Categories: Home Leftଖେଳ

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌ ବୋର୍ଡ ସଦସ୍ୟ ଲାଗି ଏକ ବଡ଼ ଝଟ୍‌କା।

କାରଣ ଆସୋସିଏଟ୍‌ ବୋର୍ଡ ଏହାର ପରିଚାଳନା ଲାଗି ମୁଖ୍ୟତଃ ଆଇସିସି ଫଣ୍ଡିଂ ଉପରେ ନିର୍ଭର କରିଥାଏ। ତେବେ ପାଣ୍ଠି ଯୋଗାଣା ସ୍ଥଗିତ ରଖାଯିବା ସତ୍ତ୍ୱେ କାନାଡାର ଚଳିତ କ୍ରିକେଟ କାର୍ଯ୍ୟକ୍ରମ ପ୍ରଭାବିତ ହେବ ନାହିଁ। ୨୦୨୪ ବର୍ଷର ଆର୍ଥିକ ରିପୋର୍ଟ ମୁତାବକ, କ୍ରିକେଟ କାନାଡାର ମୋଟ ରାଜସ୍ବର ୬୩% ଆଇସିସିରୁ ଆସିଥାଏ। ତେବେ ଏହି ନିଷ୍ପତ୍ତି ପଛରେ କେଉଁ ଭଳି ପରିଚାଳନାଗତ ତ୍ରୁଟି ରହିଛି, ସେ ସମ୍ପର୍କରେ ଆଇସିସି ପକ୍ଷରୁ ପ୍ରକାଶ କରାଯାଇ ନାହିଁ।

କିନ୍ତୁ ନିକଟରେ ବୋର୍ଡ ମଧ୍ୟରେ ପରିଚାଳନା ଓ ପ୍ରଶାସନିକସ୍ତର ଏବଂ ଆର୍ଥିକ ତଦାରଖରେ ଅନେକ ଉଲ୍ଲଂଘନ ହୋଇଥିବା ଏକ ରିପୋର୍ଟ ପ୍ରକାଶ ପାଇଥିଲା। କାନାଡା କ୍ରିକେଟ ବିବାଦକୁ ଆସିବାର ଏହା ପ୍ରଥମ ଘଟଣା ନୁହେଁ। ଗତ ମାର୍ଚ୍ଚରେ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ବେଳେ କାନାଡା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌କୁ ଆଇସିସିର ଆଣ୍ଟି କରପ୍‌ଶନ ୟୁନିଟ୍‌ (ଏସିୟୁ) ଦ୍ୱାରା ଯାଞ୍ଚ କରାଯାଉଛି।

Share
Tags: icc