Categories: ଖେଳ

ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ବାଂଲାଦେଶକୁ ବଡ ଝଟକା

ଢାକା,୬।୯: ସୁପର ଫୋର୍‌ ପର୍ଯ୍ୟାୟ ମ୍ୟାଚରେ ବୁଧବାର ପ୍ରଥମେ ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ବାଂଲାଦେଶକୁ ଏକ ବଡ ଝଟକା ଲାଗିଛି। ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଆହତ କାରଣରୁ ୨୦୨୩ ଏସିଆ କପ ବାଦ ପଡିଛନ୍ତି। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଅନୁଯାୟୀ, ନଜମୁଲ ହୁସେନ ଶାନ୍ତୋ ବାଂଲାଦେଶ ଫେରିବେ ଏବଂ ଆସନ୍ତା ମାସରୁ ଭାରତରେ ଆରମ୍ଭ ହେବାକୁ ଥିବା ଆଇସିସି ୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ସେ ଠିକ୍‌ ହୋଇଯାଇଥିବା ନେଇ ଆଶା କରାଯାଉଛି। ବାଂଲାଦେଶ ମଧ୍ୟ ନଜମୁଲ ହୁସେନ ଶାନ୍ତୋଙ୍କ ରିପ୍ଲେସମେଣ୍ଟର ଘୋଷଣା କରିଛି। ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ଲିଟନ ଦାସ ଶାନ୍ତୋଙ୍କ ସ୍ଥାନରେ ଦଳରେ ଯୋଗ ଦେଇଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚରେ ଲିଟନ ପ୍ଲେ-୧୧ରେ ମଧ୍ୟ ସାମିଲ ହୋଇପାରନ୍ତି।

Share