ସିକ୍ରେଟ ସର୍ଭିସ କର୍ମଚାରୀଙ୍କୁ ଆକ୍ରମଣ କଲା ଜୋ ବାଇଡେନଙ୍କ କୁକୁର ‘କମାଣ୍ଡର’, ୧୦ଜଣ ଅଧିକାରୀ ହୋଇଛନ୍ତି ଆକ୍ରମଣର ଶିକାର

ଓ୍ବାଶିଂଟନ୍‌,୨୭।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର ‘କମାଣ୍ଡର’ ଆଉ ଜଣେ ସିକ୍ରେଟ ସର୍ଭିସ କର୍ମଚାରୀଙ୍କୁ କାମୁଡ଼ି ଦେଇଛି। ଚାରି ମାସ ମଧ୍ୟରେ କମାଣ୍ଡର ଆକ୍ରମଣରେ ୧୦ଜଣ ଆହତ ହୋଇଛନ୍ତି। ହ୍ବାଇଟ ହାଉସରେ ସିକ୍ରେଟ ଏଜେଣ୍ଟଙ୍କ ଉପରେ ଏହି ଆକ୍ରମଣ ହୋଇଛି। ଏନେଇ ୟୁଏସର ସୂଚନା ମୁଖ୍ୟ ଆନ୍ଥୋନୀ ଗୁଗଲିମି କହିଛନ୍ତ, ଚିକିତ୍ସକମାନେ କର୍ମଚାରୀଙ୍କୁ ତୁରନ୍ତ ଚିକିତ୍ସା କରିଥିଲେ, ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସିକ୍ରେଟ ସର୍ଭିସ ରାଷ୍ଟ୍ରପତି ଏବଂ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଥାଏ। ସେମାନେ ହ୍ବାଇଟ ହାଉସରେ ନିୟୋଜିତ ହୋଇଥାନ୍ତି।

ହୋମଲ୍ୟାଣ୍ଡ ସୁରକ୍ଷା ବିଭାଗର ରେକର୍ଡ ଅନୁଯାୟୀ, କମାଣ୍ଡର ଜର୍ମାନ ଶେଫଡ ଏକ ଭଲ ପ୍ରଜାତିର କୁକୁର ଅଟେ। ସେ ଅକ୍ଟୋବର ୨୦୨୨ରୁ ଜାନୁୟାରୀ ମଧ୍ୟରେ ୧୧ଥର ସିକ୍ରେଟ ସର୍ଭିସ କର୍ମଚାରୀଙ୍କୁ ଆକ୍ରମଣ କରିଛି।

କମାଣ୍ଡର ବାଇଡେଙ୍କର ଦ୍ୱିତୀୟ କୁକୁର। ତାଙ୍କର ପ୍ରଥମ କୁକୁର ଜର୍ମାନ ଶେଫଡ୍‌ ‘ମେଜର’। ଅନେକ ସିକ୍ରେଟ ସର୍ଭିସ କର୍ମଚାରୀ ଓ ହ୍ବାଇଟ ହାଉସର କର୍ମଚାରୀଙ୍କୁ କାମୁଡିବା ଯୋଗୁ ତାକୁ ଡେଲାୱେରକୁ ପଠାଯାଇଥିଲା। ଡିସେମ୍ବର ୨୦୨୧ରେ ବାଇଡେନ ତାଙ୍କ ଭାଇ ଜେମ୍ସଙ୍କ ଠାରୁ ଉପହାର ସ୍ବରୂପ କମାଣ୍ଡରଙ୍କୁ ଗ୍ରହଣ କରିଥିଲେ। ବାଇଡେନଙ୍କ ପାଖରେ ‘ଓ୍ବିଲୋ’ ନାମକ ଏକ ବିଲେଇ ବି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri