ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି ସମୟରେ ଆବାସିକ କ୍ୱାର୍ଟର୍ସଗୁଡ଼ିକୁ ଆଘାତ କଲା ଯେତେବେଳେ ସମସ୍ତେ ଘରେ ଥିଲେ। ମନେକରାଯାଉ, ରାଷ୍ଟ୍ରପତି ଟ୍ରମ୍ପ, ତାଙ୍କ ପତ୍ନୀ ମେଲାନିଆ, ପୁଅ ଡୋନାଲ୍ଡ ଓ ଏରିକ ଏବଂ ସେମାନଙ୍କ ସ୍ତ୍ରୀ ଓ ପିଲାମାନେ ଘରେ ଥିବା ସମୟରେ ପ୍ରଥମ କ୍ଷେପଣାସ୍ତ୍ର ମାଡ଼ରେ ସମସ୍ତେ ପ୍ରାଣ ହରାଇଲେ। ପରେ ଏକତ୍ରିତ ହୋଇଥିବା ଅନ୍ୟସବୁ ପରିବାରର ସଦସ୍ୟଙ୍କୁ ସାହାଯ୍ୟ କରିବାକୁ ଉଦ୍ଧାରକାରୀମାନେ ଯିବା ବେଳେ ଦ୍ୱିତୀୟ କ୍ଷେପଣାସ୍ତ୍ରରେ ସେମାନଙ୍କ ପ୍ରାଣ ଚାଲିଗଲା। ଏହାପରେ, କଳ୍ପନା କରନ୍ତୁ ଯେ ଟ୍ରମ୍ପଙ୍କ କ୍ୟାବିନେଟ ସଦସ୍ୟ ବୈଦେଶିକ ମନ୍ତ୍ରୀ (ସେମାନେ କହନ୍ତି ବିଦେଶ ସଚିବ) ରୁବିଓ, ପ୍ରତିରକ୍ଷା ମନ୍ତ୍ରୀ ପିଟର ହେଗସେଥ ଏବଂ ଅନ୍ୟମାନଙ୍କର ପରିବାର ସହିତ ଘରେ ମୃତ୍ୟୁ ଘଟିଛି। କଳ୍ପନା କରନ୍ତୁ, ଆମେରିକାର ଏକ ସ୍କୁଲ ଉପରେ ଆକ୍ରମଣ କରାଯାଇ ୧୫୦ରୁ ଅଧିକ ଛାତ୍ରୀଙ୍କୁ ହତ୍ୟା କରାଯାଇଛି। ଏହା ବ୍ୟତୀତ କଳ୍ପନା କରନ୍ତୁ ଯେ ଏତେ ଲୋକଙ୍କୁ ହତ୍ୟା କରିଥିବା ଏକ ସଂସ୍ଥା ଗୁପ୍ତ ଭାବରେ ଆମେରିକାର ଗୋଟିଏ ଯୁଦ୍ଧଜାହାଜକୁ ଆକ୍ରମଣ କରି ବୁଡ଼ାଇ ଦେଇ ଅଧିକାଂଶ ନାବିକଙ୍କୁ ହତ୍ୟା କରିଛି। ପାଠକମାନଙ୍କୁ ଏହି କଳ୍ପିତ ବିଷୟଗୁଡ଼ିକ ଉପରେ ବିଚାର କରିବା ପାଇଁ ଭାବିବାକୁ ପଡ଼ିବ ନାହିଁ, କାରଣ ଏସବୁ ଘଟଣା ଆମେରିକୀୟଙ୍କ କ୍ଷେତ୍ରରେ ନୁହେଁ ବରଂ ପ୍ରକୃତରେ ଇରାନୀମାନଙ୍କ ସହିତ ଘଟିଛି ଏବଂ ସେସବୁ ଆମେରିକା କରିଥିଲା। ଯଦି ଉପରୋକ୍ତ ବିଷୟଗୁଡ଼ିକ ବିଭ୍ରାନ୍ତକାରୀ ଲାଗୁଛି, ତେବେ ଏହାର କାରଣ ହେଉଛି ଆମେ ଇରାନୀମାନଙ୍କ ବିଷୟରେ ଚିନ୍ତା ନ କରି ଆମେରିକୀୟଙ୍କୁ ଭିନ୍ନ ଭାବରେ ଦେଖିବାକୁ ବାଧ୍ୟ ହୋଇଛୁ। ଇରାନକୁ ନିରନ୍ତର ଭାବେ ନିନ୍ଦା କରିବା ଏବଂ ଧମକ ଦିଆଗଲେ ମଧ୍ୟ (ଯେପରି ଇରାକ, ଆଫଗାନିସ୍ତାନ ଇତ୍ୟାଦି କ୍ଷେତ୍ରରେ ହୋଇଥିଲା) ଆମେ ଆମେରିକୀୟମାନଙ୍କ ପ୍ରତି ଯେପରି ସହାନୁଭୂତି ଦେଖାଇପାରୁଛୁ ଇରନୀଙ୍କ ପ୍ରତି ସେତିକି ଦେଖାଇ ପାରିନାହଁୁ। ଏବେ ଆମେ କଳ୍ପିତ ଭାବନାକୁ ଛାଡ଼ି ଯୁଦ୍ଧ ଶେଷ କରିବା ପାଇଁ ଦୁଇପକ୍ଷ ଯେଉଁ ଦୁଇଟି ସର୍ତ୍ତାବଳୀ ତାଲିକା ଦେଇଛନ୍ତି ତାହା ଉପରେ ବିଚାର କରିବା। ଆମେରିକୀୟଙ୍କ ତାଲିକାରେ ୧୫ଟି ବିଷୟ ରହିଛି। ଏଗୁଡ଼ିକ ହେଲା: ୧. ଇରାନକୁ ଏହାର ପରମାଣୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡ଼ିବ। ୨. ସମସ୍ତ ୟୁରାନିୟମ ସମୃଦ୍ଧୀକରଣ ବନ୍ଦ ହେଉ। ୩. ଏହାର ଅବାଧ ଯାଞ୍ଚ ପାଇଁ ଆମେରିକାକୁ ଅନୁମତି ମିଳୁ। ୪. ବାଲିଷ୍ଟିକ କ୍ଷେପଣାସ୍ତ୍ର ବିକାଶ ବନ୍ଦ କରୁ। ୫. ସାମରିକ କ୍ଷମତା ହ୍ରାସ କରୁ। ୬. ପାଲେଷ୍ଟାଇନ ଏବଂ ଲେବାନନ୍‌ର ଗୋଷ୍ଠୀଗୁଡ଼ିକୁ ସମର୍ଥନ ବନ୍ଦ କରୁ। ୭. ବିଦେଶରେ ପ୍ରଭାବ ଶେଷ କରୁ। ୮. ହର୍ମୁଜ ଷ୍ଟ୍ରେଟର ନିୟନ୍ତ୍ରଣ ହସ୍ତାନ୍ତର କରୁ। ୯. ଜାହାଜ ଚଳାଚଳ ପଥ ଉପରେ ନିୟନ୍ତ୍ରଣ ଛାଡ଼ୁ। ୧୦. ଉପସାଗରରେ ଆମେରିକୀୟ ସହଯୋଗୀଙ୍କ ବିରୋଧରେ ଆକ୍ରମଣ ବନ୍ଦ କରୁ। ୧୧. ଆଞ୍ଚଳିକ ଯୁଦ୍ଧ ହ୍ରାସ କରୁ। ୧୨. ଆମେରିକା ନେତୃତ୍ୱାଧୀନ ଆଲୋଚନାରେ ସାମିଲ ହେଉ। ୧୩. ଦୀର୍ଘକାଳୀନ ତଦାରଖ ଏବଂ ଅନୁପାଳନ ସର୍ତ୍ତାବଳୀକୁ ଗ୍ରହଣ କରୁ। ୧୪. ଅସ୍ତ୍ରଶସ୍ତ୍ର ସ୍ଥାନାନ୍ତର ସୀମିତ ରଖୁ। ୧୫. ଭବିଷ୍ୟତରେ ଆଚରଣ ପରିବର୍ତ୍ତନ କରୁ। ଇରାନୀଙ୍କ ପାଖରେ ପାଞ୍ଚଟି ସର୍ତ୍ତର ତାଲିକା ଅଛି -୧. ଇରାନୀ ନେତାଙ୍କ ହତ୍ୟା ବନ୍ଦ ହେବା ଉଚିତ। ୨. ଭବିଷ୍ୟତରେ କୌଣସି ଯୁଦ୍ଧ ନ ହେବାର ଗ୍ୟାରେଣ୍ଟି ଦିଆଯାଉ। ୩. ଏହି ଯୁଦ୍ଧର କ୍ଷତି ଭରଣା କରାଯାଉ। ୪. ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଚଳାଇଥିବା ବ୍ୟାପକ ଯୁଦ୍ଧ ବନ୍ଦ ହେଉ। ୫. ହର୍ମୁଜ ଷ୍ଟ୍ରେଟ ଉପରେ ଇରାନର ସାର୍ୱଭୌମ ଅଧିକାରକୁ ସ୍ୱୀକୃତି ଦିଆଯାଉ।
ଆମେ ଏଠାରେ ଆଉ କିଛି ବିଷୟକୁ ଅନୁଧ୍ୟାନ କରିପାରିବା। ଇରାନ ଅନେକ ବିଷୟ କହିଛି ଏବଂ ବିଶ୍ୱ ସେସବୁକୁ ଶୁଣିଥିଲେ ମଧ୍ୟ ତାଲିକାରେ ସେଥିରୁ କେତେକ ବିଷୟ ନାହିଁ। ଭାରତ, ପାକିସ୍ତାନ, ଆମେରିକା ଓ ଇସ୍ରାଏଲ ପରି ୟୁରାନିୟମ ସମୃଦ୍ଧୀକରଣ ଏବଂ ଶାନ୍ତିପୂର୍ଣ୍ଣ ପରମାଣୁ କାର୍ଯ୍ୟକ୍ରମ ପାଇଁ ଇରାନର ଅଧିକାର ଅଛି। ହେଲେ ସେମାନେ ଏହାକୁ କାହିଁକି ସାମିଲ କରୁନାହାନ୍ତି? ଦେଖିବାକୁ ଗଲେ, ଇରାନର ତାଲିକାଟି ପ୍ରତିରକ୍ଷାମୂଳକ ଏବଂ ଯେଉଁମାନେ ଏହା ବିରୋଧରେ ଯୁଦ୍ଧ କରିଛନ୍ତି ସେମାନଙ୍କ ଉପରେ କୌଣସି ଦାବି ରଖେ ନାହିଁ। ଟ୍ରମ୍ପଙ୍କ ତାଲିକା ବିଷୟରେ କ’ଣ କୁହାଯାଇପାରେ? ଏହା ଆକ୍ରମଣାତ୍ମକ, ସର୍ୱୋଚ୍ଚବାଦୀ ତଥା ପାଗଳାମି ବା ବିଶୃଙ୍ଖଳ ଭାବନାକୁ ପ୍ରକାଶ କରେ। ଆକ୍ରମଣକୁ ଦେଖିଲେ କୌଣସି ପ୍ରକାରେ ବୁଝାମଣାର ସୁଯୋଗ ନାହିଁ। ଉନ୍ମତ୍ତ ଆଚରଣ ଦୃଷ୍ଟିରୁ ଅନୁମାନ କରାଯାଏ ଯେ, ଆମେରିକା ଏବଂ ଇସ୍ରାଏଲ ଏବେ ଏହି ସଂଘର୍ଷ ଜାରି ରଖିବା ସ୍ଥିତିରେ ଅଛନ୍ତି। ଏହି କାରଣରୁ, ଦୁର୍ଭାଗ୍ୟବଶତଃ ଏହି ସଂଘର୍ଷ ଏବଂ ଏହାର ପ୍ରଭାବ ସହ ଜଡ଼ିତ ଆମ ସମସ୍ତଙ୍କର ଯନ୍ତ୍ରଣା ଶୀଘ୍ର ଶେଷ ହେବାର ଆଶା ନାହିଁ।
ଏବେ ଗୋଟିଏ ଶେଷ କଥା ବିଚାର କରନ୍ତୁ। ଯଦି ଆମେ ଯାହା କଳ୍ପନା କରିଥିଲୁ ତାହା ଘଟିଥାନ୍ତା ଏବଂ ଆମେରିକା, ଟ୍ରମ୍ପ ଏବଂ ତାଙ୍କ ପରିବାର, ତାଙ୍କ ମନ୍ତ୍ରୀ ଏବଂ ଆମେରିକୀୟ ସ୍କୁଲ ଛାତ୍ରୀ ଏବଂ ନାବିକମାନଙ୍କୁ ହତ୍ୟା କରାଯାଇଥାନ୍ତା, ତେବେ କ’ଣ ଆମ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଫେବୃଆରୀ ୨୮ ପରଠାରୁ ଯାହା କହି ଆସିଛନ୍ତି ତାହା କହିଥାନ୍ତେ ଏବଂ କରିଥାନ୍ତେ? ମୋର ସନ୍ଦେହ ରହୁଛି। ଆମେ ‘ବସୁଧୈବ କୁଟୁମ୍ୱକମ’ କହୁ। ତେବେ ଆମେ କ’ଣ ପ୍ରକୃତରେ ଏହା କହିବାକୁ ଚାହୁଁଛୁ ଯେ ଭାରତର ଜ୍ଞାନ ହେଉଛି ବିଶ୍ୱ ଏବଂ ଏହାର ସମସ୍ତ ଲୋକଙ୍କୁ ଗୋଟିଏ ପରିବାର ଭାବରେ ବିବେଚନା କରିବା? ଉତ୍ତର ହେଉଛି ‘ନା’, ଯାହା ଭାରତର କାର୍ଯ୍ୟରେ ସ୍ପଷ୍ଟ ଭାବରେ ପ୍ରତୀୟମାନ। ଯେଉଁ ସମ୍ପର୍କୀୟମାନେ ଭୌଗୋଳିକ ଦୃଷ୍ଟିରୁ ନିକଟତର (ଇରାନ ଏବଂ ଭାରତର ୧୯୪୭ ପର୍ଯ୍ୟନ୍ତ ଏକ ଭୌତିକ ସୀମା ଥିଲା), କିନ୍ତୁ ମାନସିକ ଭାବରେ ଦୂରରେ ଥିଲେ, ସେମାନଙ୍କୁ ବି ଏଡ଼ାଇ ଦିଆଯାଇପାରେ ଏବଂ ସେମାନଙ୍କର ଆଘାତକୁ ଅଣଦେଖା ବି କରାଯାଇପାରେ, ଯେପରି ଆମେ ଇରାନ କ୍ଷେତ୍ରରେ କରିଛୁ। ମୁଁ ପ୍ରଶ୍ନ କରୁଛି, ବିଶ୍ୱକୁ ଏବଂ ଏଠାରେ ଘଟୁଥିବା ଘଟଣାଗୁଡ଼ିକୁ ଅନୁଧ୍ୟାନ କରିବା ସମୟରେ ଆମେ ଅବିଶ୍ୱାସ ଓ ପକ୍ଷପାତିତାରେ ନିଜକୁ ଭାରଗ୍ରସ୍ତ କରିଛୁ ବାଲି ଭାବୁଛୁ କି?


Enter your email to get our daily news in your inbox.

All Right Reserved By Dharitri.Com

ରେମଣ୍ଡର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାନିଆଙ୍କ ପରଲୋକ, ପଛରେ ଛାଡି ଗଲେ ଏତେ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବାଇ,୨୯।୩: ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ଜଣେ ପ୍ରବୀଣ ଶିଳ୍ପପତି ବିଜୟପତ ସିଂଘାନିଆଙ୍କର ଶନିବାର ସାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ…

ଓକିଲ ସଂଘ ନିର୍ବାଚନ: ସଭାପତି ହେଲେ ନିର୍ବାଚନ କେଶରୀ ଭୋଇ…

ଜି.ଉଦୟଗିରି,୨୯।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): ସ୍ଥାନୀୟ ଜେଏମଏଫସି କୋର୍ଟ ପରିସରରେ ଶନିବାର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଇନଜୀବୀ ରାମାରାଓ ନାୟକ…

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri