ହ୍ବାଇଟ୍‌ ହାଉସ୍‌ରେ ବାଇଡେନ୍‌-ମୋଦି

ଓ୍ବାଶିଂଟନ,୨୪।୯: ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ ହେବ। ବିଶ୍ୱର ଦୁଇ ବୃହତ୍‌ ଗଣତନ୍ତ୍ର ନିଜ ସମ୍ବନ୍ଧକୁ ଦୃଢ଼, ନିବିଡ଼ ଓ ଘନିଷ୍ଠ କରିବାକୁ ଯାଉଛନ୍ତି ବୋଲି ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ସେହିପରି ଚଳିତ ଦଶନ୍ଧିରେ ଆମେରିକାର ନେତୃତ୍ୱ ନିର୍ଦ୍ଦିଷ୍ଟ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ଯାଉଛି। ଭାରତ-ଆମେରିକା ମଧ୍ୟରେ ବନ୍ଧୁତାକୁ ଆହୁରି ମଜଭୁତ କରିବା ପାଇଁ ମଞ୍ଜି ବୁଣାଯାଇଛି ବୋଲି ବାଇଡେନ୍‌ଙ୍କୁ ମୋଦି କହିଛନ୍ତି।

୩ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସେଠାକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଓ୍ବାଶିଂଟନସ୍ଥିତ ହ୍ବାଇଟ୍‌ ହାଉସ୍‌ରେ ଭେଟିଛନ୍ତି। କୋଭିଡ୍‌-୧୯ ମହାମାରୀ ପରେ ଏହା ହେଉଛି ମୋଦିଙ୍କ ଦ୍ୱିତୀୟ ବିଦେଶ ଗସ୍ତ। ଏହି ଅବସରରେ ମୋଦି ବାଇଡେନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବାରେ ସହାୟକ ହେବ ବୋଲି କୁହାଯାଉଛି। ସାକ୍ଷାତ୍‌ ବେଳେ ମୋଦି ବାଇଡେନ୍‌ଙ୍କୁ କହିଥିଲେ, ଭାରତ-ଆମେରିକା ସମ୍ପର୍କରେ ନୂଆ ଅଧ୍ୟାୟ ଯୋଡ଼ିହୋଇଛି। ଏଥିରେ ଟେକ୍ନୋଲୋଜିର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱର ହିତ ପାଇଁ ଆମକୁ ମେଧାଶକ୍ତି ଓ ବୈଷୟିକ ଜ୍ଞାନର ଉପଯୁକ୍ତ ଉପଯୋଗ କରିବାକୁ ପଡ଼ିବ।
କ୍ୱାଡ୍‌ ରାଷ୍ଟ୍ର ଅଷ୍ଟ୍ରେଲିଆ, ଭାରତ, ଜାପାନ ଓ ଆମେରିକା ପକ୍ଷରୁ ମହାକାଶ ଉପରେ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ନେଇ ଘୋଷଣା ହୋଇଛି। ହ୍ବାଇଟ୍‌ ହାଉସ୍‌ରେ ଅନୁଷ୍ଠିତ ଏହି ଐତିହାସିକ ସମ୍ମିଳନୀରେ ଯୋଗାଣ ଶୃଙ୍ଖଳ ପଦକ୍ଷେପ, ୫ଜି, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆହ୍ବ୍‌ାନ, ଜଳବାୟୁ ପରିବର୍ତ୍ତନ, କୋଭିଡ୍‌-୧୯ ମହାମାରୀ, ସ୍ବାସ୍ଥ୍ୟ ସେବା, ଭିତ୍ତିଭୂମି ବିକାଶ ଏବଂ ଆଫଗାନିସ୍ତାନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବହୁପାକ୍ଷିକ ସହଯୋଗିତାକୁ ମଜଭୁତ କରିବା ନେଇ କ୍ୱାଡ୍‌ ରାଷ୍ଟ୍ରମୁଖ୍ୟମାନେ ସହମତି ପ୍ରକାଶ କରିଛନ୍ତି। ୨୦୨୦ ଜାନୁୟାରୀରେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଦାୟିତ୍ୱ ନେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ୍‌। ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ଏହା ହେଉଛି ତାଙ୍କର ସପ୍ତମ ଆମେରିକା ଗସ୍ତ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

ହର୍ମୁଜ ପାର୍‌ ହେବା ପରେ ସମୁଦ୍ର ମଝିରେ ହେଲା ଖେଳ! ଭାରତ ଅଭିମୁଖେ ଯାଉଥିବା ଇରାନୀ ଜାହାଜ ହଠାତ୍‌ ନେଲା ୟୁ-ଟର୍ନ, ଗତି ବଦଳାଇ…

ନୂଆଦିଳ୍ଲୀ,୩।୪: ହର୍ମୁଜ ପ୍ରଣାଳୀ ପାର୍‌ ହେବା ପରେ ସମୁଦ୍ରରେ ଏକ ଅଜବ ଘଟଣା ଘଟିଛି। ସାତ ବର୍ଷ ପରେ ଇରାନରୁ ଭାରତକୁ ତେଲ ନେଇ ଯାଉଥିବା ଏକ…

IRGCର ହିଟ ଲିଷ୍ଟରେ ୮ଟି ପ୍ରମୁଖ ଉପସାଗରୀୟ ସେତୁ; B1 ସେତୁ ଉପରେ ଆମେରିକା-ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ଯୋଗୁ ଇରାନ କ୍ରୋଧିତ

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ଇରାନର ସବୁଠାରୁ ଉଚ୍ଚ ସେତୁ – B1 -କୁ ଟାର୍ଗେଟ କରିଥିଲେ, ଯାହା ଏହି ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri