Posted inଜାତୀୟ

ବଜେଟ ୨୦୨୫ ପୂର୍ବରୁ ବଡ଼ ଘୋଷଣା! କମିବ ପେଟ୍ରୋଲ ଦର…

ନୂଆଦିଲ୍ଲୀ,୩୧।୧: ୨୦୨୫ ବଜେଟ ପୂର୍ବରୁ ବଡ଼ ଘୋଷଣା! କମିପାରେ ପେଟ୍ରୋଲ-ଡିଜେଲ ଦର। ଏଥିପାଇଁ, ଉତ୍ପାଦ ଶୁଳ୍କ ହ୍ରାସ କରାଯାଇପାରେ। ବର୍ତ୍ତମାନ ପେଟ୍ରୋଲ ଉପରେ ୧୯.୯୦ ଟଙ୍କା ଏବଂ ଡିଜେଲ ଉପରେ ୧୫.୮୦ ଟଙ୍କା ଶୁଳ୍କ ଲାଗୁ ହେଉଛି। ଏହା ବ୍ୟତୀତ, ଇଲେକ୍ଟ୍ରୋନିକ୍ସ ଉପରେ ଆମଦାନୀ ଶୁଳ୍କ ହ୍ରାସ ଯୋଗୁଁ ମୋବାଇଲ ଭଳି ଜିନିଷ ଶସ୍ତା ହୋଇପାରେ।

ଅର୍ଥନୈତିକ ବିଶେଷଜ୍ଞନୁସାରେ, ସରକାର ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ କରମୁକ୍ତ କରିପାରନ୍ତି। ଏଥିସହ, ୧୫ରୁ ୨୦ଲକ୍ଷ ଟଙ୍କା ଆୟ ଉପରେ ୨୫% ଟିକସର ଏକ ନୂଆ ବର୍ଗ ପ୍ରଚଳନ କରିପାରନ୍ତି। ବର୍ତ୍ତମାନର ଟିକସ ଗଠନରେ ଛଅଟି ବର୍ଗ ଅଛି।
ସେହିପରି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ, ବାର୍ଷିକ ୬ହଜାର ଟଙ୍କାକୁ ୧୨ହଜାର ଟଙ୍କାକୁ ବୃଦ୍ଧି କରାଯାଇପାରେ। ଏହି ଯୋଜନା ଦେଶର କୋଟି କୋଟି ଚାଷୀଙ୍କୁ ଲାଭ ଦେଉଛି, ଏବଂ ଏହି ବୃଦ୍ଧି ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଉନ୍ନତ କରିପାରିବ।

ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କ ପାଇଁ ଇଣ୍ଟର୍ନସିପ କାର୍ଯ୍ୟକ୍ରମ ଘୋଷଣା କରାଯାଇପାରେ। ଏହା ସହିତ, ଏକ ‘ସମନ୍ନିତ ଜାତୀୟ ନିଯୁକ୍ତି ନୀତି’ ଗଠନ କରାଯାଇପାରିବ, ଯାହା ଦାରା ବିଭିନ୍ନ ମନ୍ତ୍ରଣାଳୟର ଯୋଜନାଗୁଡ଼ିକୁ ଗୋଟିଏ ଛତା ତଳେ ଅଣାଯାଇପାରିବ। ଏହା ବ୍ୟତୀତ, ଷ୍ଟାର୍ଟଅପ୍ଗୁଡ଼ିକୁ ମଧ୍ୟ ସମର୍ଥନ ମିଳିବାର ସମ୍ଭାବନା ରହିଛି।

ସ୍ବାସ୍ଥ୍ୟ କ୍ଷେତ୍ରର ବଜେଟ ୧୦% ବୃଦ୍ଧି କରାଯାଇପାରିବ। ଏହା ଅଧୀନରେ, ମେଡିକାଲ କଲେଜଗୁଡ଼ିକରେ ୭୫ ହଜାର ସିଟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସହିତ, MRI ଭଳି ଚିକିତ୍ସା ଉପକରଣ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯାଇପାରିବ, ଯାହା ଚିକିତ୍ସା ଖର୍ଚ୍ଚ ହ୍ରାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ଟ୍ରମ୍ପଙ୍କ ସାଂସଦ ଆଣିଲେ H1B ଭିଜା ଶେଷ କରିବାର ପ୍ଲାନ, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୧୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଜଣେ ସାଂସଦ ଏକ ବିଲ ଆଗତ କରିଛନ୍ତି ଯାହା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଆଘାତ। ସୋମବାର (ଫେବୃଆରୀ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

ଭାରତ ସହ ଟ୍ରେଡ୍‌ ଡିଲ୍‌ ମଧ୍ୟରେ ଆମେରିକା ନେଲା ବଡ଼ ପଦକ୍ଷେପ: ହଟିଲା…

ଓ୍ବାଶିଂଟନ୍‌,୧୧।୨: ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ (USTR) ଭାରତର ଏକ ମାନଚିତ୍ର ହଟାଇ ଦେଇଛି। ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଏବଂ ଅକ୍ସାଇ ଚାଇନାକୁ ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri