ଶେଖ ହାସିନାଙ୍କୁ ବଡ଼ ଝଟ୍‌କା, ଆୱାମୀ ଲିଗ୍‌ ଉପରେ ଲାଗିଲା ପ୍ରତିବନ୍ଧକ

ଢାକା,୨୬।୧: ବହିଷ୍କୃତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା କମିବା ନାଁ ଧରୁନାହିଁ। ଏହି ସମୟରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତିକାଳୀନ ସରକାର ଶେଖ ହାସିନାଙ୍କ ଦ ଆୱାମୀ ଲିଗ୍‌କୁ ନିର୍ବାଚନ ଲଢ଼ିବା ପାଇଁ ମ ନିଷିଦ୍ଧ କରିଛି।

ମହମ୍ମଦ ୟୁନୁସ୍‌ଙ୍କ ମଧ୍ୟବର୍ତ୍ତିକାଳୀନ ସରକାରଙ୍କ ଜଣେ ପ୍ରମୁଖ ପରାମର୍ଶଦାତା ଘୋଷଣା କରିଥିଲେ ଯେ ଶେଖ ହାସିନାଙ୍କ ଆୱାମୀ ଲିଗ୍‌କୁ ଭବିଷ୍ୟତ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ ନାହିଁ।
ଭେଦଭାବ ବିରୋଧୀ ଆନ୍ଦୋଳନର ଜଣେ ପ୍ରମୁଖ ନେତା ମହଫୁଜ ଆଲମ ଘୋଷଣା କରିଛନ୍ତି ଯେ, ନିର୍ବାଚନ କେବଳ ବାଂଲାଦେଶ ସମର୍ଥକ ଗୋଷ୍ଠୀମାନଙ୍କ ମଧ୍ୟରେ ଲଢ଼ାଯିବ। ସେ କହିଛନ୍ତି, ‘କେବଳ ଖାଲେଦା ଜିଆଙ୍କ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (BNP), ଜମାତ-ଏ-ଇସଲାମି ଏବଂ ଅନ୍ୟାନ୍ୟ ବାଂଲାଦେଶ ସମର୍ଥକ ଗୋଷ୍ଠୀ ଦେଶରେ ସେମାନଙ୍କର ରାଜନୈତିକ କାର୍ଯ୍ୟକଳାପ ଜାରି ରଖିବେ।’ ଉଲ୍ଲେଖନୀୟ ଯେ ଶେଖ ହସିନାଙ୍କ ସରକାର ବିରୋଧରେ ମହଫୁଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ବିଏନ୍‌ପି ଯେକୌଣସି ରାଜନୈତିକ ଦଳ ଉପରେ ନିଷିଦ୍ଧାଦେଶକୁ ବିରୋଧ କରିଛି, ଯାହା ଆୱାମୀ ଲିଗ୍‌ର ରାଜନୈତିକ ଭବିଷ୍ୟତ ଉପରେ ଏକ ସନ୍ତୁଳିତ ମନୋଭାବକୁ ସୂଚିତ କରୁଛି। ଦଳରେ ସାମାନ୍ୟତମ ସୁଧାର ପରେ ଯଥାଶୀଘ୍ର ନିର୍ବାଚନ ପାଇଁ ଦାବି କରିଥିଲା।
ବିଏନ୍‌ପି ମହାସଚିବ ମିର୍ଜା ଫଖରୁଲ ଇସଲାମ ଆଲମଗିର ସମ୍ପ୍ରତି ଚେତାବନୀ ଦେଇଛନ୍ତି, ମଧ୍ୟବର୍ତ୍ତିକାଳୀନ ସରକାର ଏହାର ସଂସ୍କାରକୁ ଅଧିକ ସମୟ ନେବା ଉଚିତ ନୁହେଁ । କାରଣ ଅଯଥାରେ ଏଥିପାଇଁ ଏକ ଦଶନ୍ଧି ଲାଗିପାରେ। ସେ କହିଥିଲେ, ‘ଏକ ଅନିର୍ବାଚିତ ସରକାର ଅଧିକ ଦିନ ରହିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

Budget 2026: ପ୍ରତି ଜିଲାରେ ଖୋଲିବ ଛାତ୍ରୀନିବାସ; ମେଧାବୀ ଛାତ୍ରୀଙ୍କ ପାଇଁ ବଡ ଘୋଷଣା

ନୂଆଦିଲ୍ଲୀ,୧।୨: ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ବିଶେଷ କରି STEM (ବିଜ୍ଞାନ, ବୈଷୟିକ…

Budget 2026: ୭ଟି ହାଇ-ସ୍ପିଡ୍ ରେଳ କରିଡର ଘୋଷଣା, ଉପକୃତ ହେବେ ଓଡିଶା ସମେତ ଏସବୁ ରାଜ୍ୟ

ନୂଆଦିଲ୍ଲୀ,୧।୨: ଭାରତର ପ୍ରମୁଖ ଆର୍ଥିକ ଓ ବାଣିଜ୍ୟିକ ସହରଗୁଡ଼ିକୁ ଯୋଡିବା ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏସଓ ସହରକୁ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ…

Budget 2026: ବଜେଟରେ ବଡ଼ ଘୋଷଣା କଲେ ନିର୍ମଳା ସୀତାରାମନ୍‌, କ୍ୟାନସର-ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧।୨: ସଂସଦ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲୋକ ସଭାରେ ବଜେଟ ଉପସ୍ଥାପନ କରୁଛନ୍ତି। ଏହା ତାଙ୍କର ଲଗାତାର ନବମ ବଜେଟ। ବଜେଟର ଏକ କପି…

Budget 2026: ବଡ ଘୋଷଣା କରିଦେଲେ ଅର୍ଥମନ୍ତ୍ରୀ, ଓଡ଼ିଶାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧।୨: ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶର ଖଣିଜ ସମ୍ପଦର ସଦୁପଯୋଗ ଏବଂ ଆମଦାନୀ…

ଯେବେ ପାକିସ୍ତାନ ପିଏମ ଆଗତ କରିଥିଲେ ଭାରତର ବଜେଟ, ଦେଶରେ ପଡିଥିଲା ଚହଳ!

ନୂଆଦିଲ୍ଲୀ,୧।୨: ଭାରତୀୟ ଇତିହାସର ଏକ ଆକର୍ଷଣୀୟ ଘଟଣା ଯାହା ପ୍ରଥମ ଥର ପାଇଁ ଶୁଣିଲେ ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତର ବଜେଟ ଉପସ୍ଥାପନ…

ଗାଁ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଉପକୃତ ହେବେ ଗ୍ରାମୀଣ ଯୁବକ

ନୂଆଦିଲ୍ଲୀ,୧ା୨: ରବିବାର ପୂର୍ବାହ୍ନରେ ପାର୍ଲାମେଣ୍ଟରେ ବଜେଟ୍‌ ୨୦୨୬-୨୭ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଲଗାତର ୯ମ ଥର ପାଇଁ ବଜେଟ ଆଗତ…

Budget 2026: ଅର୍ଥମନ୍ତ୍ରୀଙ୍କ ‘କର୍ତ୍ତବ୍ୟ ମନ୍ତ୍ର’; ଫୋକସରେ ଗରିବ, ଅବହେଳିତ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। କର୍ତ୍ତବ୍ୟ ଭବନରେ ପ୍ରସ୍ତୁତ ଏହି ପ୍ରଥମ ବଜେଟରେ ସରକାର ଗରିବ,…

Union Budget: ବଜେଟରେ ‘ସମସ୍ତଙ୍କ ପାଇଁ ବୀମା’ ସ୍ବପ୍ନ ସାକାର ହେବ କି? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର, ଫେବୃଆରୀ ୧, ୨୦୨୬ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବୀମା ଶିଳ୍ପ ଏଥିପାଇଁ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri