ଭୁବନେଶ୍ୱର ରନ୍‌ୱେ ଓ୍ବିକ୍‌

ଭୁବନେଶ୍ୱର,୬।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଇଭୋସ ବିଲ୍ଡକନ ଦ୍ୱାରା ପ୍ରାୟୋଜିତ ଭୁବନେଶ୍ୱର ରନ୍‌ୱେ ୱିକ୍‌ର ୮ମ ସଂସ୍କରଣ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରନ୍ତି। ସେଥିପାଇଁ ନୂଆ ଡିଜାଇନର ପୋଷାକ ପରିଧାନ କରିବାକୁ ସମସ୍ତଙ୍କ ମନରେ ଅନେକ ଉନ୍ମାଦନା ରହିଥାଏ। ଏପରିକି ସବୁ ବର୍ଗର ପିଢ଼ିକୁ ନଜରରେ ରଖି ଆଡିକ୍ସନ ଫ୍ୟାଶନ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ନିର୍ଦ୍ଦେଶକ ଜନ୍‌ ଅଜୟଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱର ରନ୍‌ୱେ ୱିକ୍‌ର ୮ମ ସଂସ୍କରଣର ଆୟୋଜନ କରାଯାଇଥିଲା।
ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ,ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢ଼ୀ,କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ,ଇଭୋସ ବିଲ୍ଡକନର ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ ଏବଂ ଏସ୍‌ଏନ୍‌ଏମ୍‌ ଗ୍ରୁପ୍‌ର ନିର୍ଦ୍ଦେଶିକା ସୁମା ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅପରପକ୍ଷରେ ଶୋ ନିର୍ଦ୍ଦେଶକ ଜନ୍‌ ଅଜୟଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଉକ୍ତ ଫ୍ୟାଶନ ଶୋ’ରେ ୨୦୨୨-ମିସ୍‌ ୟୁନିଭର୍ସ ଡିଭିତା ରାୟ ମୁଖ୍ୟ ଆକର୍ଷଣ ଥିଲେ।
ଏହି ପରିପ୍ରେକ୍ଷୀରେ ପ୍ରିୟାଜ୍‌ ବାଏ ପ୍ରିୟା ମହାପାତ୍ରଙ୍କ ଦ୍ୱାରା ‘ଖସିସ୍‌’ରେ ପାରମ୍ପରିକ ସୂକ୍ଷ୍ମ ଏମ୍ବ୍ରୋଡୋରି ଓ ଡାପର ଡେଲିର ଡିଜାଇନର ଦେବାଙ୍ଗିନୀ ବେହେରାଙ୍କ ଏକ ସୁନ୍ଦର ଡିଜାଇନ ପରିବେଷଣ କରାଯାଇଥିଲା। ସେହିପରି ବ୍ଲୋସୁମ୍‌ କୋଚର ବାଏ ମନୀଷ ଓ ଅଭିପ୍ସାଙ୍କ ଡିଜାଇନ ଇଣ୍ଡୋ ପାଶ୍ଚାତ୍ୟ ସିଲ୍‌ହୋଟ ଉପରେ ଆଧାରିତ ଥିଲା। ଟେକ୍ସାସ୍‌ ଜିନ୍‌ ଡେନିମ୍‌ ସଂଗ୍ରହ ପ୍ରଦର୍ଶିତ କରିଥିବାବେଳେ ଦକ୍ଷା ଡିଜାଇନର ସାବିତ୍ରୀ ପାଣିଗ୍ରାହୀଙ୍କ ଦ୍ୱାରା ଗ୍ରୀଷ୍ମ ସଂଗ୍ରହ, ସତ୍ୟ ମହାରଣାଙ୍କ ଦ୍ୱାରା ଆର୍ଥି ହ୍ବିଜ୍‌ କଲେକ୍ସନ ‘ମୁକ୍ତେଶ୍ୱର’ରେ ମାଣିଆବନ୍ଧ, ଗୋପାଳପୁର ଟସର କ୍ଳଷ୍ଟରର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ହ୍ୟାଣ୍ଡଲୁମ୍‌ ସହ ପାରମ୍ପରିକ ରୌପ୍ୟ ଜୁଏଲେରି ବ୍ୟବହୃତ ଡିଜାଇନ୍‌ ପ୍ରଦର୍ଶିତ କରାଯାଇଥିଲା। ସାକ୍ଷୀ ହ୍ୟାଣ୍ଡଲୁମ୍‌ର ପ୍ରଦୀପ ସାହାରୀ ‘ସମ୍ବଲପୁରୀ ଇକାଟ୍‌’ ଡିଜାଇନ୍‌ ପ୍ରଦର୍ଶିତ କରିଥିବାବେଳେ ଏଜେ ଫ୍ୟଶନର ସେଲିନା ଦୋସନଙ୍କ ଦ୍ୱାରା ଛୋଟ ଛୁଆଙ୍କ ଉପରେ ଆଧାରିତ ଡିଜାଇନ୍‌ ଓ ଲୋପାମୁଦ୍ରା ଭଞ୍ଜଙ୍କ ଦ୍ୱାରା ‘ଲେଭଲ ବାହାର’ ଡିଜାଇନ୍‌, ପ୍ରୀତମ ପାଲ୍‌ଙ୍କ ଦ୍ୱାରା ପ୍ରଦର୍ଶିତ ଡିଜାଇନ ପ୍ରୀତ୍‌ରେ ପାରମ୍ପରିକ ରଙ୍ଗ ବ୍ୟବହାରକରି ବିଭିନ୍ନ କଲେକ୍ସନ ପ୍ରଦର୍ଶନ କରାଯାଇଥିଲା। ସେହିପରି ନିକିତା ନାୟକଙ୍କ ଦ୍ୱାରା ନିକିତା କୋଚର ଡିଜାଇନରେ ବିଳାସପୂର୍ଣ୍ଣ କକ୍‌ଟେଲ ଆଉଟ୍‌ଫିଟ୍‌ ମାର୍ଟିନି ଡିଜାଇନ୍‌ର ପୋଷାକ ପ୍ରଦର୍ଶନ କରାଯାଇଥିବା ବେଳେ ଲେବଲ ତନୟାଙ୍କ ଦ୍ୱାରା ପ୍ରଦର୍ଶିତ ଡିଜାଇନ୍‌ ତନୟା ରାୟରେ ବସନ୍ତ,ଗ୍ରୀଷ୍ମ କାଉଚର ଡିଜାଇନ୍‌ର ପୋଷାକ ପ୍ରଦର୍ଶନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?