୬ ଭାରତୀୟ ବଂଶୋଦ୍ଭବଙ୍କୁ ପୁନଃ ମନୋନୀତ କଲେ ବାଇଡେନ୍‌

ଓ୍ବାଶିଂଟନ,୫।୧: ଆମେରିକା ପ୍ରଶାସନର କେତେକ ଶୀର୍ଷ ପଦବୀକୁ ଅନୂ୍ୟନ ୬ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ପୁନଃ ମନୋନୀତ କରିଛନ୍ତି। ସେଗୁଡ଼ିକୁ ସିନେଟ ଅନୁମୋଦନ ନିମନ୍ତେ ପଠାଯାଇଛି। ରିଚାର୍ଡ ବର୍ମା (୫୪)ଙ୍କୁ ପରରାଷ୍ଟ୍ର ବିଭାଗର ପରିଚାଳନା ଓ ସମ୍ବଳ ବିଭାଗ ଉପସଚିବ ପାଇଁ ମନୋନୀତ କରାଯାଇତତ୍ବାବେଳ ଡ. ବିବେକ ହାଲେଗେରେ ମୂର୍ତ୍ତିଙ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କାର୍ଯ୍ୟନିର୍ବାହୀ ବୋର୍ଡର ପ୍ରତିନିଧି ଭାବେ ମନୋନୀତ କରାଯାଇଛି। ବର୍ମା ପୂର୍ବରୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଥିଲେ। ଏବେ ସେ ମୁଖ୍ୟ ନ୍ୟାୟିକ ଅଧିକାରୀ ଏବଂ ମାଷ୍ଟରକାର୍ଡରେ ଗ୍ଲୋବାଲ ପବ୍ଲିକ୍‌ ପଲିସି ମୁଖ୍ୟ ଅଛନ୍ତି।

ସେହିପରି ମୂର୍ତ୍ତି ଆମେରିକାର ୨୧ତମ ସର୍ଜନ ଜେନେରାଲ ଭାବେ କାର୍ଯ୍ୟ କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଞ୍ଜଳି ଚତୁର୍ବେଦୀଙ୍କୁ ବରିଷ୍ଠ ବ୍ୟାପାର ବିଭାଗ ଜେନେରାଲ କାଉନସିଲ, ରବି ଚୌଧରୀଙ୍କୁ ଆମେରିକା ବାୟୁସେନାର ସହକାରୀ ସଚିବ, ଗୀତା ରାଓ ଗୁପ୍ତାଙ୍କୁ ବିଶ୍ୱ ମହିଳା ପ୍ରସଙ୍ଗରେ ଆମ୍ବାସଡର ଆଟ୍‌ ଲାର୍ଜ ଏବଂ ରାଧା ଆୟେଙ୍ଗାର ପ୍ଲମ୍ବ୍‌ଙ୍କୁ ପ୍ରତିରକ୍ଷା ବିଭାଗ ଉପ ଅନୁସଚିବ ଭାବେ ମନୋନୀତ କରାଯାଇଛି। ପୂର୍ବରୁ ରାଷ୍ଟ୍ରପତି ଉପରୋକ୍ତ ନାମକୁ ସିନେଟକୁ ପଠାଇଥିଲେ ମଧ୍ୟ ତାହା ଅନୁମୋଦନ ହୋଇପାରି ନ ଥିଲା। ମଙ୍ଗଳବାର ୧୧୮ତମ କଂଗ୍ରେସର ପ୍ରଥମ ଦିନରେ ସିନେଟରମାନେ ଶପଥ ନେବା ସହ ପ୍ରତିନିଧି ସଭାର ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri