Posted inଖେଳ

ଭୁବନେଶ୍ୱର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ

ଦୁବାଇ, ୧୪ା୪(ପି.ଟି.)-ଅଭିଜ୍ଞ ଭାରତୀୟ ସିମ୍‌ ବୋଲର ଭୁବନେଶ୍ୱର କୁମାର ମଙ୍ଗଳବାର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ଜିତିଛନ୍ତି। ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ୩୧ବର୍ଷୀୟ ଏହି ଭାରତୀୟ କ୍ରିକେଟର ତିନୋଟି ଅନ୍ତର୍ଜାତୀୟ ଦିନିକିଆରେ ୪.୬୫ ଇକୋନୋମି ରେଟ୍‌ରେ ୬ ଉଇକେଟ ଅକ୍ତିଆର କରିଥିଲେ। ସେହିପରି ଭ୍ରମଣକାରୀ ଦଳ ବିପକ୍ଷ ୫ ଅନ୍ତର୍ଜାତୀୟ ଟି୨୦ରେ ୬.୩୮ ଇକୋନୋମି ରେଟ୍‌ରେ ୪ ଉଇକେଟ ହାସଲ କରିଥିଲେ। ହ୍ବାଇଟ୍‌ ବଲ ସିରିଜରେ ଦୁଇ ଦଳ ମଧ୍ୟରେ ଭୁବନେଶ୍ୱର ଶ୍ରେଷ୍ଠ ବୋଲିଂ କରିଥିଲେ। ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ପୁରସ୍କାର ଚଳିତବର୍ଷ ଆରମ୍ଭରୁ ଦିଆଯାଇ ଆସୁଛି। ଏ ପର୍ଯ୍ୟନ୍ତ ୩ଥର ଯାକ ଭାରତୀୟ ଖେଳାଳି ଏହି ପୁରସ୍କାର ଜିତିଆସୁଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ପ୍ରଦର୍ଶନ ପାଇଁ ଜାନୁୟାରୀରେ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପ୍ରଥମ ଖେଳାଳି ଭାବେ ଏହି ପୁରସ୍କାର ଜିତିଥିଲେ। ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଫେବୃୟାରୀରେ ଭେଟେରାନ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏହି ପୁରସ୍କାର ଲାଭ କରିଥିଲେ। ପୁରୁଷ କାଟେଗୋରିରେ ଏହି ପୁରସ୍କାର ପାଇଁ ଭୁବନେଶ୍ୱରଙ୍କ ବ୍ୟତୀତ ଆଫଗାନିସ୍ତାନର ଲେଗ୍‌ ସ୍ପିନର ରସିଦ ଖାଁ ଓ ଜିମ୍ବାଓ୍ବେର ସିନ୍‌ ଓ୍ବିଲିୟମ୍ସଙ୍କ ନାମ ମଧ୍ୟ ସୁପାରିସ ହୋଇଥିଲା। ଆଇସିସି ଭୋଟିଂ ଏକାଡେମୀରେ ପ୍ରତିନିଧିତ୍ୱ କରିଥିବା ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଭିଭିଏସ୍‌ ଲକ୍ଷ୍ମଣ କହିଛନ୍ତି, ଏକାଧିକ ଇଞ୍ଜୁରି ପାଇଁ ଭୁବନେଶ୍ୱର ପ୍ରାୟ ଦେଢ଼ ବର୍ଷ କ୍ରିକେଟରୁ ନିଜକୁ ଦୂରେଇ ରଖିଥିଲେ। ତାଙ୍କର ଏଭଳି ପ୍ରତ୍ୟାବର୍ତ୍ତନ ଘଟିବ ତାହା କଳ୍ପନା ବାହାରେ ଥିଲା। ଇଂଲଣ୍ଡର ଆକ୍ରମଣାତ୍ମକ ବ୍ୟାଟିଂ ଲାଇନ୍‌ ଅପ୍‌ ବିପକ୍ଷ ହ୍ବାଇଟ୍‌ ବଲ ଫର୍ମାଟରେ ଉଭୟ ପାଓ୍ବାରପ୍ଲେ ଏବଂ ଡେଥ୍‌ ଓଭର ବୋଲିଂ ଖୁବ୍‌ ଉଚ୍ଚକୋଟୀର ଥିଲା। ଓଭୟ ସିରିଜରେ ଭାରତର ବିଜୟରେ ତାଙ୍କ ଟାଇଟ୍‌ ବୋଲିଂ ଅନ୍ୟତମ ଭୂମିକା ନେଇଥିଲା।
ଅନ୍ୟପକ୍ଷରେ ମହିଳା ବିଭାଗରେ ଦକ୍ଷିଣ ଆଫ୍ରିକାର ଲିଜେଲି ଲି’ ପ୍ଲେୟର ଅଫ୍‌ ଦି ମନ୍ଥ ବିବେଚିତ ହୋଇଛନ୍ତି। ଭାରତ ବିପକ୍ଷରେ ଖେଳିଥିବା ୪ ଅନ୍ତର୍ଜାତୀୟ ଦିନିକିଆରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହିତ ସେ ମହିଳା ଅନ୍ତର୍ଜାତୀୟ ଦିନିକିଆ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ଅଧିକାର କରିପାରିଛନ୍ତି। ଆଇସିସି ଭୋଟିଂ ଏକାଡେମୀରେ ପ୍ରତିନିଧିତ୍ୱ କରୁଥିବା ଅନ୍ୟ ଜଣେ ରମିଜ ରାଜା ଲିଙ୍କ ପ୍ରଦର୍ଶନ ଉପରେ କହିଛନ୍ତି, ବାଉନ୍ସି ଓ ଧିମା, ନିଚା ଟର୍ନିଂ ଟ୍ରାକ୍‌ରେ ଅଧିକ ରନ ସଂଗ୍ରହ କରିବା ସବୁବେଳେ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ। ଲିଜେଲି କିନ୍ତୁ ଅନାୟାଶରେ ରନ ସଂଗ୍ରହ କରିଥିଲେ। ମହିଳା ପୁରସ୍କାର ଦୌଡ଼ରେ ରହିଥିଲେ ଅନ୍ୟ ଦୁଇ ଭାରତୀୟ ରାଜେଶ୍ୱରୀ ଗାଏକ୍ୱାଡ ଓ ପୁନମ୍‌ ରାଉତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri