Posted inଖେଳ

ଛୋଟ ଦେଶର ବଡ଼ ଆଥଲେଟ୍‌

ଟୋକିଓ, ୩୦।୭-
ଟୋକିଓ ଅଲିମ୍ପିକ୍ସରେ ଜନ ସଂଖ୍ୟାରେ ବହୁତ ଛୋଟ ଦେଶର ଆଥଲେଟ୍‌ମାନେ ମଧ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ଏପରି ଜଣେ ଆଥଲେଟ୍‌ ହେଲେ ଆଲେସାଣ୍ଡ୍ରା ପେରିଲି। ପେରିଲି ହେଉଛନ୍ତି ୩୪,୦୦୦ ଲୋକସଂଖ୍ୟା ବିଶିଷ୍ଟ ସାନ୍‌ ମାରିନୋ ଦେଶର ଆଥଲେଟ୍‌। ସେ ମହିଳା ଟ୍ରାପ୍‌ ଶୁଟିଂ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସେ ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ହୋଇ ୪ର୍ଥ ସ୍ଥାନରେ ରହିଥିଲେ। ”ଏହା ମୋ ପାଇଁ ପ୍ରଥମ ଅଲିମ୍ପିକ୍‌ ନ ଥିଲେ ହେଁ ପ୍ରଥମ ପଦକ। ମୋ ଦେଶ ପାଇଁ ମଧ୍ୟ ଏହା ପ୍ରଥମ ଅଲିମ୍ପିକ୍ସ ପଦକ। ଆମ ଦେଶ ବହୁତ ଛୋଟ ସତ, ମାତ୍ର ପଦକ ହାସଲ କରି ବହୁତ ଗର୍ବ ଅନୁଭବ ହେଉଛି“ ବୋଲି ନିଜ ପ୍ରତିକ୍ରିୟାରେ ପେରିଲି ପ୍ରକାଶ କରିଛନ୍ତି। ଏହା ପୂର୍ବରୁ କମ୍‌ ଲୋକସଂଖ୍ୟା ବିଶିଷ୍ଟ ଦେଶଭାବେ ବର୍ମୁଡାର ଫ୍ଲୋରା ଡୁଫି ସ୍ବର୍ଣ୍ଣ ପଦକ ପାଇଥିଲେ। ମାତ୍ର ଅଲିମ୍ପିକ୍ସରେ ଭାଗ ନେଇଥିବା ସବୁଠାରୁ କମ୍‌ ଲୋକସଂଖ୍ୟା ବିଶିଷ୍ଟ ଦେଶ ହେଉଛି ସାନ୍‌ ମାରିନୋ। ତେଣୁ ପେରିଲି ଏବେ ଡୁଫିଙ୍କୁ ପଛରେ ପକାଇ ଦେଇଛନ୍ତି। ଟ୍ରାପ୍‌ ଶୁଟିଂ ଇଭେଣ୍ଟରେ ସ୍ଲୋଭାକିଆର ଜୁଜାନା ରେହାକ ଷ୍ଟିଫେସକୋଭା ସ୍ବର୍ଣ୍ଣ ଏବଂ ଆମେରିକାର କାଏଲ ବ୍ରାଓନିଂ ରୌପ୍ୟ ପଦକ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ୨୦୨୬: ଚାମିରା, ନିସାଙ୍କା, କାମିନ୍ଦୁ ମେଣ୍ଡିସଙ୍କୁ ମିଳିଲା ଏନ୍‌ଓସି

କଲମ୍ବୋ, ୨୦ା୩: ଆଇପିଏଲ୍‌-୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲ୍‌ସି) ଶୁକ୍ରବାର ଦୁଷ୍ମନ୍ତ ଚାମିରା, ପାଥୁମ ନିସାଙ୍କା ଓ କାମିନ୍ଦୁ ମେଣ୍ଡିସଙ୍କୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି)…

ମହିଳା ବିଶ୍ୱକପ୍‌ ପାଇଁ ଫିଫାର ଆସିଲା ନୂଆ ନିୟମ, ଜାଣନ୍ତୁ…

ଜୁରିଚ୍‌,୨୦ା୩: ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’ର ଏକ ନୂଆ ନିୟମ ଅନୁମୋଦନ ଲାଭ କରିଛି। ଏଣିକି ମହିଳା ବିଶ୍ୱକପ୍‌ ଓ ଅନ୍ୟ ଟୁର୍ନାମେଣ୍ଟଗୁଡ଼ିକରେ ମହିଳା ଫୁଟ୍‌ବଲ…

ତୃତୀୟ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ,୨୦ା୩: ଶୁକ୍ରବାର ଖେଳାଯାଇଥିବା ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଟମ୍‌ ଲଥାମ(୬୩)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ…

IPL ପୂର୍ବରୁ ସରକାରଙ୍କ ‘ମାଷ୍ଟରଷ୍ଟ୍ରୋକ୍‌’: ୩୦୦ ଅଧିକ ବେଆଇନ ବେଟିଂ ସାଇଟ୍‌ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୦।୩: ଭାରତରେ ବେଆଇନ ଜୁଆ ଏବଂ ସଟ୍ଟାବାଜି (Betting) ଚଳାଉଥିବା ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗକୁ ଆଇପିଏଲ୍‌(IPL…

ଧୋନଙ୍କ ସହ ଏମିତି କରିବାକୁ ଖୁବ ଆଗ୍ରହୀ ଅଛନ୍ତି ସଞ୍ଜୁ ସମାସନ, Video ଖୋଲିଲା ବଡ଼ ଗୁମର

ନୂଆଦିଲ୍ଲୀ,୨୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ ପୂର୍ବରୁ, ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସ ସହିତ ଏକ ଟ୍ରେଡରେ ସଞ୍ଜୁ ସାମସନଙ୍କୁ କିଣିଥିଲା। ସେବେଠାରୁ, ପ୍ରଶଂସକମାନେ…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, IPL 2026ରେ ଧମାଲ କରିବେ ଏହି ଷ୍ଟାର, ବଡ଼ ଭବିଷ୍ୟବାଣୀ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ କାଉଣ୍ଟଡାଉନ ଚାଲିଛି। ଲିଗର ୧୯ତମ ସିଜିନ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ…

ଶ୍ୱଶୁରଙ୍କୁ ନେଇ ଏମିତି କହିଦେଲେ ଧୋନୀଙ୍କ ସ୍ତ୍ରୀ: ଚାରିଆଡ଼େ ହେଉଛି ଚର୍ଚ୍ଚା

ରାଞ୍ଚି,୨୦।୩: ଭରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ପରିବାର ସମ୍ପର୍କରେ ଏକ ଭାବପ୍ରବଣ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ…

IPL୨୦୨୬ ପୂର୍ବରୁ ଅଭିଷେକ ଶର୍ମାଙ୍କୁ ଚେତାବନୀ ଦେଲେ ଅନିଲ କୁମ୍ବଲେ,’ସେହ୍ବାଗଙ୍କଠୁ ଶିଖ’

ନୂଆଦିଲ୍ଲୀ,୨୦।୩: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ପ୍ରଶିକ୍ଷକ ଅନିଲ କୁମ୍ବଲେ ବିଶ୍ୱାସ କରନ୍ତି ଯେ ଯୁବ ଓପନର ଅଭିଷେକ ଶର୍ମାଙ୍କୁ ଧୂଆଁଧାର ବ୍ୟାଟିଂ ଏବଂ କ୍ରିଜରେ ରହିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri