ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବାର ପ୍ରଥମ ଦିନରେ ନେବେ ବଡ଼ ନିଷ୍ପତ୍ତି: ହୋଇଗଲା ଖୁଲାସା

ଓ୍ବାଶିଂଟନ୍‌,୬।୧୧: ୪ ବର୍ଷ ପରେ ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସକୁ ଫେରିବାକୁ ଯାଉଛନ୍ତି। ସେ ୨୦୨୪ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ସରକାରୀ ଘୋଷଣାକୁ ଅପେକ୍ଷା କରାଯାଇଛି କିନ୍ତୁ ଟ୍ରମ୍ପ ଆମେରିକାର ଜନସାଧାରଣଙ୍କୁ ବିଜୟ ଦାବି କରି ସମ୍ବୋଧିତ କରିଛନ୍ତି। ଜାନୁଆରୀ ୨୦୨୫ରେ ସେ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଭୋଟରଙ୍କୁ ତାଙ୍କର ଶେଷ ସମ୍ବୋଧନରେ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ତାଙ୍କର ପ୍ରଥମ ପଦକ୍ଷେପ କ’ଣ ହେବ ବୋଲି ସୂଚାଇ ଦେଇଛନ୍ତି।

ଟ୍ରମ୍ପ କହିଛନ୍ତି,ତାଙ୍କ ପ୍ରଶାସନରେ ପବ୍ଲିକ୍‌ ହେଲ୍‌ଥ ସହ ଜଡିତ ୨ ମାମଲାରେ ରବର୍ଟ ଏଫ କେନେଡି ଜୁନିୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ସ୍ବାଧୀନ ପ୍ରାର୍ଥୀ ଭାବରେ କେନେଡି ଜୁନିୟର ନିର୍ବାଚନ ଦୌଡ଼ର ଏକ ଅଂଶ ହୋଇଥିଲେ ମଧ୍ୟ ପରେ ତାଙ୍କ ନାମ ପ୍ରତ୍ୟାହାର କରି ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ। କେନେଡି ଜୁନିୟର୍‌ କହିଛନ୍ତି, ଯଦି ଟ୍ରମ୍ପ ୨୦୨୪ ନିର୍ବାଚନରେ ଜିତନ୍ତି, ତେବେ ତାଙ୍କର ପ୍ରଥମ ପଦକ୍ଷେପ ପାନୀୟ ଜଳରୁ ଫ୍ଲୋରାଇଡ ହଟାଇବା ହେବ।
ଏନେଇ ଟ୍ରମ୍ପଙ୍କୁ ପଚାରିବାରୁ ସେ କହିଥିଲେ, ସେ ଏ ବିଷୟରେ କେନେଡି ଜୁନିୟରଙ୍କ ସହିତ କଥାବାର୍ତ୍ତା କରିନାହାଁନ୍ତି। କିନ୍ତୁ ଏହା କରିବା ପ୍ରସ୍ତାବ ମଧ୍ୟ ସେମାନଙ୍କ ପାଇଁ ଭଲ ମନେହୁଏ। କେନେଡି କିଛି ଟିକା ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏହା ଉପରେ ଟ୍ରମ୍ପ ତାଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ସେ ଏ ବିଷୟରେ କେନେଡିଙ୍କ ସହ କଥା ହେବେ।
ଫ୍ଲୋରାଇଡ ପୃଥିବୀରେ ଏକ ପ୍ରାକୃତିକ ଭାବରେ ଘଟୁଥିବା ଖଣିଜ ଅଟେ। କେନେଡି ଫ୍ଲୋରାଇଡକୁ ଅନେକ ରୋଗ ସହିତ ଯୋଡିଛନ୍ତି। ତଥାପି, ଆମେରିକୀୟ ଡେଣ୍ଟାଲ ଆସୋସିଏସନ ସମେତ ଅନେକ ଡାକ୍ତରୀ ଗୋଷ୍ଠୀ ଫ୍ଲୋରାଇଟେଡ ଜଳକୁ ସମର୍ଥନ କରନ୍ତି। ସେମାନେ କହିଛନ୍ତି ଯେ, ଏହା ଦାନ୍ତ କ୍ଷୟକୁ ରୋକିଥାଏ। ବିଶ୍ୱ ସୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏବଂ ଆମେରିକାର ରୋଗ ନିୟନ୍ତ୍ରଣ (ସିଡିସି) ମଧ୍ୟ ଫ୍ଲୋରାଇଡ ସୁରକ୍ଷିତ ବୋଲି ବିଚାର କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri