୀମାନେ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (TRF) ନାମକ ଏକ ଆତଙ୍କବାଦୀ ସଂଗଠନ ସହିତ ଜଡିତ, ଯାହା ନିଷିଦ୍ଧ ସଂଗଠନ ଲସ୍କର-ଏ-ତୋଇବାର ଏକ ଶାଖା। ପହଲଗାମରୁ ୬ କିଲୋମିଟର ଦୂରରେ ଅବସ୍ଥିତ ବୈସାରଣ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ଉପରେ ଏହି ଲୋକମାନେ ହଠାତ୍‌ ଗୁଳି ଚଳାଇଥିଲେ।

ସୁରକ୍ଷା ଏଜେନ୍ସିଗୁଡ଼ିକ ଲସ୍କର-ଏ-ତୋଇବାର ଶୀର୍ଷ ଆତଙ୍କବାଦୀ ସୈଫୁଲ୍ଲା କସୁରୀ ଓରଫ ଖାଲିଦକୁ ଏହି ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଦର୍ଶାଇଛନ୍ତି। ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଏହା ମଧ୍ୟ ଜାଣିପାରିଛନ୍ତି ଯେ, ଏହି ଆତଙ୍କବାଦୀମାନଙ୍କର ଡିଜିଟାଲ ପାଦଚିହ୍ନ ପାକିସ୍ତାନର ମୁଜାଫରାବାଦ ଏବଂ କରାଚୀର ନିରାପଦ ଆଶ୍ରୟସ୍ଥଳ ସହିତ ଜଡିତ, ଯାହା ସୀମାପାର ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ନିଶ୍ଚିତ କରେ।

ଏହି ଆକ୍ରମଣ ପରେ, ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଥିଲା ଯେ, ସେନା ଶୈଳୀର ପୋଷାକ ଏବଂ କୁର୍ତ୍ତା-ପାଇଜାମା ପିନ୍ଧିଥିବା ପାଞ୍ଚରୁ ଛଅ ଜଣ ଆତଙ୍କବାଦୀ ନିକଟସ୍ଥ ଘନ ଜଙ୍ଗଲରୁ ଆସିଥିଲେ ଏବଂ ସେମାନେ AK-47 ଭଳି ବିପଜ୍ଜନକ ଅସ୍ତ୍ରଶସ୍ତ୍ର ବହନ କରୁଥିଲେ। ଆକ୍ରମଣ ପରେ, ସୁରକ୍ଷା ବାହିନୀ ଏକ ବଡ଼ ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ସ୍ଥାନୀୟ ଆତଙ୍କବାଦୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri