ଶେଖ ହାସିନାଙ୍କୁ ବଡ଼ ଝଟ୍‌କା, ଆୱାମୀ ଲିଗ୍‌ ଉପରେ ଲାଗିଲା ପ୍ରତିବନ୍ଧକ

ଢାକା,୨୬।୧: ବହିଷ୍କୃତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା କମିବା ନାଁ ଧରୁନାହିଁ। ଏହି ସମୟରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତିକାଳୀନ ସରକାର ଶେଖ ହାସିନାଙ୍କ ଦ ଆୱାମୀ ଲିଗ୍‌କୁ ନିର୍ବାଚନ ଲଢ଼ିବା ପାଇଁ ମ ନିଷିଦ୍ଧ କରିଛି।

ମହମ୍ମଦ ୟୁନୁସ୍‌ଙ୍କ ମଧ୍ୟବର୍ତ୍ତିକାଳୀନ ସରକାରଙ୍କ ଜଣେ ପ୍ରମୁଖ ପରାମର୍ଶଦାତା ଘୋଷଣା କରିଥିଲେ ଯେ ଶେଖ ହାସିନାଙ୍କ ଆୱାମୀ ଲିଗ୍‌କୁ ଭବିଷ୍ୟତ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ ନାହିଁ।
ଭେଦଭାବ ବିରୋଧୀ ଆନ୍ଦୋଳନର ଜଣେ ପ୍ରମୁଖ ନେତା ମହଫୁଜ ଆଲମ ଘୋଷଣା କରିଛନ୍ତି ଯେ, ନିର୍ବାଚନ କେବଳ ବାଂଲାଦେଶ ସମର୍ଥକ ଗୋଷ୍ଠୀମାନଙ୍କ ମଧ୍ୟରେ ଲଢ଼ାଯିବ। ସେ କହିଛନ୍ତି, ‘କେବଳ ଖାଲେଦା ଜିଆଙ୍କ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (BNP), ଜମାତ-ଏ-ଇସଲାମି ଏବଂ ଅନ୍ୟାନ୍ୟ ବାଂଲାଦେଶ ସମର୍ଥକ ଗୋଷ୍ଠୀ ଦେଶରେ ସେମାନଙ୍କର ରାଜନୈତିକ କାର୍ଯ୍ୟକଳାପ ଜାରି ରଖିବେ।’ ଉଲ୍ଲେଖନୀୟ ଯେ ଶେଖ ହସିନାଙ୍କ ସରକାର ବିରୋଧରେ ମହଫୁଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ବିଏନ୍‌ପି ଯେକୌଣସି ରାଜନୈତିକ ଦଳ ଉପରେ ନିଷିଦ୍ଧାଦେଶକୁ ବିରୋଧ କରିଛି, ଯାହା ଆୱାମୀ ଲିଗ୍‌ର ରାଜନୈତିକ ଭବିଷ୍ୟତ ଉପରେ ଏକ ସନ୍ତୁଳିତ ମନୋଭାବକୁ ସୂଚିତ କରୁଛି। ଦଳରେ ସାମାନ୍ୟତମ ସୁଧାର ପରେ ଯଥାଶୀଘ୍ର ନିର୍ବାଚନ ପାଇଁ ଦାବି କରିଥିଲା।
ବିଏନ୍‌ପି ମହାସଚିବ ମିର୍ଜା ଫଖରୁଲ ଇସଲାମ ଆଲମଗିର ସମ୍ପ୍ରତି ଚେତାବନୀ ଦେଇଛନ୍ତି, ମଧ୍ୟବର୍ତ୍ତିକାଳୀନ ସରକାର ଏହାର ସଂସ୍କାରକୁ ଅଧିକ ସମୟ ନେବା ଉଚିତ ନୁହେଁ । କାରଣ ଅଯଥାରେ ଏଥିପାଇଁ ଏକ ଦଶନ୍ଧି ଲାଗିପାରେ। ସେ କହିଥିଲେ, ‘ଏକ ଅନିର୍ବାଚିତ ସରକାର ଅଧିକ ଦିନ ରହିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri