ଭୁବନେଶ୍ୱର ରନ୍‌ୱେ ଓ୍ବିକ୍‌

ଭୁବନେଶ୍ୱର,୬।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଇଭୋସ ବିଲ୍ଡକନ ଦ୍ୱାରା ପ୍ରାୟୋଜିତ ଭୁବନେଶ୍ୱର ରନ୍‌ୱେ ୱିକ୍‌ର ୮ମ ସଂସ୍କରଣ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରନ୍ତି। ସେଥିପାଇଁ ନୂଆ ଡିଜାଇନର ପୋଷାକ ପରିଧାନ କରିବାକୁ ସମସ୍ତଙ୍କ ମନରେ ଅନେକ ଉନ୍ମାଦନା ରହିଥାଏ। ଏପରିକି ସବୁ ବର୍ଗର ପିଢ଼ିକୁ ନଜରରେ ରଖି ଆଡିକ୍ସନ ଫ୍ୟାଶନ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ନିର୍ଦ୍ଦେଶକ ଜନ୍‌ ଅଜୟଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱର ରନ୍‌ୱେ ୱିକ୍‌ର ୮ମ ସଂସ୍କରଣର ଆୟୋଜନ କରାଯାଇଥିଲା।
ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ,ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢ଼ୀ,କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ,ଇଭୋସ ବିଲ୍ଡକନର ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ ଏବଂ ଏସ୍‌ଏନ୍‌ଏମ୍‌ ଗ୍ରୁପ୍‌ର ନିର୍ଦ୍ଦେଶିକା ସୁମା ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅପରପକ୍ଷରେ ଶୋ ନିର୍ଦ୍ଦେଶକ ଜନ୍‌ ଅଜୟଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଉକ୍ତ ଫ୍ୟାଶନ ଶୋ’ରେ ୨୦୨୨-ମିସ୍‌ ୟୁନିଭର୍ସ ଡିଭିତା ରାୟ ମୁଖ୍ୟ ଆକର୍ଷଣ ଥିଲେ।
ଏହି ପରିପ୍ରେକ୍ଷୀରେ ପ୍ରିୟାଜ୍‌ ବାଏ ପ୍ରିୟା ମହାପାତ୍ରଙ୍କ ଦ୍ୱାରା ‘ଖସିସ୍‌’ରେ ପାରମ୍ପରିକ ସୂକ୍ଷ୍ମ ଏମ୍ବ୍ରୋଡୋରି ଓ ଡାପର ଡେଲିର ଡିଜାଇନର ଦେବାଙ୍ଗିନୀ ବେହେରାଙ୍କ ଏକ ସୁନ୍ଦର ଡିଜାଇନ ପରିବେଷଣ କରାଯାଇଥିଲା। ସେହିପରି ବ୍ଲୋସୁମ୍‌ କୋଚର ବାଏ ମନୀଷ ଓ ଅଭିପ୍ସାଙ୍କ ଡିଜାଇନ ଇଣ୍ଡୋ ପାଶ୍ଚାତ୍ୟ ସିଲ୍‌ହୋଟ ଉପରେ ଆଧାରିତ ଥିଲା। ଟେକ୍ସାସ୍‌ ଜିନ୍‌ ଡେନିମ୍‌ ସଂଗ୍ରହ ପ୍ରଦର୍ଶିତ କରିଥିବାବେଳେ ଦକ୍ଷା ଡିଜାଇନର ସାବିତ୍ରୀ ପାଣିଗ୍ରାହୀଙ୍କ ଦ୍ୱାରା ଗ୍ରୀଷ୍ମ ସଂଗ୍ରହ, ସତ୍ୟ ମହାରଣାଙ୍କ ଦ୍ୱାରା ଆର୍ଥି ହ୍ବିଜ୍‌ କଲେକ୍ସନ ‘ମୁକ୍ତେଶ୍ୱର’ରେ ମାଣିଆବନ୍ଧ, ଗୋପାଳପୁର ଟସର କ୍ଳଷ୍ଟରର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ହ୍ୟାଣ୍ଡଲୁମ୍‌ ସହ ପାରମ୍ପରିକ ରୌପ୍ୟ ଜୁଏଲେରି ବ୍ୟବହୃତ ଡିଜାଇନ୍‌ ପ୍ରଦର୍ଶିତ କରାଯାଇଥିଲା। ସାକ୍ଷୀ ହ୍ୟାଣ୍ଡଲୁମ୍‌ର ପ୍ରଦୀପ ସାହାରୀ ‘ସମ୍ବଲପୁରୀ ଇକାଟ୍‌’ ଡିଜାଇନ୍‌ ପ୍ରଦର୍ଶିତ କରିଥିବାବେଳେ ଏଜେ ଫ୍ୟଶନର ସେଲିନା ଦୋସନଙ୍କ ଦ୍ୱାରା ଛୋଟ ଛୁଆଙ୍କ ଉପରେ ଆଧାରିତ ଡିଜାଇନ୍‌ ଓ ଲୋପାମୁଦ୍ରା ଭଞ୍ଜଙ୍କ ଦ୍ୱାରା ‘ଲେଭଲ ବାହାର’ ଡିଜାଇନ୍‌, ପ୍ରୀତମ ପାଲ୍‌ଙ୍କ ଦ୍ୱାରା ପ୍ରଦର୍ଶିତ ଡିଜାଇନ ପ୍ରୀତ୍‌ରେ ପାରମ୍ପରିକ ରଙ୍ଗ ବ୍ୟବହାରକରି ବିଭିନ୍ନ କଲେକ୍ସନ ପ୍ରଦର୍ଶନ କରାଯାଇଥିଲା। ସେହିପରି ନିକିତା ନାୟକଙ୍କ ଦ୍ୱାରା ନିକିତା କୋଚର ଡିଜାଇନରେ ବିଳାସପୂର୍ଣ୍ଣ କକ୍‌ଟେଲ ଆଉଟ୍‌ଫିଟ୍‌ ମାର୍ଟିନି ଡିଜାଇନ୍‌ର ପୋଷାକ ପ୍ରଦର୍ଶନ କରାଯାଇଥିବା ବେଳେ ଲେବଲ ତନୟାଙ୍କ ଦ୍ୱାରା ପ୍ରଦର୍ଶିତ ଡିଜାଇନ୍‌ ତନୟା ରାୟରେ ବସନ୍ତ,ଗ୍ରୀଷ୍ମ କାଉଚର ଡିଜାଇନ୍‌ର ପୋଷାକ ପ୍ରଦର୍ଶନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେସଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri