କାର୍ତ୍ତିକଙ୍କୁ ଉପହାରରେ ମିଳିଲା ୩.୭୩ କୋଟି ମୂଲ୍ୟର ଦାମୀ କାର୍‌

ବମ୍ବେ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଖୁସି କହିଲେ ନ ସରେ। କାରଣଟି ହେଲା ଏକ ଉପହାର, ଯାହାକି ତାଙ୍କୁ ଦେଇଛନ୍ତି ଫିଲ୍ମ ନିର୍ମାତା ଭୂଷଣ କୁମାର। ନିକଟରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଭୁଲ ଭୁଲେୟାଁ -୨’ର ସଫଳତା ପରେ କାର୍ତ୍ତିକଙ୍କୁ ଭୁଷଣ ଭାରତର ପ୍ରଥମ ମୈକଲାରେନ ଜିଟି କାର୍‌ ଭେଟିଦେଇଛନ୍ତି। ଏହାର ମୂଲ୍ୟ ରହିଛି ୩.୭୩ କୋଟି। ଗାଡ଼ି ସହ ନିଜର ଦୁଇଟି ଫଟୋ ଇନଷ୍ଟାଗ୍ରାମରେ ଶେୟାର କରି କାର୍ତ୍ତିକ ଏହି ଖୁସିକୁ ସମସ୍ତଙ୍କ ସହ ବାଣ୍ଟିଛନ୍ତି। ଏହାପରେ ତାଙ୍କୁ ସାଥୀ କଳାକାର ଏବଂ ପ୍ରଶଂସକ ଶୁଭେଚ୍ଛା ଜଣାଉଥିବା ଦେଖାଯାଉଛି।

Share