ନାଁ ଲୁଚାଇ କୋଟି କୋଟି ଟଙ୍କାର ବଣ୍ଡ କିଣିଛନ୍ତି ଏହିସବୁ ବଡ କମ୍ପାନୀ

ନୂଆଦିଲ୍ଲୀ,୧୬।୩: ନିର୍ବାଚନ କମିଶନର ଶୁକ୍ରବାର ଇଲେକ୍ଟୋରଲ ବଣ୍ଡର ଡାଟା ରିଲିଜ୍‌ କରିଛନ୍ତି। ଯେଉଁଥିରେ ବହୁ ବଡ ବଡ କମ୍ପାନୀ, ଖଣି ଓ ଷ୍ଟିଲ କମ୍ପାନୀ ମଧ୍ୟ ଇଲେକ୍ଟୋରଲ ବଣ୍ଡ ବିଣିଥିବା ଜଣାପଡିଛି। ପ୍ରାୟ ୩୦ଟି ଫାର୍ମା କମ୍ପାନୀ ୯୦୦କୋଟି ଟଙ୍କାର ବଣ୍ଡ କିଣିଛନ୍ତି। ତେବେ ତଥ୍ୟରୁ ଜଣାପଡିଛି ଯେ, ଅନେକ ଅଜଣା କମ୍ପାନୀ ଏବଂ କିଛି ବ୍ୟକ୍ତିବିଶେଷ ରାଜନୈତିକ ଦଳମାନଙ୍କୁ କୋଟି କୋଟି ଟଙ୍କା ଦାନ କରିଛନ୍ତି। ଇଣ୍ଡିପେଣ୍ଡେଣ୍ଟେ ଜର୍ନାଲିଷ୍ଟଙ୍କ ଦ୍ୱାରା ପରିଚାଳିତ ଏକ ୱେବସାଇଟ ‘ରିପୋଟର୍ସ କଲେକ୍ଟିଭ’ ଏହି ରିପୋର୍ଟ ପ୍ରକାଶ କରିଛି।

ଦି ରିପୋଟର୍ସ କଲେକ୍ଟିଭ ଅନୁଯାୟୀ, ଯେଉଁ କମ୍ପାନୀ ଏବଂ ବ୍ୟକ୍ତିବିଶେଷ କୋଟି କୋଟି ଟଙ୍କା ଦାନ କରିଛନ୍ତି ସେମାନଙ୍କ ମଧ୍ୟରେ କୋଟାକ ଗ୍ରୁପ କମ୍ପାନୀ ଅଛି। ଏହି କମ୍ପାନୀ ବିଲିଓନେୟର ବ୍ୟାଙ୍କର ଉଦୟ କୋଟାକଙ୍କ ଦ୍ୱାରା ପରିଚାଳିତ। ସେହିପରି YSR କଂଗ୍ରେସ ପାର୍ଟି ଏମପି ଆଲା ଅଯୋଧ୍ୟା ରାମି ରେଡ୍ଡୀଙ୍କ ସହ ସଂଯୁକ୍ତ ଏକ କମ୍ପାନୀ ନିର୍ବାଚନୀ ବଣ୍ଡ ଜରିଆରେ ୧୦୦ କୋଟି ଟଙ୍କାରୁ ଅଧିକ ଦାନ କରିଛି। ଏପ୍ରିଲ ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଉଦୟ କୋଟାକ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଅସ୍ପଷ୍ଟ ନିର୍ବାଚନ ବଣ୍ଡ ଯୋଜନା ବିଷୟରେ ପଚାରିଥିଲେ। ସାତ ମାସ ପରେ, କୋଟାକ ଗ୍ରୁପ୍ର ଏକ ଘରୋଇ କମ୍ପାନୀ ଇନଫିନା ଫାଇନାନ୍ସ ପ୍ରାଇଭେଟ ଲିମିଟେଡ ୬୦ କୋଟି ଡଲାରର ନିର୍ବାଚନୀ ବଣ୍ଡ କିଣିଛି।

ଶ୍ରେଷ୍ଠ ୧୦୦ ଚାନ୍ଦାଦାତାଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଆକାଉଣ୍ଟମ୍ୟାନ ଲକ୍ଷ୍ମୀଦାସ ବହ୍ଲବଦାସ ମର୍ଚାଣ୍ଟ ଅଛନ୍ତି। ସେହିପରି କୁଇକ ସପ୍ଲାଏ ଚେନ ପ୍ରା ଲିମିଟେଡ ନାମକ ଏକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କମ୍ପାନୀ ତୃତୀୟ ବୃହତ୍ତମ ଦାନକାରୀ ସଂସ୍ଥା ବୋଲି ଦି ରିପୋଟର୍ସ କଲେକ୍ଟିଭ ରିପୋର୍ଟ କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜଣେ କର୍ମଚାରୀ ଲକ୍ଷ୍ମୀଦାସ ବହ୍ଲଭଦାସ ମର୍ଚାଣ୍ଟ ଶ୍ରେଷ୍ଠ ୧୦୦ ଦାତାଙ୍କ ମଧ୍ୟରେ ଅଛନ୍ତି। ମର୍ଚାଣ୍ଟଙ୍କ ଲିଙ୍କଡିନ ପ୍ରୋଫାଇଲ ଅନୁସାରେ, ସେ ଟ୍ୟାକ୍ସ ଆଦି ବିଷୟ ବୁଝୁଥିବା ଜଣେ ଗ୍ରୁପ କଣ୍ଟ୍ରୋଲ। ନଭେମ୍ବର ୨୦୨୩ରେ ସେ ନିର୍ବାଚନ ବଣ୍ଡ ଜରିଆରେ ୨୫ କୋଟି ଟଙ୍କା ଦାନ କରିଛନ୍ତି।

ଜୁଲାଇ ୨୦୨୧ରେ ଆୟକର ବିଭାଗ ରାମକି ଗ୍ରୁପ ଉପରେ ଟିକସ ଫାଙ୍କିବା ଅଭିଯୋଗରେ ଚଢାଉ କରିଥିଲା ଏବଂ ସେହି ଆର୍ଥିକ ବର୍ଷରୁ କମ୍ପାନୀ ନିର୍ବାଚନ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳମାନଙ୍କୁ ଦାନ ଦେବା ଆରମ୍ଭ କରିଥିଲା। ସେହିପରି ନାଭି ମୁମ୍ବାଇର ଧୀରୁବାଇ ଅମ୍ବାନୀ ନଲେଜ ସିଟି (DAKC)ର ପଞ୍ଜୀକୃତ ଠିକଣା ଥିବା ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସହିତ ଲିଙ୍କ ଥିବା କ୍ୱିକ ସପ୍ଲାଏ ଚେନ ପ୍ରାଇଭେଟ ଲିମିଟେଡ, ନିର୍ବାଚନ ବଣ୍ଡ ବ୍ୟବହାର କରି ରାଜନୈତିକ ଦଳଙ୍କୁ କୋଟି କୋଟି ଟଙ୍କା ଦାନ କରିଛି, ଯାହା ଟପ ଡୋନରଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି। ୨୦୨୦-୨୧-୨୨ରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ଏହା ୪୧୦ କୋଟି ନିର୍ବାଚନ ବଣ୍ଡ କିଣିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖପାତ୍ର କହିଛନ୍ତି ଯେ, କ୍ୱିକ ସପ୍ଲାଏ ଚେନ କୌଣସି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସଂସ୍ଥାର ସହାୟକ ନୁହେଁ ବୋଲି ପିଟିଆଇ ରିପୋର୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri