ଭୁବନେଶ୍ୱର ହେବ ୨ ପୋଲିସ ଜିଲା

ଭୁବନେଶ୍ୱର,୨୪ା୩(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ପୂର୍ବାପେକ୍ଷା ଜନସଂଖ୍ୟା ବଢ଼ିବାରେ ଲାଗିଛି। ଏପରି କି ମାମଲା ସଂଖ୍ୟାରେ ବୃଦ୍ଧି, ଆଇନଶୃଙ୍ଖଳା ଚ୍ୟାଲେଞ୍ଜ୍‌, ବିକ୍ଷୋଭ ଓ ସହରକୁ ନିୟମିତ ଭିଭିଆଇପି ତଥା ଭିଆଇପି ଗସ୍ତକୁ ନେଇ କମିଶନରେଟ୍‌ ପୋଲିସ ଚିନ୍ତାରେ ପଡୁଛି। ତେବେ ଏଭଳି ସମସ୍ୟାକୁ ଦୂର କରିବାକୁ ଭୁବନେଶ୍ୱର ୟୁପିଡିର ନବକଳେବର କରିବାକୁ ଯୋଜନା ହୋଇଛି। ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାକୁ ଦୁଇ ଭାଗ କରାଯାଇ ଦୁଇ ୟୁପିଡି (ଅର୍ବାନ୍‌ ପୋଲିସ ଡିଷ୍ଟ୍ରିକ୍ଟ) କରାଯିବ। ଏଥିରେ ଦୁଇଜଣ ଡିସିପିଙ୍କୁ ନିଯୁକ୍ତ କରାଯିବ। ଆଇନଶୃଙ୍କଳା ପରିଚାଳନା ପାଇଁ ସ୍ବତନ୍ତ୍ର ଫୋର୍ସ ରହିବ। ଏନେଇ ପୋଲିସ ଡିଜିଙ୍କୁ କମିଶନରେଟ୍‌ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ଆବଶ୍ୟକ ଥିବା ମାନବସମ୍ବଳ ଯୋଗାଇ ଦେବାକୁ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। କମିଶନରେଟ ପୋଲିସର ଏହି ପ୍ରସ୍ତାବକୁ ଗୃହ ବିଭାଗକୁ ପଠାଯାଇଛି। ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି।
ପ୍ରସ୍ତାବ ଅନୁଯାୟୀ, ଭୁବନେଶ୍ୱର ପୂର୍ବ(ଇଷ୍ଟ) ଓ ପଶ୍ଚିମ(ଓ୍ବେଷ୍ଟ) ୟୁପିଡି ଭାବରେ ଦୁଇ ସହରାଞ୍ଚଳ ପୋଲିସ ଜିଲା ଗଠନ କରାଯିବ। ପ୍ରତି ୟୁପିଡିରେ ୩ଟି ଲେଖାଏ ଜୋନ୍‌ ରଖିବାକୁ ପ୍ରସ୍ତାବ ରହିଛି। ଭୁବନେଶ୍ୱର ଇଷ୍ଟ ଅଧୀନରେ ଟ୍ରାଫିକ୍‌ ଥାନା-୧ ଏବଂ ଭୁବନେଶ୍ୱର ୱେଷ୍ଟ୍‌ ଅଧୀନରେ ଟ୍ରାଫିକ ଥାନା-୨ ରହିବ। ଭୁବନେଶ୍ୱର ଇଷ୍ଟ ୟୁପିଡି ଅଧୀନରେ କ୍ୟାପିଟାଲ ଜୋନ, ଶ୍ରୀ ଲିଙ୍ଗରାଜ ଓ ଇଷ୍ଟର୍ନ ଜୋନ ରହିବ। କ୍ୟାପିଟାଲ ଜୋନରେ ଖାରବେଳନଗର, କ୍ୟାପିଟାଲ, ମହିଳା, ଶହୀଦନଗର ଥାନା ରହିବାକୁ ଥିବାବେଳେ ଲିଙ୍ଗରାଜ ଜୋନରେ ଲିଙ୍ଗରାଜ, ଧଉଳି, ଏୟାରପୋର୍ଟ, ଏୟାରଫିଲ୍ଡ ଏବଂ ଇଷ୍ଟର୍ନ ଜୋନ୍‌ରେ ବାଲିଅନ୍ତା, ବାଲିପାଟଣା, ବଡ଼ଗଡ, ଲକ୍ଷ୍ମୀସାଗର ଏବଂ ପାହାଳ ଥାନା ରହିବ। ସେହିପରି ଭୁବନେଶ୍ୱର ୱେଷ୍ଟ ୟୁପିଡିରେ ଖଣ୍ଡଗିରି ଜୋନ୍‌, ମୈତ୍ରୀ ବିହାର ଓ ନନ୍ଦନକାନନ ଜୋନ୍‌ ରହିବ। ଖଣ୍ଡଗିରି ଜୋନ ଅଧୀନରେ ଖଣ୍ଡଗିରି, ଭରତପୁର, ତମାଣ୍ଡୋ, ଜଟଣୀ, ଇନ୍‌ଫୋଭ୍ୟାଲି ଥାନା ରହିବାକୁ ଥିବାବେଳେ ମୈତ୍ରୀ ବିହାର ଜୋନ୍‌ରେ ନୟାପଲ୍ଲୀ, ମଞ୍ଚେଶ୍ୱର, ମୈତ୍ରୀ ବିହାର ଓ ସାଇବର ଥାନା ରହିବ। ସେହିପରି ନନ୍ଦନକାନନ ଜୋନରେ ନନ୍ଦନକାନନ, ଇନ୍‌ଫୋସିଟି, ଚନ୍ଦ୍ରଶେଖରପୁର, ଚନ୍ଦକା, ମେଣ୍ଢାଶାଳ ଶିଳ୍ପାଞ୍ଚଳ ଥାନା ରହିବ। ସହରରେ ବଢ଼ୁଥିବା ଅପରାଧ ହାର ନିୟନ୍ତ୍ରଣ କରିବାକୁ ଏହି ପଦକ୍ଷେପ ନିଆଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୦୮ ଜାନୁଆରୀ ୧ରେ କମିଶନରେଟ୍‌ ପୋଲିସ ଗଠନ ହେବା ପରେ ଲୋକ ଓ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୦୮ରେ ଭୁବନେଶ୍ୱର ୟୁପିଡିର ଜନସଂଖ୍ୟା ୧୨,୬୬, ୩୪୦ ଥିଲା। ହେଲେ ଏହି ସଂଖ୍ୟା ବଢ଼ି ୨୦୨୪ରେ ୨୭,୬୪,୪୮୮ ହୋଇଛି। ଏବେ ଥାନା ସଂଖ୍ୟା ୨୯ରେ ପହଞ୍ଚତ୍ଛି। ଏଥିସହ ବାର୍ଷିକ ପଞ୍ଜୀକୃତ ମାମଲା ସଂଖ୍ୟା ୨୦୦୮ରେ ୪,୫୬୬ ଥିବାବେଳେ ୨୦୨୪ରେ ୧୩,୪୧୧ରେ ପହଞ୍ଚତ୍ଛି। ସହରରେ କ୍ରାଇମ୍‌ ନେଟୱର୍କ(ଆପରାଧିକ କାର୍ଯ୍ୟକଳାପ) ମଧ୍ୟ ବଢ଼ିଛି। ସେହିପରି ଗାଡ଼ି ସଂଖ୍ୟା ବହୁଗୁଣ ହୋଇଛି। ୨୦୦୮ରେ ୩୯,୮୭୩ ଗାଡ଼ି ପଞ୍ଜୀକୃତ ଥିବାବେଳେ ୨୦୨୪ରେ ଏହି ସଂଖ୍ୟା ୯୧,୫୩୩ରେ ପହଞ୍ଚତ୍ଛି। ଜେଡ୍‌ ପ୍ଲସ୍‌, ଜେଡ୍‌, ୱାଇ ଆଦି ବର୍ଗରେ ସୁରକ୍ଷା ଦିଆଯାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପୋଲିସ ଉପରେ ଚାପ ପଡ଼ୁଛି। ଆଇନଶୃଙ୍ଖଳା ଓ ଭିଭିଆଇପି ଗସ୍ତକୁ ପରିଚାଳନା ପାଇଁ ସ୍ବତନ୍ତ୍ର ୫ ପ୍ଲାଟୁନ୍‌ ଆର୍ମଡ ପୋଲିସ ରିଜର୍ଭଡ(ଏପିଆର୍‌) ରଖାଯିବ। ତେବେ ବର୍ତ୍ତମାନ ସାଇବର ଥାନା ୱେଷ୍ଟ ୟୁପିଡିରେ ରହିବାକୁ ଥିବାବେଳେ ଇଷ୍ଟ ୟୁପିଡିରେ ଆଉ ଏକ ନୂଆ ସାଇବର ଥାନା ପ୍ରତିଷ୍ଠା କରାଯିବ। ସେହିପରି ୱେଷ୍ଟ ୟୁପିଡିରେ ନୂଆ କରି କ୍ରାଇମ ଏଗେନେଷ୍ଟ୍‌ ଓମେନ୍‌ ଆଣ୍ଡ ଚିଲ୍‌ଡ୍ରେନ୍‌ ୟୁନିଟ୍‌ ଖୋଲାଯିବାକୁ ପ୍ରସ୍ତାବ ଦିଆଯାଇଛି।

ସମ୍ପ୍ରତି ଭୁବନେଶ୍ୱର ୟୁପିଡିରେ ଥିବା ମାନବସମ୍ବଳକୁ ଦୁଇ ଭାଗ କରାଯିବା ପରେ ଆଉ ୯୯୪ ପଦବୀ ସୃଷ୍ଟି ପାଇଁ ପ୍ରସ୍ତାବ ଦିଆଯାଇଛି। ଏଥିମଧ୍ୟରେ ରିଜର୍ଭ ଅଫିସରେ ୫୫୫, ଷ୍ଟ୍ରାଇକିଂ ଫୋର୍ସରେ ୧୦୫ ଓ ଆଇନ ଶୃଙ୍ଖଳା ପାଇଁ ୫ ପ୍ଲାଟୁନ୍‌ରେ ୧୭୫ ଜଣଙ୍କୁ ମିଶାଇ ୮୩୫ ପଦବୀ ରହିଛି। ସେହିପରି ଜଣେ ଡିସିପି, ଦୁଇ ଅତିରିକ୍ତ ଡିସିପି, ୪ ଏସିପି, ୩ ଇନ୍‌ସ୍ପେକ୍ଟରଙ୍କୁ ମିଶାଇ ୧୨୬ ଜଣ ପୋଲିସ ଅନ୍ୟାନ୍ୟ ପଦବୀ ରହିଛି। ଏଥିସହ ନୂଆ ସାଇବର ଥାନା ପାଇଁ ଆଉ ୬ ଆଉଟସୋର୍ସିଂ ପଦବୀ ରହିଛି। ଏଥିପାଇଁ ଦରମା ଓ ଆନୁଷଙ୍ଗିକ ସୁବିଧା ବାବଦରେ ପ୍ରତିମାସ ୪,୪୮,୮୯,୩୭୯ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ବାର୍ଷିକ ୫୬,୧୯,୯୭,୧୪୮ ଟଙ୍କା ବ୍ୟୟ କରାଯିବ ବୋଲି ପ୍ରସ୍ତାବ ରହିଛି।

ଚନ୍ଦ୍ରଶେଖରପୁର କିମ୍ବା ଇନ୍‌ଫୋସିଟି ଅଞ୍ଚଳରେ ନୂଆ ୱେଷ୍ଟ ଡିସିପି ଅଫିସ

ପ୍ରସ୍ତାବିତ ଭୁବନେଶ୍ୱର ୱେଷ୍ଟ ୟୁପିଡି ପ୍ରଥମ ପର୍ଯ୍ୟାୟରେ ଚନ୍ଦ୍ରଶେଖରପୁର କିମ୍ବା ଇନ୍‌ଫୋସିଟି ଥାନା ଅଞ୍ଚଳରେ ଭଡ଼ାଘରେ କାର୍ଯ୍ୟକାରୀ ହେବ। ସରକାରଙ୍କ ପକ୍ଷରୁ ଏଥିପାଇଁ ନୂଆ ସ୍ଥାନ ଚିହ୍ନଟ ସହ କୋଠା ନିର୍ମାଣ ନ ହେବା ଯାଏ ଭଡ଼ାଘରେ ଏହି ଅଫିସ ଚାଲିବ ବୋଲି ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri