ଶ୍ରାବଣରେ ଗ୍ରୀଷ୍ମର ପ୍ରଭାବ: ଶୁଖିଲା ପଡ଼ିଛି ଜଳଭଣ୍ଡାର, ହୋଇ ନାହିଁ କେନାଲ ସଫା

ଭଞ୍ଜନଗର,୫।୮(ବାବୁଲା ପ୍ରଧାନ): ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ରହିବ। ଚାଷ କାର୍ଯ୍ୟ ଭଲ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ବିଗତ କିଛିଦିନରେ ପାଣିପାଗକୁ ଅନୁମାନ କଲେ ଏହା ଓଲଟା ହେଲା ଭଳି ଲାଗିଲାଣି। ଶ୍ରାବଣରେ ଲଗାଣ ବର୍ଷା ହେବା କଥା। ହେଲେ ପାଣିପାଗରେ ବଡ଼ ପରିବର୍ତ୍ତନ ଘଟି ଶ୍ରାବଣରେ ଲୋକେ ଗ୍ରୀଷ୍ମ ଭଳି ଅନୁଭବ କରୁଛନ୍ତି।

ମଙ୍ଗଳବାର ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ୩୨ ଡିଗ୍ରୀ ଥିବାବେଳେ ଟାଣ ଖରା ଯୋଗୁ ତାହା ୪୦ ଡିଗ୍ରୀ ଭଳି ଲୋକେ ଅନୁଭବ କରୁଥିଲେ। ବିଗତ କିଛି ବର୍ଷ ହେବ ଜଳବାୟୁ ପରିବର୍ତ୍ତନ ଯୋଗୁ ଭଞ୍ଜନଗର ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ବର୍ଷା ହେଉ ନାହିଁ। ଏହାର ପ୍ରଭାବ ଧାନ ଚାଷ, ମତ୍ସ୍ୟ ଚାଷ, ଚାରା ରୋପଣ ଉପରେ ପଡୁଛି।

ବର୍ଷା ଠିକ୍‌ ଭାବେ ନ ହେବାରୁ ଜମିଗୁଡିକରେ ରୁଆ କାର୍ଯ୍ୟ ହୋଇପାରୁ ନାହିଁ। ଭଞ୍ଜନଗର ବ୍ଲକରେ ୨୪ ହଜାର ହେକ୍ଟର ଜମି ଅଛି। ସେଥିରୁ ୮ ହଜାର ହେକ୍ଟର ଜମିରେ ଧାନ ଚାଷ ହେଉଛି। ହେଲେ ବର୍ଷା ନ ହେବା ଯୋଗୁ ଭଞ୍ଜନଗର, ଡହ, ସୋରଡ଼ା ଏବଂ ବାଘୁଆ ଜଳଭଣ୍ଡାର ଶୁଖିଲା ପଡ଼ିଛି।

ଭଞ୍ଜନଗର, ସୋରଡ଼ା ଏବଂ ଡହ ଜଳଭଣ୍ଡାରରେ ୪୦ ପ୍ରତିଶତ ପାଣି ମହଜୁଦ ଅଛି। କିନ୍ତୁ ବାଘୂଆରେ ମାତ୍ର ୨୦ ପ୍ରତିଶତ ପାଣି ରହିଛି। ଏତେ କମ୍‌ ପାଣି ଥିବା ବେଳେ ବର୍ତ୍ତମାନ ଚାଷ କାର୍ଯ୍ୟକୁ ପାଣି ଛାଡ଼ିବା ପାଇଁ ଚାଷୀମାନେ ଦାବି କରୁଛନ୍ତି । ଅନ୍ୟପକ୍ଷେ କେନାଲଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଚଳିତ ବର୍ଷ ୧୦୭ଟି ଟେଣ୍ଡର ହୋଇଛି। କିନ୍ତୁ କେଉଁଠି କାମ ହୋଇଛି ଆଉ କେଉଁଠି କାମ ହୋଇ ନ ଥିବା ଜଣାପଡିଛି।

ବର୍ଷା ପୂର୍ବରୁ କେନାଲ ମରାମତି ସରିବା କଥା । ଇତିମଧ୍ୟରେ ବର୍ଷା ମାସ ଅଧା ହେଲାଣି। ଅଥଚ କେନାଲ ସଫେଇ ପ୍ରତି ବିଭାଗ କେତେକ ସ୍ଥାନରେ ଦୃଷ୍ଟି ଦେଇନାହିଁ। ଏନେଇ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏନେଇ ଜଳସମ୍ପଦ ବିଭାଗର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଶ୍ରାବଣରେ ଆବଶ୍ୟକ ବର୍ଷା ନ ହେବାରୁ ସମସ୍ୟା ଉପୁଜିଛି। ଆଗକୁ ବର୍ଷା ନ ହେଲେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଯେଉଁଠି କେନାଲ ମରାମତି ହୋଇନାହିଁ ତାହା କିଭଳି ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଅବସର ନେଲେ ରାଜେନ୍ଦ୍ର କୁମାର, କେଏସୟୁବିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କୁମୁନ୍ଦ ମହାପାତ୍ର

ଭଞ୍ଜନଗର,୩୧।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷ ପଦବୀରୁ ଶନିବାର ଅବସର ନେଇଛନ୍ତି। ଏନେଇ ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri