ଭୁବନେଶ୍ୱର,୬।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଇଭୋସ ବିଲ୍ଡକନ ଦ୍ୱାରା ପ୍ରାୟୋଜିତ ଭୁବନେଶ୍ୱର ରନ୍ୱେ ୱିକ୍ର ୮ମ ସଂସ୍କରଣ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରନ୍ତି। ସେଥିପାଇଁ ନୂଆ ଡିଜାଇନର ପୋଷାକ ପରିଧାନ କରିବାକୁ ସମସ୍ତଙ୍କ ମନରେ ଅନେକ ଉନ୍ମାଦନା ରହିଥାଏ। ଏପରିକି ସବୁ ବର୍ଗର ପିଢ଼ିକୁ ନଜରରେ ରଖି ଆଡିକ୍ସନ ଫ୍ୟାଶନ୍ ମ୍ୟାନେଜମେଣ୍ଟ ପକ୍ଷରୁ ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱର ରନ୍ୱେ ୱିକ୍ର ୮ମ ସଂସ୍କରଣର ଆୟୋଜନ କରାଯାଇଥିଲା।
ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ,ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢ଼ୀ,କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ,ଇଭୋସ ବିଲ୍ଡକନର ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ ଏବଂ ଏସ୍ଏନ୍ଏମ୍ ଗ୍ରୁପ୍ର ନିର୍ଦ୍ଦେଶିକା ସୁମା ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅପରପକ୍ଷରେ ଶୋ ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଉକ୍ତ ଫ୍ୟାଶନ ଶୋ’ରେ ୨୦୨୨-ମିସ୍ ୟୁନିଭର୍ସ ଡିଭିତା ରାୟ ମୁଖ୍ୟ ଆକର୍ଷଣ ଥିଲେ।
ଏହି ପରିପ୍ରେକ୍ଷୀରେ ପ୍ରିୟାଜ୍ ବାଏ ପ୍ରିୟା ମହାପାତ୍ରଙ୍କ ଦ୍ୱାରା ‘ଖସିସ୍’ରେ ପାରମ୍ପରିକ ସୂକ୍ଷ୍ମ ଏମ୍ବ୍ରୋଡୋରି ଓ ଡାପର ଡେଲିର ଡିଜାଇନର ଦେବାଙ୍ଗିନୀ ବେହେରାଙ୍କ ଏକ ସୁନ୍ଦର ଡିଜାଇନ ପରିବେଷଣ କରାଯାଇଥିଲା। ସେହିପରି ବ୍ଲୋସୁମ୍ କୋଚର ବାଏ ମନୀଷ ଓ ଅଭିପ୍ସାଙ୍କ ଡିଜାଇନ ଇଣ୍ଡୋ ପାଶ୍ଚାତ୍ୟ ସିଲ୍ହୋଟ ଉପରେ ଆଧାରିତ ଥିଲା। ଟେକ୍ସାସ୍ ଜିନ୍ ଡେନିମ୍ ସଂଗ୍ରହ ପ୍ରଦର୍ଶିତ କରିଥିବାବେଳେ ଦକ୍ଷା ଡିଜାଇନର ସାବିତ୍ରୀ ପାଣିଗ୍ରାହୀଙ୍କ ଦ୍ୱାରା ଗ୍ରୀଷ୍ମ ସଂଗ୍ରହ, ସତ୍ୟ ମହାରଣାଙ୍କ ଦ୍ୱାରା ଆର୍ଥି ହ୍ବିଜ୍ କଲେକ୍ସନ ‘ମୁକ୍ତେଶ୍ୱର’ରେ ମାଣିଆବନ୍ଧ, ଗୋପାଳପୁର ଟସର କ୍ଳଷ୍ଟରର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ହ୍ୟାଣ୍ଡଲୁମ୍ ସହ ପାରମ୍ପରିକ ରୌପ୍ୟ ଜୁଏଲେରି ବ୍ୟବହୃତ ଡିଜାଇନ୍ ପ୍ରଦର୍ଶିତ କରାଯାଇଥିଲା। ସାକ୍ଷୀ ହ୍ୟାଣ୍ଡଲୁମ୍ର ପ୍ରଦୀପ ସାହାରୀ ‘ସମ୍ବଲପୁରୀ ଇକାଟ୍’ ଡିଜାଇନ୍ ପ୍ରଦର୍ଶିତ କରିଥିବାବେଳେ ଏଜେ ଫ୍ୟଶନର ସେଲିନା ଦୋସନଙ୍କ ଦ୍ୱାରା ଛୋଟ ଛୁଆଙ୍କ ଉପରେ ଆଧାରିତ ଡିଜାଇନ୍ ଓ ଲୋପାମୁଦ୍ରା ଭଞ୍ଜଙ୍କ ଦ୍ୱାରା ‘ଲେଭଲ ବାହାର’ ଡିଜାଇନ୍, ପ୍ରୀତମ ପାଲ୍ଙ୍କ ଦ୍ୱାରା ପ୍ରଦର୍ଶିତ ଡିଜାଇନ ପ୍ରୀତ୍ରେ ପାରମ୍ପରିକ ରଙ୍ଗ ବ୍ୟବହାରକରି ବିଭିନ୍ନ କଲେକ୍ସନ ପ୍ରଦର୍ଶନ କରାଯାଇଥିଲା। ସେହିପରି ନିକିତା ନାୟକଙ୍କ ଦ୍ୱାରା ନିକିତା କୋଚର ଡିଜାଇନରେ ବିଳାସପୂର୍ଣ୍ଣ କକ୍ଟେଲ ଆଉଟ୍ଫିଟ୍ ମାର୍ଟିନି ଡିଜାଇନ୍ର ପୋଷାକ ପ୍ରଦର୍ଶନ କରାଯାଇଥିବା ବେଳେ ଲେବଲ ତନୟାଙ୍କ ଦ୍ୱାରା ପ୍ରଦର୍ଶିତ ଡିଜାଇନ୍ ତନୟା ରାୟରେ ବସନ୍ତ,ଗ୍ରୀଷ୍ମ କାଉଚର ଡିଜାଇନ୍ର ପୋଷାକ ପ୍ରଦର୍ଶନ କରାଯାଇଥିଲା।
ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…
ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...
ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ
ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...
‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…
ନୂଆଦିଲ୍ଲୀ, ୨୭।୧୨: ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...
ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍
ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍ ଟ୍ରେନ୍ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....
ଯୁବକଙ୍କୁ ଚାପିଦେଲା ଟ୍ରକ୍: ଆଉ ତା’ପରେ…
କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍ ଧକ୍କାରେ ଜଣେ...
ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ
ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...
ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ
ବ୍ୟାଙ୍କକ୍,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...
ଟି୨୦ରେ ହରମନପ୍ରୀତ୍ଙ୍କ ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...
Archives


