Posted inଖେଳ

ଭୁବନେଶ୍ୱର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ

ଦୁବାଇ, ୧୪ା୪(ପି.ଟି.)-ଅଭିଜ୍ଞ ଭାରତୀୟ ସିମ୍‌ ବୋଲର ଭୁବନେଶ୍ୱର କୁମାର ମଙ୍ଗଳବାର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ଜିତିଛନ୍ତି। ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ୩୧ବର୍ଷୀୟ ଏହି ଭାରତୀୟ କ୍ରିକେଟର ତିନୋଟି ଅନ୍ତର୍ଜାତୀୟ ଦିନିକିଆରେ ୪.୬୫ ଇକୋନୋମି ରେଟ୍‌ରେ ୬ ଉଇକେଟ ଅକ୍ତିଆର କରିଥିଲେ। ସେହିପରି ଭ୍ରମଣକାରୀ ଦଳ ବିପକ୍ଷ ୫ ଅନ୍ତର୍ଜାତୀୟ ଟି୨୦ରେ ୬.୩୮ ଇକୋନୋମି ରେଟ୍‌ରେ ୪ ଉଇକେଟ ହାସଲ କରିଥିଲେ। ହ୍ବାଇଟ୍‌ ବଲ ସିରିଜରେ ଦୁଇ ଦଳ ମଧ୍ୟରେ ଭୁବନେଶ୍ୱର ଶ୍ରେଷ୍ଠ ବୋଲିଂ କରିଥିଲେ। ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ପୁରସ୍କାର ଚଳିତବର୍ଷ ଆରମ୍ଭରୁ ଦିଆଯାଇ ଆସୁଛି। ଏ ପର୍ଯ୍ୟନ୍ତ ୩ଥର ଯାକ ଭାରତୀୟ ଖେଳାଳି ଏହି ପୁରସ୍କାର ଜିତିଆସୁଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ପ୍ରଦର୍ଶନ ପାଇଁ ଜାନୁୟାରୀରେ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପ୍ରଥମ ଖେଳାଳି ଭାବେ ଏହି ପୁରସ୍କାର ଜିତିଥିଲେ। ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଫେବୃୟାରୀରେ ଭେଟେରାନ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏହି ପୁରସ୍କାର ଲାଭ କରିଥିଲେ। ପୁରୁଷ କାଟେଗୋରିରେ ଏହି ପୁରସ୍କାର ପାଇଁ ଭୁବନେଶ୍ୱରଙ୍କ ବ୍ୟତୀତ ଆଫଗାନିସ୍ତାନର ଲେଗ୍‌ ସ୍ପିନର ରସିଦ ଖାଁ ଓ ଜିମ୍ବାଓ୍ବେର ସିନ୍‌ ଓ୍ବିଲିୟମ୍ସଙ୍କ ନାମ ମଧ୍ୟ ସୁପାରିସ ହୋଇଥିଲା। ଆଇସିସି ଭୋଟିଂ ଏକାଡେମୀରେ ପ୍ରତିନିଧିତ୍ୱ କରିଥିବା ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଭିଭିଏସ୍‌ ଲକ୍ଷ୍ମଣ କହିଛନ୍ତି, ଏକାଧିକ ଇଞ୍ଜୁରି ପାଇଁ ଭୁବନେଶ୍ୱର ପ୍ରାୟ ଦେଢ଼ ବର୍ଷ କ୍ରିକେଟରୁ ନିଜକୁ ଦୂରେଇ ରଖିଥିଲେ। ତାଙ୍କର ଏଭଳି ପ୍ରତ୍ୟାବର୍ତ୍ତନ ଘଟିବ ତାହା କଳ୍ପନା ବାହାରେ ଥିଲା। ଇଂଲଣ୍ଡର ଆକ୍ରମଣାତ୍ମକ ବ୍ୟାଟିଂ ଲାଇନ୍‌ ଅପ୍‌ ବିପକ୍ଷ ହ୍ବାଇଟ୍‌ ବଲ ଫର୍ମାଟରେ ଉଭୟ ପାଓ୍ବାରପ୍ଲେ ଏବଂ ଡେଥ୍‌ ଓଭର ବୋଲିଂ ଖୁବ୍‌ ଉଚ୍ଚକୋଟୀର ଥିଲା। ଓଭୟ ସିରିଜରେ ଭାରତର ବିଜୟରେ ତାଙ୍କ ଟାଇଟ୍‌ ବୋଲିଂ ଅନ୍ୟତମ ଭୂମିକା ନେଇଥିଲା।
ଅନ୍ୟପକ୍ଷରେ ମହିଳା ବିଭାଗରେ ଦକ୍ଷିଣ ଆଫ୍ରିକାର ଲିଜେଲି ଲି’ ପ୍ଲେୟର ଅଫ୍‌ ଦି ମନ୍ଥ ବିବେଚିତ ହୋଇଛନ୍ତି। ଭାରତ ବିପକ୍ଷରେ ଖେଳିଥିବା ୪ ଅନ୍ତର୍ଜାତୀୟ ଦିନିକିଆରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହିତ ସେ ମହିଳା ଅନ୍ତର୍ଜାତୀୟ ଦିନିକିଆ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ଅଧିକାର କରିପାରିଛନ୍ତି। ଆଇସିସି ଭୋଟିଂ ଏକାଡେମୀରେ ପ୍ରତିନିଧିତ୍ୱ କରୁଥିବା ଅନ୍ୟ ଜଣେ ରମିଜ ରାଜା ଲିଙ୍କ ପ୍ରଦର୍ଶନ ଉପରେ କହିଛନ୍ତି, ବାଉନ୍ସି ଓ ଧିମା, ନିଚା ଟର୍ନିଂ ଟ୍ରାକ୍‌ରେ ଅଧିକ ରନ ସଂଗ୍ରହ କରିବା ସବୁବେଳେ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ। ଲିଜେଲି କିନ୍ତୁ ଅନାୟାଶରେ ରନ ସଂଗ୍ରହ କରିଥିଲେ। ମହିଳା ପୁରସ୍କାର ଦୌଡ଼ରେ ରହିଥିଲେ ଅନ୍ୟ ଦୁଇ ଭାରତୀୟ ରାଜେଶ୍ୱରୀ ଗାଏକ୍ୱାଡ ଓ ପୁନମ୍‌ ରାଉତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ଏହି ଦେଶରେ ହେବନାହିଁ ଆଇପିଏଲ୍‌ ପ୍ରସାରଣ, କାହିଁକି ଜାଣନ୍ତୁ…

ଢାକା,୩୧ା୩: ଭାରତର ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବାଂଲାଦେଶରେ ଚଳିତ ବର୍ଷର ଆଇପିଏଲ୍‌ ପ୍ରସାରଣ ଚୁକ୍ତିକୁ ବରଖାସ୍ତ କରିଛି। ସ୍ଥାନୀୟ ସାଥି କମ୍ପାନୀ ପାଉଣା ଦେବାରେ ବିଫଳ ହୋଇଥିବାରୁ…

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri