ପାଚିକା, ସହାୟକ ମହାସଂଘର ବଡ଼ ନିଷ୍ପତ୍ତି: ୫ରେ ବିଧାନସଭା ଆଗରେ ଆନ୍ଦୋଳନ

ପଦ୍ମପୁର, ୧୬।୧୧(ପ୍ରଶନ୍ତ କୁମାର କର): ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟକ ମହାସଂଘ ପକ୍ଷରୁ ପଦ୍ମପୁର ବ୍ଲକ୍‌ ଜଗମଣ୍ଡା ପାହାଡ଼ ଉପରେ ବ୍ଲକ ସଭାପତି ପାର୍ବତୀ ଶବରଙ୍କ ଆୟୋଜନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଉପଦେଷ୍ଟା ତ୍ରିପତି ଗମାଙ୍ଗ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ସମାଲୋଚନା କରିବା ସହ ସରକାର ଶ୍ରମିକଙ୍କ ସମସ୍ୟା ସମଧାନ ନ କଲେ ଡିସେମ୍ବର ୫ ତରିଖ ଭୁବନେଶର ବିଧାନସଭା ସମ୍ମୁଖରେ ଧାରଣା ଦେବା ପାଇଁ ଚେତାବନୀ ଦେଇଛନ୍ତି।

ପାଚିକା ଓ ସହାୟିକାଙ୍କୁ ମାସିକ ୨୬୦୦ ହଜାର ଟଙ୍କା ସହ ସରକାରୀ ମାନ୍ୟତା ପ୍ରଦାନ, ଶ୍ରମିକଙ୍କୁ ୧୦ ଘଣ୍ଟା କାମ ବନ୍ଦ କରିବା, କର୍ମଚାରୀ ବିରୋଧୀ ଶ୍ରମ କୋଡ୍‌କୁ ବାତିଲ କରିବା, ନୂତନ ଶିକ୍ଷା ନୀତି ୨୦୨୦ ବାତିଲ କରିବା, ୨୦୦୯ ଡିସେମ୍ବରରୁ ୨୦୧୨ ମାର୍ଚ୍ଚ ପର୍ଯ୍ୟନ୍ତ କାମ କରିଥିବା ସମସ୍ତ ପାଚିକା ଓ ସହାୟିକାଙ୍କ ନିର୍ଭୁଲ ତାଲିକା ପ୍ରସ୍ତୁତ କରି ମୃତକଙ୍କ ଉତ୍ତରାଧିକାରୀଙ୍କୁ ପାରିଶ୍ରମିକ ପ୍ରଦାନ କରିବାକୁ ଦାବି କରାଯାଇଛି।

ସେହିପରି ସ୍କୁଲ ବନ୍ଦ, ସ୍କୁଲ ମିଶ୍ରଣ ଫଳରେ ବାଦ୍‌ ପଡିଥିବା ସମସ୍ତ ପାଚିକାଙ୍କୁ ଅନ୍ୟତ୍ର ନିଶ୍ଚିତ ନିଯୁକ୍ତି କରିବା, ପିଲାସଂଖ୍ୟା କମ ପାଇଁ ବନ୍ଦ ହୋଇଥିବା ୯୬୬ ଓ ୧୪୩୭୯ ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଖୋଲି ପାଚିକାଙ୍କୁ ନିଯୁକ୍ତି, ୧୦ ମାସ ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ପ୍ରଦାନ କରିବା, ଅବସର କାଳୀନ ବୟସ ସୀମା ୬୨କୁ ବୃଦ୍ଧି କରିବା ସହିତ ୬୦ବର୍ଷ ପରେ ବାଦ ପଡିଥିବା ପାଚିକାଙ୍କୁ ଭତ୍ତା ପ୍ରଦାନ କରିବାକୁ ଦାବି ହୋଇଛି।

ବୈଠକରେ ପାର୍ବତୀ ଶବର, ଦେବକୀ ଶବର, ପୁଷ୍ପାଞ୍ଜଳି ପାଣିଗ୍ରାହୀ, ଗୀତାଞ୍ଜଳି ପଟ୍ଟନାୟକ, ଉର୍ମିଲା କଣ୍ଡାଗରି, ଫୁଲ ଶବର, ଦୀପ୍ତି ବେବରିଆ, ରୁକୁଣି ଶବର, ବିଜୟଲକ୍ଷ୍ମୀ ଶବର, ଅନିତା ଶବର, ବୁଡୁ ମଣ୍ଡାଙ୍ଗି, ସରସ୍ବତୀ ଦଳପତି, ହେମଲତା ଗୈାଡ, ଦୌରପତି ଉଲକା, ରାଜେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ସମାଧାନ ଦାବି

ନନ୍ଦପୁର,୧୭ା୩(ତୁଷାର କାନ୍ତ ମହାନ୍ତି)-ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଦର ମହକୁମା ପଞ୍ଚାୟତରେ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଦୁର୍ଗାପ୍ରସାଦ ଦୋରା, ସରପଞ୍ଚ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ବଟେଶ୍ୱରକୁ ସଂଯୋଗ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ

ଗଞ୍ଜାମ,୧୭ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବଟେଶ୍ୱର ପୀଠରୁ ୧୬ନଂ. ଜାତୀୟ ରାଜପଥକୁ ସଂଯୋଗ ନିମନ୍ତେ ନିର୍ମାଣଧୀନ ରାସ୍ତା କାର୍ଯ୍ୟ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ଚାଷୀ ଆଣିଲେ ବଡ଼ ଅଭିଯୋଗ

ବଞ୍ଚୋ,୧୭ା୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର କ୍ଷୁଦ୍ରଜଳସେଚନ ଅଧୀନ ପାଇକଚାଟ୍ରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନେଇ ଗୁରୁତର ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ପାଣି ପଞ୍ଚାୟତ ଗଠନରେ ଅଣଚାଷୀମାନଙ୍କୁ…

ପାକିସ୍ତାନର ଏୟାରଷ୍ଟ୍ରାଇକ୍‌କୁ ନେଇ ଚାଇନାର ବଡ଼ ବୟାନ, ଯୁଦ୍ଧ ଭିତରେ ଚମକି ପଡିଲା ବିଶ୍ୱ!

ବେଜିଂ,୧୭।୩: ଆଫଗାନିସ୍ତାନର କାବୁଲରେ ପାକିସ୍ତାନୀ ସାମରିକ ଆକ୍ରମଣ ପରେ ପରିସ୍ଥିତି ଏତେ ଗମ୍ଭୀର ହୋଇଯାଇଛି। ଯାହାଯୋଗୁ ପାକ୍‌ର ଘନିଷ୍ଠ ସହଯୋଗୀ ଚାଇନା ମଧ୍ୟ ଚୁପ ରହିପାରି ନାହିଁ।…

ବିଦ୍ୟାଳୟ ପାଠାଗାର ବହିକିଣା ଅନିୟମିତତା ପ୍ରସଙ୍ଗ: ଆର୍‌ଟିଆଇ ଆବେଦନ ପରେ …

ନନ୍ଦପୁର,୧୭ା୩ (ତୁଷାର କାନ୍ତ ମହାନ୍ତି)-ଏକ ନିର୍ଦ୍ଦିଷ୍ଟ ପ୍ରକାଶନ ସଂସ୍ଥାରୁ ସ୍କୁଲ ପରିଚାଳନା କମିଟିର ଅଜାଣତରେ ବିଦ୍ୟାଳୟ କମ୍ପୋଜିଟ ପାଣ୍ଠିରେ ପାଠାଗାର ବହି କିଣାରେ ଅନିୟମିତତା ପ୍ରସଙ୍ଗ ନେଇ…

ଦାରିଙ୍ଗବାଡ଼ିରେ ପ୍ରବଳ କୁଆପଥର ବର୍ଷା, କଳା ମିଚିମିଚି ପିଚୁ ରାସ୍ତାରେ କୁଆପଥର

ଦାରିଙ୍ଗବାଡି,୧୭।୩(ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ସମ୍ପୂର୍ଣ୍ଣ କଶ୍ମୀରର ଭ୍ରମ ସୃଷ୍ଟି କରିଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri