ଭାରତର ବାଣିଜ୍ୟିକ ନିଅଣ୍ଟ ୩୨.୧୫ ବିଲିୟନ୍‌ ଡଲାର

ନୂଆଦିଲ୍ଲୀ,୧୬ା୧୦ (ରଏଟର୍ସ/ପି.ଟି.): ୨୦୨୫ ସେପ୍ଟେମ୍ବରରେ ଭାରତର ବାଣିଜି୍ୟକ ନିଅଣ୍ଟ ୩୨.୧୫ ବିଲିୟନ୍‌ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଛି, ଯାହାକି ଗତ ୧୩ ମାସରେ ସର୍ବାଧିକ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି ତଥ୍ୟରୁ ଏହା ଜଣାପଡ଼ିଛି। ଆମେରିକାର ୫୦% ଟାରିଫ୍‌ ସହ ସୁନା ଓ ରୁପାରେ ରେକର୍ଡ ଆମଦାନୀ ଯୋଗୁ ବିଶ୍ୱର ଚତୁର୍ଥ ବୃହତ୍‌ ଅର୍ଥନୀତି ଏତେମାତ୍ରାରେ ପ୍ରଭାବିତ ହୋଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗତ ଅଗଷ୍ଟରେ ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ୨୫% ଆମଦାନୀ ଶୁଳ୍କ ସହ ରୁଷୀୟ ତୈଳ କ୍ରୟ ବାବଦକୁ ଅତିରିକ୍ତ ୨୫% ଜରିମାନା କଷିଥିଲେ। ଦେଶର ବାଣିଜି୍ୟକ ନିଅଣ୍ଟ ଉପରେ ଏହାର ପ୍ରଭାବକୁ ବାଣିଜ୍ୟ ମନ୍ତ୍ରଣାଳୟର ଡେଟା ଦର୍ଶାଇଛି। ତଦନୁସାରେ ଆମେରିକାକୁ ଅଗଷ୍ଟରେ ୬.୮୭ ବିଲିୟନ୍‌ ଡଲାର ସାମଗ୍ରୀ ରପ୍ତାନି କରାଯାଇଥିବାବେଳେ ସେପ୍ଟେମ୍ବରରେ ଏହା ୫.୪୩ ବିଲିୟନ୍‌ ଡଲାରକୁ ହ୍ରାସ ପାଇଥିଲା। ବିଶେଷକରି ଟେକ୍ସଟାଇଲ୍ସ, ଚିଙ୍ଗୁଡ଼ି, ମୁକ୍ତା ଓ ଅଳଙ୍କାର ରପ୍ତାନି ଅଧିକ ହ୍ରାସ ପାଇଛି। କିନ୍ତୁ ଏହି ଅବଧି ମଧ୍ୟରେ ଆମଦାନୀ ୩.୬ ବିଲିୟନ୍‌ ଡଲାରରୁ ୩.୯୮ ବିଲିୟନ୍‌ ଡଲାରକୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ବାଣିଜ୍ୟ ସଚିବ ରାଜେଶ ଅଗ୍ରଓ୍ବାଲ କହିଛନ୍ତି, ବିଶ୍ୱ ବଜାରରେ ଅଡ଼ୁଆ ସ୍ଥିତି ସତ୍ତ୍ୱେ ଭାରତର ରପ୍ତାନିରେ ଗତିଶୀଳତା ବଜାୟ ରହିଛି। କିନ୍ତୁ ସେପ୍ଟେମ୍ବରରେ ଆମଦାନୀ ଅଧିକ ରହିଥିଲା, ଯାହାକି ସୁନା, ରୁପା, ସାର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କ୍ଷେତ୍ରରେ ସର୍ବାଧିକ ଦେଖିବାକୁ ମିଳିଥିଲା। ଭାରତ ଓ ଆମେରିକା ଆସନ୍ତା ମାସ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟ୍ରେଡ୍‌ ଡିଲ୍‌ ଚୂଡ଼ାନ୍ତ କରିବା ପାଇଁ ଆଲୋଚନା ଚାଲିଛି। ଆଲୋଚନା ଆଗକୁ ବଢ଼ାଇବା ପାଇଁ ଭାରତର ଏକ ପ୍ରତିନିଧି ଦଳ ଓ୍ବାଶିଂଟନ୍‌ ଗସ୍ତରେ ରହିଛି। ରପ୍ତାନିକାରୀମାନେ ଟାରିଫ୍‌ ଚ୍ୟାଲେଞ୍ଜକୁ ସାମ୍ନା କରି ଯୋଗାଣ ଶୃଙ୍ଖଳ ବଜାୟ ରଖିବା ପାଇଁ ଉଦ୍ୟମ ଚଳାଇଛନ୍ତି।
ଆମେରିକାକୁ କରାଯାଉଥିବା ପ୍ରାୟ ୫୫% ଭାରତୀୟ ରପ୍ତାନି ଆମେରିକୀୟ ଟାରିଫ୍‌ ଯୋଗୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି। ସେପ୍ଟେମ୍ବର ପରଠାରୁ ଏହି ଶୁଳ୍କର ପ୍ରଭାବ ଅନୁଭୂତ ହେବ।
ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଭାରତର ସାମଗ୍ରୀ ରପ୍ତାନି ପୂର୍ବବର୍ଷର ୨୧୩.୬୮ ବିଲିୟନ୍‌ ଡଲାରରୁ ୨୨୦.୧୨ ବିଲିୟନ୍‌ ଡଲାରକୁ ବୃଦ୍ଧି ପାଇଛି। କିନ୍ତୁ ଏହି ଅବଧିରେ ଆମଦାନୀ ୩୫୮.୮୫ ବିଲିୟନ୍‌ ଡଲାରରୁ ୩୭୫.୧୧ ବିଲିୟନ୍‌ ଡଲାରକୁ ବୃଦ୍ଧି ପାଇଥିବାରୁ ବାଣିଜି୍ୟକ ନିଅଣ୍ଟର ବ୍ୟବଧାନ ବଢ଼ିଥିବା କୁହାଯାଉଛି।
ଗତ ମାସରେ ସୁନା ଆମଦାନୀ ୯.୬ ବିଲିୟନ୍‌ ଡଲାରକୁ ବୃଦ୍ଧି ପାଇଥିଲା, ଯାହାକି ଅଗଷ୍ଟରେ ୫.୪ ବିଲିୟନ୍‌ ଡଲାର ରହିଥିଲା। ସେହିପରି ତୈଳ ଆମଦାନୀ ପୂର୍ବମାସରେ ୧୩.୨ ବିଲିୟନ୍‌ ଡଲାର ଥିବାବେଳେ ସେପ୍ଟେମ୍ବରରେ ୧୪ ବିଲିୟନ୍‌ ଡଲାରକୁ ବୃଦ୍ଧି ପାଇଥିଲା। ବାଣିଜି୍ୟକ ନିଅଣ୍ଟ ବୃଦ୍ଧି ପାଇବାରେ ଲାଗିଥିବାରୁ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୮୯ ଟଙ୍କାର ନିକଟତର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?