Categories: ବାଣିଜ୍ୟ

ବାଇଡେନ ଟ୍ରାଞ୍ଜିଶନ: ରେକର୍ଡ ସ୍ତରରେ ୟୁଏସ୍‌ ଶେୟାର ବଜାର

ନୂଆଦିଲ୍ଲୀ: ନୂଆ କରି ରାଷ୍ଟ୍ରପତି ଭାବେ ନିର୍ବାଚିତ ବାଇଡେନଙ୍କ ଟ୍ରାଞ୍ଜିଶନ ଖବର ଆସିବା ପରେ ଆମେରିକାର ଶେୟାର ବଜାର ରେକର୍ଡ ସ୍ତରରେ ବନ୍ଦ ହୋଇଛି। ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଇଡେନଙ୍କୁ ଶୀଘ୍ର କ୍ଷମତା ହସ୍ତାନ୍ତର କରିବେ ବୋଲି ଜଣାପଡିଛି। ଏହି ଖବର ଆସିବା ପରେ ଓ୍ବାର୍ଲଷ୍ଟ୍ରିଟର ପ୍ରମୁଖ ସୂଚକାଙ୍କରେ କାରବାର ବେଶ ଉନ୍ନତ ରହିଛି। ବ୍ଲୁ ଚିପ୍‌ ଡାଉ ରେକର୍ଡ ଉଚ୍ଚ ସ୍ତରରେ ରହିଛି। ସେହିଭଳି ଏସ୍‌ଆଣ୍ଡପିର ସମସ୍ତ ୧୧ ସୂଚକାଙ୍କ ଉର୍ଦ୍ଧ୍ୱଗାମୀ ରହିଛି। ଏହି ସମୟରେ ଟେସଲା କମ୍ପାନୀର ଶେୟାର କାରବାର ୩.୩% ବୃଦ୍ଧି ହୋଇଥିବା ନଜରକୁ ଆସିଛି। ୟୁଏସ୍‌ ଶେୟାର ବଜାରରେ ବ୍ୟାଙ୍କ, ଶକ୍ତି ଏବଂ ଶିଳ୍ପ କ୍ଷେତ୍ର ଶେୟାର କାରବାର ଉନ୍ନତ ରହିଛି।

Share