ଭୁବନେଶ୍ୱର ହେବ ୨ ପୋଲିସ ଜିଲା

ଭୁବନେଶ୍ୱର,୨୪ା୩(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ପୂର୍ବାପେକ୍ଷା ଜନସଂଖ୍ୟା ବଢ଼ିବାରେ ଲାଗିଛି। ଏପରି କି ମାମଲା ସଂଖ୍ୟାରେ ବୃଦ୍ଧି, ଆଇନଶୃଙ୍ଖଳା ଚ୍ୟାଲେଞ୍ଜ୍‌, ବିକ୍ଷୋଭ ଓ ସହରକୁ ନିୟମିତ ଭିଭିଆଇପି ତଥା ଭିଆଇପି ଗସ୍ତକୁ ନେଇ କମିଶନରେଟ୍‌ ପୋଲିସ ଚିନ୍ତାରେ ପଡୁଛି। ତେବେ ଏଭଳି ସମସ୍ୟାକୁ ଦୂର କରିବାକୁ ଭୁବନେଶ୍ୱର ୟୁପିଡିର ନବକଳେବର କରିବାକୁ ଯୋଜନା ହୋଇଛି। ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାକୁ ଦୁଇ ଭାଗ କରାଯାଇ ଦୁଇ ୟୁପିଡି (ଅର୍ବାନ୍‌ ପୋଲିସ ଡିଷ୍ଟ୍ରିକ୍ଟ) କରାଯିବ। ଏଥିରେ ଦୁଇଜଣ ଡିସିପିଙ୍କୁ ନିଯୁକ୍ତ କରାଯିବ। ଆଇନଶୃଙ୍କଳା ପରିଚାଳନା ପାଇଁ ସ୍ବତନ୍ତ୍ର ଫୋର୍ସ ରହିବ। ଏନେଇ ପୋଲିସ ଡିଜିଙ୍କୁ କମିଶନରେଟ୍‌ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ଆବଶ୍ୟକ ଥିବା ମାନବସମ୍ବଳ ଯୋଗାଇ ଦେବାକୁ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। କମିଶନରେଟ ପୋଲିସର ଏହି ପ୍ରସ୍ତାବକୁ ଗୃହ ବିଭାଗକୁ ପଠାଯାଇଛି। ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି।
ପ୍ରସ୍ତାବ ଅନୁଯାୟୀ, ଭୁବନେଶ୍ୱର ପୂର୍ବ(ଇଷ୍ଟ) ଓ ପଶ୍ଚିମ(ଓ୍ବେଷ୍ଟ) ୟୁପିଡି ଭାବରେ ଦୁଇ ସହରାଞ୍ଚଳ ପୋଲିସ ଜିଲା ଗଠନ କରାଯିବ। ପ୍ରତି ୟୁପିଡିରେ ୩ଟି ଲେଖାଏ ଜୋନ୍‌ ରଖିବାକୁ ପ୍ରସ୍ତାବ ରହିଛି। ଭୁବନେଶ୍ୱର ଇଷ୍ଟ ଅଧୀନରେ ଟ୍ରାଫିକ୍‌ ଥାନା-୧ ଏବଂ ଭୁବନେଶ୍ୱର ୱେଷ୍ଟ୍‌ ଅଧୀନରେ ଟ୍ରାଫିକ ଥାନା-୨ ରହିବ। ଭୁବନେଶ୍ୱର ଇଷ୍ଟ ୟୁପିଡି ଅଧୀନରେ କ୍ୟାପିଟାଲ ଜୋନ, ଶ୍ରୀ ଲିଙ୍ଗରାଜ ଓ ଇଷ୍ଟର୍ନ ଜୋନ ରହିବ। କ୍ୟାପିଟାଲ ଜୋନରେ ଖାରବେଳନଗର, କ୍ୟାପିଟାଲ, ମହିଳା, ଶହୀଦନଗର ଥାନା ରହିବାକୁ ଥିବାବେଳେ ଲିଙ୍ଗରାଜ ଜୋନରେ ଲିଙ୍ଗରାଜ, ଧଉଳି, ଏୟାରପୋର୍ଟ, ଏୟାରଫିଲ୍ଡ ଏବଂ ଇଷ୍ଟର୍ନ ଜୋନ୍‌ରେ ବାଲିଅନ୍ତା, ବାଲିପାଟଣା, ବଡ଼ଗଡ, ଲକ୍ଷ୍ମୀସାଗର ଏବଂ ପାହାଳ ଥାନା ରହିବ। ସେହିପରି ଭୁବନେଶ୍ୱର ୱେଷ୍ଟ ୟୁପିଡିରେ ଖଣ୍ଡଗିରି ଜୋନ୍‌, ମୈତ୍ରୀ ବିହାର ଓ ନନ୍ଦନକାନନ ଜୋନ୍‌ ରହିବ। ଖଣ୍ଡଗିରି ଜୋନ ଅଧୀନରେ ଖଣ୍ଡଗିରି, ଭରତପୁର, ତମାଣ୍ଡୋ, ଜଟଣୀ, ଇନ୍‌ଫୋଭ୍ୟାଲି ଥାନା ରହିବାକୁ ଥିବାବେଳେ ମୈତ୍ରୀ ବିହାର ଜୋନ୍‌ରେ ନୟାପଲ୍ଲୀ, ମଞ୍ଚେଶ୍ୱର, ମୈତ୍ରୀ ବିହାର ଓ ସାଇବର ଥାନା ରହିବ। ସେହିପରି ନନ୍ଦନକାନନ ଜୋନରେ ନନ୍ଦନକାନନ, ଇନ୍‌ଫୋସିଟି, ଚନ୍ଦ୍ରଶେଖରପୁର, ଚନ୍ଦକା, ମେଣ୍ଢାଶାଳ ଶିଳ୍ପାଞ୍ଚଳ ଥାନା ରହିବ। ସହରରେ ବଢ଼ୁଥିବା ଅପରାଧ ହାର ନିୟନ୍ତ୍ରଣ କରିବାକୁ ଏହି ପଦକ୍ଷେପ ନିଆଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୦୮ ଜାନୁଆରୀ ୧ରେ କମିଶନରେଟ୍‌ ପୋଲିସ ଗଠନ ହେବା ପରେ ଲୋକ ଓ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୦୮ରେ ଭୁବନେଶ୍ୱର ୟୁପିଡିର ଜନସଂଖ୍ୟା ୧୨,୬୬, ୩୪୦ ଥିଲା। ହେଲେ ଏହି ସଂଖ୍ୟା ବଢ଼ି ୨୦୨୪ରେ ୨୭,୬୪,୪୮୮ ହୋଇଛି। ଏବେ ଥାନା ସଂଖ୍ୟା ୨୯ରେ ପହଞ୍ଚତ୍ଛି। ଏଥିସହ ବାର୍ଷିକ ପଞ୍ଜୀକୃତ ମାମଲା ସଂଖ୍ୟା ୨୦୦୮ରେ ୪,୫୬୬ ଥିବାବେଳେ ୨୦୨୪ରେ ୧୩,୪୧୧ରେ ପହଞ୍ଚତ୍ଛି। ସହରରେ କ୍ରାଇମ୍‌ ନେଟୱର୍କ(ଆପରାଧିକ କାର୍ଯ୍ୟକଳାପ) ମଧ୍ୟ ବଢ଼ିଛି। ସେହିପରି ଗାଡ଼ି ସଂଖ୍ୟା ବହୁଗୁଣ ହୋଇଛି। ୨୦୦୮ରେ ୩୯,୮୭୩ ଗାଡ଼ି ପଞ୍ଜୀକୃତ ଥିବାବେଳେ ୨୦୨୪ରେ ଏହି ସଂଖ୍ୟା ୯୧,୫୩୩ରେ ପହଞ୍ଚତ୍ଛି। ଜେଡ୍‌ ପ୍ଲସ୍‌, ଜେଡ୍‌, ୱାଇ ଆଦି ବର୍ଗରେ ସୁରକ୍ଷା ଦିଆଯାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପୋଲିସ ଉପରେ ଚାପ ପଡ଼ୁଛି। ଆଇନଶୃଙ୍ଖଳା ଓ ଭିଭିଆଇପି ଗସ୍ତକୁ ପରିଚାଳନା ପାଇଁ ସ୍ବତନ୍ତ୍ର ୫ ପ୍ଲାଟୁନ୍‌ ଆର୍ମଡ ପୋଲିସ ରିଜର୍ଭଡ(ଏପିଆର୍‌) ରଖାଯିବ। ତେବେ ବର୍ତ୍ତମାନ ସାଇବର ଥାନା ୱେଷ୍ଟ ୟୁପିଡିରେ ରହିବାକୁ ଥିବାବେଳେ ଇଷ୍ଟ ୟୁପିଡିରେ ଆଉ ଏକ ନୂଆ ସାଇବର ଥାନା ପ୍ରତିଷ୍ଠା କରାଯିବ। ସେହିପରି ୱେଷ୍ଟ ୟୁପିଡିରେ ନୂଆ କରି କ୍ରାଇମ ଏଗେନେଷ୍ଟ୍‌ ଓମେନ୍‌ ଆଣ୍ଡ ଚିଲ୍‌ଡ୍ରେନ୍‌ ୟୁନିଟ୍‌ ଖୋଲାଯିବାକୁ ପ୍ରସ୍ତାବ ଦିଆଯାଇଛି।

ସମ୍ପ୍ରତି ଭୁବନେଶ୍ୱର ୟୁପିଡିରେ ଥିବା ମାନବସମ୍ବଳକୁ ଦୁଇ ଭାଗ କରାଯିବା ପରେ ଆଉ ୯୯୪ ପଦବୀ ସୃଷ୍ଟି ପାଇଁ ପ୍ରସ୍ତାବ ଦିଆଯାଇଛି। ଏଥିମଧ୍ୟରେ ରିଜର୍ଭ ଅଫିସରେ ୫୫୫, ଷ୍ଟ୍ରାଇକିଂ ଫୋର୍ସରେ ୧୦୫ ଓ ଆଇନ ଶୃଙ୍ଖଳା ପାଇଁ ୫ ପ୍ଲାଟୁନ୍‌ରେ ୧୭୫ ଜଣଙ୍କୁ ମିଶାଇ ୮୩୫ ପଦବୀ ରହିଛି। ସେହିପରି ଜଣେ ଡିସିପି, ଦୁଇ ଅତିରିକ୍ତ ଡିସିପି, ୪ ଏସିପି, ୩ ଇନ୍‌ସ୍ପେକ୍ଟରଙ୍କୁ ମିଶାଇ ୧୨୬ ଜଣ ପୋଲିସ ଅନ୍ୟାନ୍ୟ ପଦବୀ ରହିଛି। ଏଥିସହ ନୂଆ ସାଇବର ଥାନା ପାଇଁ ଆଉ ୬ ଆଉଟସୋର୍ସିଂ ପଦବୀ ରହିଛି। ଏଥିପାଇଁ ଦରମା ଓ ଆନୁଷଙ୍ଗିକ ସୁବିଧା ବାବଦରେ ପ୍ରତିମାସ ୪,୪୮,୮୯,୩୭୯ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ବାର୍ଷିକ ୫୬,୧୯,୯୭,୧୪୮ ଟଙ୍କା ବ୍ୟୟ କରାଯିବ ବୋଲି ପ୍ରସ୍ତାବ ରହିଛି।

ଚନ୍ଦ୍ରଶେଖରପୁର କିମ୍ବା ଇନ୍‌ଫୋସିଟି ଅଞ୍ଚଳରେ ନୂଆ ୱେଷ୍ଟ ଡିସିପି ଅଫିସ

ପ୍ରସ୍ତାବିତ ଭୁବନେଶ୍ୱର ୱେଷ୍ଟ ୟୁପିଡି ପ୍ରଥମ ପର୍ଯ୍ୟାୟରେ ଚନ୍ଦ୍ରଶେଖରପୁର କିମ୍ବା ଇନ୍‌ଫୋସିଟି ଥାନା ଅଞ୍ଚଳରେ ଭଡ଼ାଘରେ କାର୍ଯ୍ୟକାରୀ ହେବ। ସରକାରଙ୍କ ପକ୍ଷରୁ ଏଥିପାଇଁ ନୂଆ ସ୍ଥାନ ଚିହ୍ନଟ ସହ କୋଠା ନିର୍ମାଣ ନ ହେବା ଯାଏ ଭଡ଼ାଘରେ ଏହି ଅଫିସ ଚାଲିବ ବୋଲି ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri