Categories: ଫୁରସତ

ପ୍ୟାଡେଲ ନ ଥିବା ସାଇକେଲ

ଦୁଇଟି ବଡ଼ ବଡ଼ ଚକ ଓ ସେଇ ଦୁଇ ଚକକୁ ଆଗକୁ ଗଡାଇବା ଲାଗି ଦୁଇଟି ପେଡାଲ କଥା ଉଠିଲେ ହିଁ ମନକୁ ଆପଣା ଛାଏଁ ସାଇକେଲର ଛବି ଆସିଯାଏ। ହେଲେ ସାଇକେଲର ଏହି ଛବିକୁ ବଦଳାଇ ଏବେ ତିଆରି ହୋଇଛି ଏକ ଭିନ୍ନ ଧରଣର ସାଇକେଲ। ଯେଉଁଥିରେ ଦୁଇଟି ଚକ ଅଛି ସତ, ହେଲେ ନାହିଁ ପେଡାଲ। ବସିବା ପାଇଁ ସିଟ୍‌ ବି ନାହିଁ। ସିଟ୍‌ ରହୁଥିବା ସ୍ଥାନରୁ ହ୍ୟାଣ୍ଡଲ ପର୍ଯ୍ୟନ୍ତ ଏକ ଧନୁ ଆକାରର ରଡ ଲାଗିଛି। ଏହି ରଡର ତଳଭାଗକୁ ଝୁଲି ରହିଥିବା ବେଲ୍ଟରେ ବାନ୍ଧି ହୋଇ ଭୂମି ଆଡକୁ ମୁହଁ କରି ଝୁଲନ୍ତା ଅବସ୍ଥାରେ ପାଦରେ ଦୌଡି ଦୌଡି ଏହି ସାଇକେଲକୁ ଚଳାଇବାକୁ ହୁଏ। କିଛି ବାଟ ଦୌଡିବା ପରେ ପଛ ଚକର ଦୁଇ ପାର୍ଶ୍ୱରେ ଥିବା ପାଦ ରଖିବା ଲାଗି ସ୍ଥାନରେ ପାଦ ରଖି ବିଶ୍ରାମ ନେଇପାରିବେ। ତେବେ କିଛି ସମୟର ବିଶ୍ରାମ ପରେ ପୁଣିଥରେ ଦୌଡି ଉକ୍ତ ସାଇକେଲକୁ ଚଳାଇବାକୁ ହୁଏ। ସାଇକେଲରେ ଥିବା ସେହି ଧନୁ ଆକାରର ଫ୍ରେମଟି ଗ୍ଲାସ ଓ କାର୍ବନ ଫାଇବର୍‌ରେ ତିଆରି। ପ୍ରାୟ ୬ ଫୁଟ୍‌ ଉଚ୍ଚତାର ଲୋକଙ୍କ ପାଇଁ ଏହା ଡିଜାଇନ୍‌ ହୋଇଛି। ‘ଫ୍ଲିଜ୍‌’ ନାମକ ଉକ୍ତ ସାଇକେଲ ଦ୍ୱାରା ଉଭୟ ରନିଂ ଓ ବାଇକିଂର ମଜା ଉଠାଇ ହେବ।

Share