ନାଁ ଲୁଚାଇ କୋଟି କୋଟି ଟଙ୍କାର ବଣ୍ଡ କିଣିଛନ୍ତି ଏହିସବୁ ବଡ କମ୍ପାନୀ

ନୂଆଦିଲ୍ଲୀ,୧୬।୩: ନିର୍ବାଚନ କମିଶନର ଶୁକ୍ରବାର ଇଲେକ୍ଟୋରଲ ବଣ୍ଡର ଡାଟା ରିଲିଜ୍‌ କରିଛନ୍ତି। ଯେଉଁଥିରେ ବହୁ ବଡ ବଡ କମ୍ପାନୀ, ଖଣି ଓ ଷ୍ଟିଲ କମ୍ପାନୀ ମଧ୍ୟ ଇଲେକ୍ଟୋରଲ ବଣ୍ଡ ବିଣିଥିବା ଜଣାପଡିଛି। ପ୍ରାୟ ୩୦ଟି ଫାର୍ମା କମ୍ପାନୀ ୯୦୦କୋଟି ଟଙ୍କାର ବଣ୍ଡ କିଣିଛନ୍ତି। ତେବେ ତଥ୍ୟରୁ ଜଣାପଡିଛି ଯେ, ଅନେକ ଅଜଣା କମ୍ପାନୀ ଏବଂ କିଛି ବ୍ୟକ୍ତିବିଶେଷ ରାଜନୈତିକ ଦଳମାନଙ୍କୁ କୋଟି କୋଟି ଟଙ୍କା ଦାନ କରିଛନ୍ତି। ଇଣ୍ଡିପେଣ୍ଡେଣ୍ଟେ ଜର୍ନାଲିଷ୍ଟଙ୍କ ଦ୍ୱାରା ପରିଚାଳିତ ଏକ ୱେବସାଇଟ ‘ରିପୋଟର୍ସ କଲେକ୍ଟିଭ’ ଏହି ରିପୋର୍ଟ ପ୍ରକାଶ କରିଛି।

ଦି ରିପୋଟର୍ସ କଲେକ୍ଟିଭ ଅନୁଯାୟୀ, ଯେଉଁ କମ୍ପାନୀ ଏବଂ ବ୍ୟକ୍ତିବିଶେଷ କୋଟି କୋଟି ଟଙ୍କା ଦାନ କରିଛନ୍ତି ସେମାନଙ୍କ ମଧ୍ୟରେ କୋଟାକ ଗ୍ରୁପ କମ୍ପାନୀ ଅଛି। ଏହି କମ୍ପାନୀ ବିଲିଓନେୟର ବ୍ୟାଙ୍କର ଉଦୟ କୋଟାକଙ୍କ ଦ୍ୱାରା ପରିଚାଳିତ। ସେହିପରି YSR କଂଗ୍ରେସ ପାର୍ଟି ଏମପି ଆଲା ଅଯୋଧ୍ୟା ରାମି ରେଡ୍ଡୀଙ୍କ ସହ ସଂଯୁକ୍ତ ଏକ କମ୍ପାନୀ ନିର୍ବାଚନୀ ବଣ୍ଡ ଜରିଆରେ ୧୦୦ କୋଟି ଟଙ୍କାରୁ ଅଧିକ ଦାନ କରିଛି। ଏପ୍ରିଲ ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଉଦୟ କୋଟାକ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଅସ୍ପଷ୍ଟ ନିର୍ବାଚନ ବଣ୍ଡ ଯୋଜନା ବିଷୟରେ ପଚାରିଥିଲେ। ସାତ ମାସ ପରେ, କୋଟାକ ଗ୍ରୁପ୍ର ଏକ ଘରୋଇ କମ୍ପାନୀ ଇନଫିନା ଫାଇନାନ୍ସ ପ୍ରାଇଭେଟ ଲିମିଟେଡ ୬୦ କୋଟି ଡଲାରର ନିର୍ବାଚନୀ ବଣ୍ଡ କିଣିଛି।

ଶ୍ରେଷ୍ଠ ୧୦୦ ଚାନ୍ଦାଦାତାଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଆକାଉଣ୍ଟମ୍ୟାନ ଲକ୍ଷ୍ମୀଦାସ ବହ୍ଲବଦାସ ମର୍ଚାଣ୍ଟ ଅଛନ୍ତି। ସେହିପରି କୁଇକ ସପ୍ଲାଏ ଚେନ ପ୍ରା ଲିମିଟେଡ ନାମକ ଏକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କମ୍ପାନୀ ତୃତୀୟ ବୃହତ୍ତମ ଦାନକାରୀ ସଂସ୍ଥା ବୋଲି ଦି ରିପୋଟର୍ସ କଲେକ୍ଟିଭ ରିପୋର୍ଟ କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜଣେ କର୍ମଚାରୀ ଲକ୍ଷ୍ମୀଦାସ ବହ୍ଲଭଦାସ ମର୍ଚାଣ୍ଟ ଶ୍ରେଷ୍ଠ ୧୦୦ ଦାତାଙ୍କ ମଧ୍ୟରେ ଅଛନ୍ତି। ମର୍ଚାଣ୍ଟଙ୍କ ଲିଙ୍କଡିନ ପ୍ରୋଫାଇଲ ଅନୁସାରେ, ସେ ଟ୍ୟାକ୍ସ ଆଦି ବିଷୟ ବୁଝୁଥିବା ଜଣେ ଗ୍ରୁପ କଣ୍ଟ୍ରୋଲ। ନଭେମ୍ବର ୨୦୨୩ରେ ସେ ନିର୍ବାଚନ ବଣ୍ଡ ଜରିଆରେ ୨୫ କୋଟି ଟଙ୍କା ଦାନ କରିଛନ୍ତି।

ଜୁଲାଇ ୨୦୨୧ରେ ଆୟକର ବିଭାଗ ରାମକି ଗ୍ରୁପ ଉପରେ ଟିକସ ଫାଙ୍କିବା ଅଭିଯୋଗରେ ଚଢାଉ କରିଥିଲା ଏବଂ ସେହି ଆର୍ଥିକ ବର୍ଷରୁ କମ୍ପାନୀ ନିର୍ବାଚନ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳମାନଙ୍କୁ ଦାନ ଦେବା ଆରମ୍ଭ କରିଥିଲା। ସେହିପରି ନାଭି ମୁମ୍ବାଇର ଧୀରୁବାଇ ଅମ୍ବାନୀ ନଲେଜ ସିଟି (DAKC)ର ପଞ୍ଜୀକୃତ ଠିକଣା ଥିବା ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସହିତ ଲିଙ୍କ ଥିବା କ୍ୱିକ ସପ୍ଲାଏ ଚେନ ପ୍ରାଇଭେଟ ଲିମିଟେଡ, ନିର୍ବାଚନ ବଣ୍ଡ ବ୍ୟବହାର କରି ରାଜନୈତିକ ଦଳଙ୍କୁ କୋଟି କୋଟି ଟଙ୍କା ଦାନ କରିଛି, ଯାହା ଟପ ଡୋନରଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି। ୨୦୨୦-୨୧-୨୨ରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ଏହା ୪୧୦ କୋଟି ନିର୍ବାଚନ ବଣ୍ଡ କିଣିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖପାତ୍ର କହିଛନ୍ତି ଯେ, କ୍ୱିକ ସପ୍ଲାଏ ଚେନ କୌଣସି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସଂସ୍ଥାର ସହାୟକ ନୁହେଁ ବୋଲି ପିଟିଆଇ ରିପୋର୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ...

ଧନଞ୍ଜୟ ସିଂଙ୍କୁ ଝଟକା: ଜାମିନ ମଞ୍ଜୁର, ହେଲେ ଲଢିପାରିବେନି ନିର୍ବାଚନ

ପ୍ରୟାଗରାଜ,୨୭।୪: ଆହ୍ଲାବାଦ ହାଇକୋର୍ଟ ଜୈନପୁରର ପୂର୍ବତନ ଏମପି ଧନଞ୍ଜୟ ସିଂଙ୍କ ଜାମିନକୁ ଅନୁମୋଦନ କରିଛନ୍ତି କିନ୍ତୁ ତାଙ୍କ ଦଣ୍ଡାଦେଶ ଶୁଣାଣିକୁ ମନା କରି ଦେଇଛନ୍ତି। ଏହି...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

‘ଜୟ ଶ୍ରୀରାମ’ ଲେଖି ପରୀକ୍ଷାରେ ପାସ୍‌, ମିଳିଛି ୬୦% ମାର୍କ

ଲକ୍ଷ୍ନୌ,୨୭।୪: ପରୀକ୍ଷା ଖାତାରେ କିଛି ଛାତ୍ରୀଛାତ୍ର ଗୀତ କିମ୍ବା ଫିଲ୍ମ ସମ୍ପର୍କରେ ଲେଖିଥିବା ମାମଲା ନିଶ୍ଚୟ ଶୁଣିଥିବେ। ଆଉ ଏହି ପରୀକ୍ଷା ଖାତା ଭାଇରାଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri