ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ: ଧରାପଡ଼ିଲେ ସାର୍ପ ସୁଟର୍‌

ବ୍ରହ୍ମପୁର,୧୬।୧୦: ବରିଷ୍ଠ ଆଇନଜୀବୀ ତଥା ବ୍ରହ୍ମପୁରର ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ ମିଳିଛି। ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ ଜଣେ ସାର୍ପ ସୁଟର୍‌ଙ୍କୁ ମାଡ଼ିବସିଛି। ବ୍ରହ୍ମପୁର ପୋଲିସ ବିହାରରୁ ୨ ଜଣଙ୍କୁ ଉଠାଇ ଆଣିଥିବା ଜଣାପଡ଼ିଛି। ଏହି ଦୁଇ ଜଣଙ୍କ ମଧ୍ୟରେ ଜଣେ ସାର୍ପ ସୁଟର୍‌ ଓ ଅନ୍ୟ ଜଣେ ରେକି ଟିମରେ ସାମିଲ ଥିବା ସୂଚନା ମିଳିଛି। ଅନ୍ୟପଟେ ପୀତବାସଙ୍କ ଘନିଷ୍ଠ ସହଯୋଗୀ ଓ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଜେରା କରୁଥିବା ସୂଚନା ଆସିଛି।
ସୂଚନାଯୋଗ୍ୟ, ବ୍ରହ୍ମପୁର ବୈକୁଣ୍ଠ ନଗରସ୍ଥିତ ନିଜ ଘର ନିକଟରେ ଆଇନଜୀବୀ ତଥା ଭାଜପାର ସକ୍ରିୟ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା ଘଟଣାର ୭୨ ଘଣ୍ଟା ପରେ ବି ପୋଲିସ କାହାକୁ ଗିରଫ କରିନାହିଁ। ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ସତ୍ତ୍ୱେ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିନାହିଁ। ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି ବାହାସ୍ପୋଟ ମାରୁଛି ପୋଲିସ। ଅଭିଯୁକ୍ତ ଚିହ୍ନଟ ନ ହେବା ଘଟଣାକୁ ନେଇ ସହରରେ ଭିନ୍ନ ଚର୍ଚ୍ଚା ଚାଲିଛି। ପୀତବାସ ରାଜନୀତିରେ ଏକ ପ୍ରମୁଖ ଚେହେରା ହୋଇଥିବାରୁ ହତ୍ୟାକାଣ୍ଡରେ କୌଣସି ରାଜନେତାଙ୍କ ସମ୍ପୃକ୍ତି ଥାଇପାରେ ବୋଲି କେତେଜଣ ଆଲୋଚନା କରୁଛନ୍ତି। ଏପରିକି ଏହି ହତ୍ୟାକାଣ୍ଡରେ ବାଲି ମାଫିଆ ସମ୍ପୃକ୍ତ ଥାଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। ତାଙ୍କର ଯଦିଓ କେହି ଶତ୍ରୁ ନାହାନ୍ତି ବୋଲି ପରିବାର ପକ୍ଷରୁ କୁହାଯାଉଛି ତାକୁ ନେଇ ବି ଭିନ୍ନ ଭିନ୍ନ କଥା ଚର୍ଚ୍ଚା ହେଉଛି। ଏପଟେ ସମୟ ଗଡି ଚାଲିଥିବାରୁ ଅଭିଯୁକ୍ତଙ୍କୁ ଖସାଇବାକୁ ଯୋଜନା ହେଉଥିବା ନେଇ କେତେଜଣ କହୁଛନ୍ତି।
ପୋଲିସ ୬ଟି ଟିମ ଗଠନ କରି ତଦନ୍ତ କରୁଥିବା କଥା କହୁଛି। ୬୦ରୁ ୭୦ ଫୁଟେଜ ସଂଗ୍ରହ କରିଛି। କିଏ କେଉଁ ଭଳି ଭାବେ ତଦନ୍ତ କରିବେ ତାହା ବି ସ୍ଥିର କରିଛି। ସ୍ବାମୀଙ୍କୁ ହରାଇ ପୀତବାସଙ୍କ ସ୍ତ୍ରୀ ନୀରବ ହୋଇଯାଇଥିବାବେଳେ ହତ୍ୟା ଘଟଣାକୁ ନେଇ ସେ କିଛି କହିପାରୁନାହାନ୍ତି। କେବଳ ତାଙ୍କର କେହି ଶତ୍ରୁ ନ ଥିବା କହୁଛନ୍ତି। ସେହିପରି ପୁଅ ସ୍ବରୂପ ପଣ୍ଡା କହିଛନ୍ତି, ବାପା କେବେ ଚାପରେ ନ ଥିଲେ, ସେ ଜଣେ ଭଲ ମଣିଷ ଥିଲେ। ଭଲ ଆଇନଜୀବୀ ହିସାବରେ ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ଲଢ଼ୁଥିଲେ। କିନ୍ତୁ ତାଙ୍କ ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ନ୍ୟାୟ ନ ମିଳିବା ଆଶ୍ଚର୍ଯ୍ୟ କରିଛି। ତାଙ୍କୁ ଯିଏ ମାରିଛି, ଫାସି ଦିଆଯାଉ। ବାପା ଯେଉଁ ଖାଦ୍ୟ ଆଣିଥିଲେ ତାହା ଏବେ ସୁଦ୍ଧା ପଡିରହିଛି ବୋଲି ସ୍ବରୂପ କହିଛନ୍ତି। ଅନ୍ୟପକ୍ଷରେ ପୀତବାସଙ୍କ ହତ୍ୟା ପରେ ପରିବାର ଲୋକେ ଏବେ ଭୟରେ ରହିଛନ୍ତି। ବାସ୍ତବରେ ଅପରାଧିଙ୍କୁ ଧରାଯିବ ନା ତାଙ୍କୁ ଖସାଇ ଦିଆଯାଇ ଆଉ କାହାକୁ ଧରିଆଣି ଅପରାଧୀ ସଜାଯିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri