ଭୁବନେଶ୍ୱର,୬।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଇଭୋସ ବିଲ୍ଡକନ ଦ୍ୱାରା ପ୍ରାୟୋଜିତ ଭୁବନେଶ୍ୱର ରନ୍ୱେ ୱିକ୍ର ୮ମ ସଂସ୍କରଣ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରନ୍ତି। ସେଥିପାଇଁ ନୂଆ ଡିଜାଇନର ପୋଷାକ ପରିଧାନ କରିବାକୁ ସମସ୍ତଙ୍କ ମନରେ ଅନେକ ଉନ୍ମାଦନା ରହିଥାଏ। ଏପରିକି ସବୁ ବର୍ଗର ପିଢ଼ିକୁ ନଜରରେ ରଖି ଆଡିକ୍ସନ ଫ୍ୟାଶନ୍ ମ୍ୟାନେଜମେଣ୍ଟ ପକ୍ଷରୁ ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱର ରନ୍ୱେ ୱିକ୍ର ୮ମ ସଂସ୍କରଣର ଆୟୋଜନ କରାଯାଇଥିଲା।
ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ,ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢ଼ୀ,କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ,ଇଭୋସ ବିଲ୍ଡକନର ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ ଏବଂ ଏସ୍ଏନ୍ଏମ୍ ଗ୍ରୁପ୍ର ନିର୍ଦ୍ଦେଶିକା ସୁମା ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅପରପକ୍ଷରେ ଶୋ ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଉକ୍ତ ଫ୍ୟାଶନ ଶୋ’ରେ ୨୦୨୨-ମିସ୍ ୟୁନିଭର୍ସ ଡିଭିତା ରାୟ ମୁଖ୍ୟ ଆକର୍ଷଣ ଥିଲେ।
ଏହି ପରିପ୍ରେକ୍ଷୀରେ ପ୍ରିୟାଜ୍ ବାଏ ପ୍ରିୟା ମହାପାତ୍ରଙ୍କ ଦ୍ୱାରା ‘ଖସିସ୍’ରେ ପାରମ୍ପରିକ ସୂକ୍ଷ୍ମ ଏମ୍ବ୍ରୋଡୋରି ଓ ଡାପର ଡେଲିର ଡିଜାଇନର ଦେବାଙ୍ଗିନୀ ବେହେରାଙ୍କ ଏକ ସୁନ୍ଦର ଡିଜାଇନ ପରିବେଷଣ କରାଯାଇଥିଲା। ସେହିପରି ବ୍ଲୋସୁମ୍ କୋଚର ବାଏ ମନୀଷ ଓ ଅଭିପ୍ସାଙ୍କ ଡିଜାଇନ ଇଣ୍ଡୋ ପାଶ୍ଚାତ୍ୟ ସିଲ୍ହୋଟ ଉପରେ ଆଧାରିତ ଥିଲା। ଟେକ୍ସାସ୍ ଜିନ୍ ଡେନିମ୍ ସଂଗ୍ରହ ପ୍ରଦର୍ଶିତ କରିଥିବାବେଳେ ଦକ୍ଷା ଡିଜାଇନର ସାବିତ୍ରୀ ପାଣିଗ୍ରାହୀଙ୍କ ଦ୍ୱାରା ଗ୍ରୀଷ୍ମ ସଂଗ୍ରହ, ସତ୍ୟ ମହାରଣାଙ୍କ ଦ୍ୱାରା ଆର୍ଥି ହ୍ବିଜ୍ କଲେକ୍ସନ ‘ମୁକ୍ତେଶ୍ୱର’ରେ ମାଣିଆବନ୍ଧ, ଗୋପାଳପୁର ଟସର କ୍ଳଷ୍ଟରର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ହ୍ୟାଣ୍ଡଲୁମ୍ ସହ ପାରମ୍ପରିକ ରୌପ୍ୟ ଜୁଏଲେରି ବ୍ୟବହୃତ ଡିଜାଇନ୍ ପ୍ରଦର୍ଶିତ କରାଯାଇଥିଲା। ସାକ୍ଷୀ ହ୍ୟାଣ୍ଡଲୁମ୍ର ପ୍ରଦୀପ ସାହାରୀ ‘ସମ୍ବଲପୁରୀ ଇକାଟ୍’ ଡିଜାଇନ୍ ପ୍ରଦର୍ଶିତ କରିଥିବାବେଳେ ଏଜେ ଫ୍ୟଶନର ସେଲିନା ଦୋସନଙ୍କ ଦ୍ୱାରା ଛୋଟ ଛୁଆଙ୍କ ଉପରେ ଆଧାରିତ ଡିଜାଇନ୍ ଓ ଲୋପାମୁଦ୍ରା ଭଞ୍ଜଙ୍କ ଦ୍ୱାରା ‘ଲେଭଲ ବାହାର’ ଡିଜାଇନ୍, ପ୍ରୀତମ ପାଲ୍ଙ୍କ ଦ୍ୱାରା ପ୍ରଦର୍ଶିତ ଡିଜାଇନ ପ୍ରୀତ୍ରେ ପାରମ୍ପରିକ ରଙ୍ଗ ବ୍ୟବହାରକରି ବିଭିନ୍ନ କଲେକ୍ସନ ପ୍ରଦର୍ଶନ କରାଯାଇଥିଲା। ସେହିପରି ନିକିତା ନାୟକଙ୍କ ଦ୍ୱାରା ନିକିତା କୋଚର ଡିଜାଇନରେ ବିଳାସପୂର୍ଣ୍ଣ କକ୍ଟେଲ ଆଉଟ୍ଫିଟ୍ ମାର୍ଟିନି ଡିଜାଇନ୍ର ପୋଷାକ ପ୍ରଦର୍ଶନ କରାଯାଇଥିବା ବେଳେ ଲେବଲ ତନୟାଙ୍କ ଦ୍ୱାରା ପ୍ରଦର୍ଶିତ ଡିଜାଇନ୍ ତନୟା ରାୟରେ ବସନ୍ତ,ଗ୍ରୀଷ୍ମ କାଉଚର ଡିଜାଇନ୍ର ପୋଷାକ ପ୍ରଦର୍ଶନ କରାଯାଇଥିଲା।
LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…
ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…
‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ
ନୂଆଦିଲ୍ଲୀ,୧୨।୪: ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…
ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…
ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍…
କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….
ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…
ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ
ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…
ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…
ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…
US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ
ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…
୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…
ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…
Archives

