ଧର୍ମନିରପେକ୍ଷତାରେ ପକ୍ଷପାତିତା

ଦେଶର ବିଭିନ୍ନ ସମସାମୟିକ ପ୍ରସଙ୍ଗ ସହ ଧର୍ମ ଆଧାରରେ ଦେଶକୁ ଭାଗଭାଗ କରୁଥିବା ତଥା ଭେଦଭାବକୁ ପ୍ରଶ୍ରୟ ଦେଉଥିବା ନିୟମଗୁଡ଼ିକର ଆଧୁନିକ ସମାଜରେ କୌଣସି ସ୍ଥାନ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଲାଲକିଲ୍ଲାରୁ ଅଠସ୍ତରିତମ ସ୍ବାଧୀନତା ଦିବସର ଅଭିଭାଷଣ ରଖିବା ଅବସରରେ ପ୍ରଚଳିତ ନାଗରିକ ସଂହିତାକୁ ଏକ ଭେଦଭାବପୂର୍ଣ୍ଣ ସାମ୍ପ୍ରଦାୟିକ ସଂହିତା ଭାବେ ସେ ଅଭିହିତ କରି ଦେଶକୁ ଧାର୍ମିକ ବିଦ୍ୱେଷରୁ ଦୂରେଇ ରଖିବାକୁ ଏକ ଧର୍ମନିରପେକ୍ଷ ନାଗରିକ ସଂହିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଚ୍ଚତମ ନ୍ୟାୟାଳୟ ମଧ୍ୟ ସମାନ ନାଗରିକ ସଂହିତା ଉପରେ ବହୁବାର ନିଜର ଟିପ୍ପଣୀ ରଖିଛନ୍ତି। ତେଣୁ ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏଭଳି ପରିବର୍ତ୍ତନର ଆବଶ୍ୟକତା ଉପରେ ସମ୍ପ୍ରସାରିତ ଆଲୋଚନା ପାଇଁ ଦେଶବାସୀଙ୍କୁ ନିବେଦନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଥରେ ଏହି ପରିବର୍ତ୍ତନ ହୋଇଗଲେ ଏହା ସମସ୍ତ ଧର୍ମୀୟ ଭେଦଭାବକୁ ଦୂର କରିବା ସହ ସାଧାରଣ ନାଗରିକଙ୍କ ମଧ୍ୟରେ ଥିବା ଦୂରତାକୁ କମେଇବାରେ ସହାୟକ ହେବ।
ଯେଉଁ ସମୟରେ ଭାରତ ସହ ସାରା ବିଶ୍ବରେ ଧାର୍ମିକ ଉତ୍ତେଜନା ବୃଦ୍ଧି ପାଉଛି, ସେହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାଧାରଣ ଜନତା ବି ସେଇ କଥା ଚାହାନ୍ତି କି ଦେଶରେ ଧର୍ମନିରପେକ୍ଷତା ସହ ସମ୍ବିଧାନ ପ୍ରଦତ୍ତ ନ୍ୟାୟ, ସ୍ବତନ୍ତ୍ରତା, ସମାନତା ଓ ଭ୍ରାତୃତ୍ୱ ଭଳି ସମସ୍ତ ଗଣତାନ୍ତ୍ରିକ ମୂଲ୍ୟବୋଧ ଚିରକାଳ ଅକ୍ଷୁଣ୍ଣ ରହୁ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏ ବକ୍ତବ୍ୟ ଉପରେ ଦେଶବାସୀଙ୍କ ମତାମତ ଯାହା ରହୁନା କାହିଁକି, ସରକାର ଚାହିଁଲେ ନିକଟ ଅତୀତରେ ବଦଳିଥିବା ଅନ୍ୟାନ୍ୟ ନିୟମକାନୁନ୍‌ ଭଳି ଏହା ମଧ୍ୟ ବଦଳି ଯିବା କିଛି ଅସମ୍ଭବ ନୁହେଁ। ହେଲେ ଯେଉଁ କଥା କୁହାଯାଉଛି, ସେହିଭଳି ସଂହିତା ପ୍ରଣୟନ କରିବା ଏବଂ ଧର୍ମନିରପେକ୍ଷତାକୁ ବଜାୟ ରଖି ସବୁ ଗୋଷ୍ଠୀ ଓ ସମ୍ପ୍ରଦାୟ ପାଇଁ ସମାନ ଭାବରେ ତାକୁ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରିବା ନେଇ ଅନେକ ସନ୍ଦେହ ତଥା ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ। କାରଣ ଅଧିକାଂଶ କ୍ଷେତ୍ରରେ ସରକାରୀ ନିୟମ ଓ ସେସବୁର କାର୍ଯ୍ୟକାରିତାରେ ପାତରଅନ୍ତର ଆଜିକାଲି ଏକ ସାଧାରଣ ଘଟଣା। ସମାନ ନିୟମକୁ ଭିନ୍ନଭିନ୍ନ ଢଙ୍ଗରେ ଲାଗୁ କରିବା ନେଇ ବହୁ ଉଦାହରଣ ଅଛି; କେଉଁଠି କିଏ ଫସିଗଲାଣି ତ ଆଉ କେଉଁଠି କିଏ ଖସିଗଲାଣି। ସମାନ ନିୟମରେ କେତେବେଳେ କେଉଁ ବ୍ୟକ୍ତି ବା ଅନୁଷ୍ଠାନକୁ ଅଯଥା ଅନୁଗ୍ରହ ପ୍ରାପ୍ତ ହେଉଛି ତ ଅନ୍ୟ କାହାପାଇଁ ଦୃଷ୍ଟିଭଙ୍ଗୀ ବଦଳି ଯାଉଛି। ଧର୍ମନିରପେକ୍ଷତାକୁ ଆଖି ଆଗରେ ରଖି ଗୋଟିଏ ଉଦାହରଣରୁ ଆଲୋଚନାକୁ ଆଗକୁ ନେବା ଉଚିତ ହେବ।
ଉତ୍ତମ ଆଚରଣ ଓ ଉଚ୍ଚାରଣ ସହ ସରକାରୀ ଚାକିରିରେ ସତ୍ୟନିଷ୍ଠ, ଶୋଭନୀୟତା, ଶିଷ୍ଟତା, ତତ୍ପରତା, ନିରପେକ୍ଷତା ଓ କର୍ତ୍ତବ୍ୟପରାୟଣତା ଆଦି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ସାମରିକ, ରେଳବାଇ ଏବଂ ସର୍ବଭାରତୀୟ ସେବା ଅନ୍ତର୍ଭୁକ୍ତ ତଥା କିଛି ନିର୍ଦ୍ଦିଷ୍ଟ ଅଧିନିୟମରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଅଲଗା ଅଲଗା ଆଚରଣ ବିଧି ପ୍ରଣୟନ କରିଛନ୍ତି। ହେଲେ ଅନ୍ୟ ସମସ୍ତ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ବେସାମରିକ ସେବା (ଆଚରଣ) ନିୟମାବଳୀ, ୧୯୬୪ ପ୍ରଣୟନ କରାଯାଇଛି। ଯେକୌଣସି କର୍ମଚାରୀଙ୍କୁ ଦିଆଯାଇଥିବା ନିର୍ଦ୍ଦିଷ୍ଟ କ୍ଷମତାର ପ୍ରୟୋଗ ପୂର୍ବକ ବ୍ୟକ୍ତିଗତ ସ୍ବାର୍ଥ ଓ ଲିଙ୍ଗଗତ ଭେଦଭାବରୁ ଊର୍ଦ୍ଧ୍ୱରେ ଏବଂ ଦେଶ ତଥା ଦଶର ସ୍ବାର୍ଥରେ ନିଜ ବିବେକ ଓ ବୁଦ୍ଧିର ସର୍ବୋତ୍ତମ ପ୍ରୟୋଗ ଦ୍ୱାରା ସମ୍ପୂର୍ଣ୍ଣ ଧର୍ମନିରପେକ୍ଷତାର ସହ ପ୍ରତ୍ୟେକଟି ସରକାରୀ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ସ୍ବଚ୍ଛତାର ସହ ସମ୍ପାଦନ କରିବା ଏହି ନିୟମାବଳୀର ଲକ୍ଷ୍ୟ। ସର୍ବୋପରି ୧୯୬୪ର ଏହି ନିୟମାବଳୀର ଧାରା- ୫ରେ କୌଣସି ରାଜନୈତିକ ଦଳ ବା ରାଜନୀତିରେ ଭାଗ ନେଉଥିବା କୌଣସି ସଂଗଠନର ସଦସ୍ୟତା ଗ୍ରହଣ କରିବାକୁ ଅଥବା କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଭାଗନେବାକୁ କିମ୍ବା ଏଭଳି ଦଳୀୟ ବା ସାଂଗଠନିକ କାର୍ଯ୍ୟକ୍ରମକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବାକୁ କର୍ମଚାରୀମାନଙ୍କୁ ସିଧାସଳଖ ବାରଣ କରାଯାଇଛି। କୌଣସି ଦଳ ରାଜନୈତିକ ଦଳ କି ନୁହେଁ କିମ୍ବା କୌଣସି ସଂଗଠନ ରାଜନୀତିରେ ଭାଗ ନେଉଛି କି ନାହିଁ ବା ଏହାର ଗତିବିଧି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କି ନୁହେଁ, ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ନିର୍ଣ୍ଣୟ ହିଁ ଅନ୍ତିମ।
ଏହି କ୍ରମରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଓ ଜମାତ-ଏ-ଇସ୍‌ଲାମି ଭଳି ଦୁଇଟି ସଂଗଠନରେ ସରକାରୀ କର୍ମଚାରୀମାନଙ୍କୁ ସଦସ୍ୟ ନ ହେବାକୁ ଏବଂ ଏମାନଙ୍କର କୌଣସି କାର୍ଯ୍ୟକ୍ରମରେ ଭାଗ ନ ନେବାକୁ ଧାରା-୫ର ଉପଧାରା-୧୨ରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ଏହାସହ ୩୦ ନଭେମ୍ବର ୧୯୬୬ରୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ସବୁ ବିଭାଗକୁ ନିର୍ଦ୍ଦେଶନାମା ଜାରି କରି ପରବର୍ତ୍ତୀ ସମୟରେ (୨୫ ଜୁଲାଇ ୧୯୭୦ ଓ ୨୮ ଅକ୍ଟୋବର ୧୯୮୦) ସେସବୁକୁ ଦୋହରେଇଛନ୍ତି। ସ୍ପଷ୍ଟ ଆଲୋଚନା ମାଧ୍ୟମରେ ସରକାର ଉପଧାରା- ୧୨ରେ ଲିପିବଦ୍ଧ କରିଛନ୍ତି ଯେ ସରକାରୀ କର୍ମଚାରୀଙ୍କ ପକ୍ଷେ ଧର୍ମନିରପେକ୍ଷ ଦୃଷ୍ଟିକୋଣ ବଜାୟ ରଖିବା ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ। ସାମ୍ପ୍ରଦାୟିକ ଭାବନାର ମୂଳୋତ୍ପାଟନ କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ। କୌଣସି ସାମ୍ପ୍ରଦାୟିକ ସଂଗଠନକୁ ପ୍ରୋତ୍ସାହିତ କରିବା କିମ୍ବା ସାମ୍ପ୍ରଦାୟିକତା ଆଧାରରେ କୌଣସି ଆବେଦନ ନିବେଦନକୁ ଧ୍ୟାନ ଦେବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଯଦି କୌଣସି କର୍ମଚାରୀ ଉପରୋକ୍ତ ନିର୍ଦ୍ଦେଶ ବିରୋଧରେ ଯା’ନ୍ତି, ତେବେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ।
କିନ୍ତୁ ୯ ଜୁଲାଇ ୨୦୨୪ରେ କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରି କେବଳ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଉପରୁ ଉପରୋକ୍ତ ପ୍ରତିବନ୍ଧକ ଉଠେଇ ନେଇଛନ୍ତି। ଅର୍ଥାତ୍‌ ଏବେ ସରକାରୀ କର୍ମଚାରୀମାନେ ବିନା ପ୍ରତିବନ୍ଧକରେ ଆର୍‌ଏସ୍‌ଏସ୍‌ର ସଭ୍ୟ ପଦ ଗ୍ରହଣ କରିବା ସହ ତା’ର ସମସ୍ତ କାର୍ଯ୍ୟକ୍ରମରେ ଭାଗନେଇପାରିବେ। ଆର୍‌ଏସ୍‌ଏସ୍‌ ଉପରୁ ପ୍ରତିବନ୍ଧକ ଉଠେଇ ସରକାର ଏକତରଫା ଭାବେ ନିଜେ ପ୍ରଣୟନ କରିଥିବା କେନ୍ଦ୍ରୀୟ ବେସାମରିକ ସେବା(ଆଚରଣ) ନିୟମାବଳୀ, ୧୯୬୪ର ଖୋଲା ଉଲ୍ଲଂଘନ କରିବା ସହ ଧର୍ମନିରପେକ୍ଷତାକୁ ନିରୁତ୍ସାହିତ କରୁଛନ୍ତି। ଏହା ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି।
ସ୍ବାଧୀନ ଭାରତର ସରକାର କୋଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି, ଦଳ, ଗୋଷ୍ଠୀ, ସଂଗଠନ ବା ସମ୍ପ୍ରଦାୟର ମାଲିକାନାରେ ନୁହେଁ ବରଂ ସାଧାରଣ ଜନତାଙ୍କର, ଜନତାଙ୍କ ଦ୍ୱାରା ଓ ଜନତାଙ୍କ ପାଇଁ। ତେଣୁ ପ୍ରଧାନମନ୍ତ୍ରୀ ଧର୍ମନିରପେକ୍ଷ ନାଗରିକ ସଂହିତାର ପ୍ରଣୟନ କଥା ଉଠେଇବା ପୂର୍ବରୁ ଧର୍ମନିରପେକ୍ଷତାକୁ ବଜାୟ ରଖିବା ପାଇଁ ଉପରୋକ୍ତ ମହଜୁଦା ନିୟମାବଳୀ କିଭଳି ଏକ ନିର୍ଦ୍ଦିଷ୍ଟ ସଂଗଠନ ଉଦ୍ଦେଶ୍ୟରେ ରାତାରାତି ବଦଳିଗଲା ତାକୁ ସମୀକ୍ଷା କରିବାର ଆବଶ୍ୟକତା ଥିଲା। ନିୟମ ପ୍ରଣୟନ କରିବାରେ କିଛି ବିଚିତ୍ରତା ନାହିଁ। ପ୍ରଗତିର ଅନ୍ୟ ନାମ ପରିବର୍ତ୍ତନ। ତେଣୁ ପରିବର୍ତ୍ତିତ ପରିସ୍ଥିତିକୁ ଲକ୍ଷ୍ୟ ରଖି ଦେଶର ହିତରେ ପୁରୁଣା ନିୟମ ବଦଳିବା ଅତି ସ୍ବାଗତଯୋଗ୍ୟ। କିନ୍ତୁ ତାହା ଯଦି ଦଳୀୟ ସ୍ବାର୍ଥରୁ ଊର୍ଦ୍ଧ୍ୱରେ ଦେଶର ହିତ ସାଧନ ନ କରି ଏକ ନିର୍ଦ୍ଦିଷ୍ଟ ସଂଗଠନ କି ସମ୍ପ୍ରଦାୟର ସ୍ବାର୍ଥ ରକ୍ଷାରେ ଲାଗୁ କରାଯାଏ, ତେବେ ଏହା ଉଭୟ ଗଣତନ୍ତ୍ର ଓ ସମ୍ବିଧାନର ଅମର୍ଯ୍ୟାଦା କହିଲେ ଅତ୍ୟୁକ୍ତି ହେବନାହିଁ।
ମୋ: ୯୪୩୭୦୨୨୬୬୯


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri