ଇପିଏଫ୍‌ ପେନସନଭୋଗୀ ସଂଘର ବଡ଼ ନିଷ୍ପତ୍ତି

ରୂପସା,୧୧।୪(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ପୋଡାଡ଼ିହାସ୍ଥିତ ଆମ ଗାଁ ନର୍ସରୀ ପରିସରରେ ବୁଧବାର ଅଲ୍‌ ଓଡ଼ିଶା ପେନସନଭୋଗୀ ସଂଘର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା କମିଟି ପକ୍ଷରୁ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ସମାବେଶରେ ସଂଘର ବାଲେଶ୍ୱର ଜିଲା ସଭାପତି ଇଂ. ଅନାଦି ଚରଣ ବେହେରା ଅଧ୍ୟକ୍ଷତା କରିଥିଲେ।

ଉଠାଜଳସେଚନ ନିଗମ, ରୂପସା ଝୋଟକଳ, ଝରିଆ ପେପର ମିଲ, କ୍ରେପସ ଇଣ୍ଡିଆ, ବାରିପଦା ସ୍ପିନିଂ ମିଲ୍‌ରେ ଚାକିରିରୁ ଅବସର ନେଇଥିବା ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଶତାଧିକ ପେନସନଭୋଗୀ ଯୋଗଦେଇ ମାସିକ ସର୍ବନିମ୍ନ ୯ ହଜାର ଟଙ୍କା ପେନସନ ଏବଂ ଅଧିକ ବେତନ ପାଉଥିବା କର୍ମଚାରୀମାନଙ୍କୁ ସୁପ୍ରିମକୋର୍ଟଙ୍କ ରାୟ ମୁତାବକ ଅଧିକ ପେନସନ ଦେବାକୁ ଦାବି କରିଥିଲେ।

ବର୍ଦ୍ଧିତ ପେନସନ ସହ ମହଙ୍ଗା ଭତ୍ତା ଓ ସରକାରୀ ଚିକିତ୍ସା ବୀମା ପ୍ରଦାନ ପାଇଁ ସର୍ବଭାରତୀୟ ସ୍ତରରେ ଦୀର୍ଘଦିନ ଧରି ସଂଘ ପକ୍ଷରୁ ଆନ୍ଦୋଳନ ହୋଇଆସୁଛି। ହେଲେ କେନ୍ଦ୍ର ସରକାରଙ୍କ ପରିଚାଳିତ କର୍ମଚାରୀ ଭବିଷ୍ୟନିଧି ସଂସ୍ଥା ମାସିକ ୧ ହଜାରରୁ କମ୍‌ ଟଙ୍କା ପେନସନ ଦେଉଛନ୍ତି।

କେନ୍ଦ୍ର ସରକାରଙ୍କ ଅଣଦେଖା ନୀତି ପ୍ରତିବାଦରେ ଆୟୋଜିତ ସମାବେଶରେ ଯୋଗଦେଇ ମୟୂରଭଞ୍ଜ ଜିଲା ଉପସଭାପତି ମଧୁସୂଦନ ଜେନା, ବାଲେଶ୍ୱର ଜିଲା କମିଟି ସମ୍ପାଦକ ବିଷ୍ଣୁ ପ୍ରସାଦ ମହାନ୍ତି, ରାଜ୍ୟ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ଉଠାଜଳସେଚନ ନେତା ଶ୍ୟାମସୁନ୍ଦର ଜେନା, ରନତ୍ାକର ପଣ୍ଡା, ଝୋଟ କାରଖାନା ଶ୍ରମିକ ସଂଘର ପୂର୍ବତନ ସମ୍ପାଦକ ଉମେଶ କୁମାର ସେଠୀ ଓ ଜନ୍ମେଜୟ ପରିଡା ପ୍ରମୁଖ କେନ୍ଦ୍ରୀୟ ଓ ରାଜ୍ୟ କମିଟି ନିଷ୍ପତ୍ତିକ୍ରମେ ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ର ସରକାର ଓ କେନ୍ଦ୍ର ସରକାରଙ୍କ ସହଯୋଗୀ ଦଳ ସପକ୍ଷରେ ଭୋଟ ନ ଦେବାକୁ ଚେତାବନୀ ଦେଇଥିଲେ।

ବିଭିନ୍ନ ସଂସ୍ଥାରୁ ପୂର୍ଣ୍ଣଚନ୍ଦ୍ର ବେହେରା, ବଂଶୀଧର ସାହୁ, ପୂର୍ଣ୍ଣାନନ୍ଦ ପଣ୍ଡିତ, ପଞ୍ଚାନନ ଜେନା, କମଳାକାନ୍ତ ପଣ୍ଡା, ଦିବାକର ସେନାପତି, ଅନିରୁଦ୍ଧ ମନ୍ତ୍ରୀ, ନାରାୟଣ ଦାସ, ନିତ୍ୟାନନ୍ଦ ମିଶ୍ର ଓ ତ୍ରିଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri