ସୋନପୁର, ୨୫l୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବିନିକା ଥାନା ସିଂଘିଯୁବା ନିକଟରେ ଜୟଭୋଲେ ନାମକ ଏକ ଯାତ୍ରୀବାହୀ ବସ୍ ବ୍ରିଜ୍ ତଳକୁ ଖସିପଡ଼ିଛି । ଘନ କୁହୁଡ଼ି ଯୋଗୁ ବାଙ୍କ ରାସ୍ତାରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ମଙ୍ଗଳବାର ସକାଳ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ବସ୍ଟି ଭୁବନେଶରରୁ ବରଗଡ଼ ଜିଲାର ପଦ୍ମପୁର ଯାଉଥିଲା । ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ । ବିନିକା ଓ ରାମପୁର ଅଗ୍ନିଶମ ସେବାକେନ୍ଦ୍ରର ଅଗ୍ନିଶମମାନେ ଯାତ୍ରୀଙ୍କୁ ଉଦ୍ଧାର କରି ବିନିକା ଗୋଷ୍ଠୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରଯାଇଛି ।

