ପୁଣେକୁ ହରାଇଲା ଭୁବନେଶ୍ୱର ବାପୁଜୀ କ୍ଲବ

ପଦ୍ମପୁର,୧୬।୧(ପ୍ରଦୀପ୍ତ ଦାଶ): ପଦ୍ମପୁର ଆର୍‌.ବି ହାଇସ୍କୁଲ ପଡିଆରେ ଚାଲିଥିବା ୩୦ତମ ସର୍ବଭାରତୀୟ ବୋଡ଼ାସମ୍ବର କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଷଷ୍ଠ ଦିବସ ତଥା ପୁଲ୍‌-‘ବି’ର ଦ୍ୱିତୀୟ ମ୍ୟାଚ୍‌ ଅମର ସ୍ପୋର୍ଟସ ପୁଣେ ଓ ବାପୁଜୀ କ୍ଲବ୍‌ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୩୦୧ ରନ୍‌ ସଂଗ୍ରହ କରିଥିଲା। ଜବାବରେ ପୁଣେ ଦଳ ୨୮.୨ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୨୦୩ ରନ୍‌ ସଂଗ୍ରହ କରି ପରାଜିତ ହୋଇଥିଲା। ଭୁବନେଶ୍ୱର ଦଳର ରାକେଶ ପଟ୍ଟନାୟକ ୫୯ ବଲରେ ୧୧୭ ରନ୍‌ ସଂଗ୍ରହ କରିଥିବା ବେଳେ ପୁଣେ ଦଳର ଅମନ୍‌ କୋହଲି ୭୧ ବଲରେ ୮୨ ରନ୍‌ ସଂଗ୍ରହ କରିଥିଲେ। ପୁରସ୍କାର ବିତରଣୀ ସମାରୋହରେ ବସ୍‌ ମାଲିକ ସଂଘ ସମ୍ପାଦକ ଏସ୍‌. କେ. ସାମୁଏଲ୍‌ ହୁସେନ୍‌ ମୁଖ୍ୟ ଅତିଥି, ବୋଡ଼ାସମ୍ବର କ୍ଲବ୍‌ର ବରିଷ୍ଠ ସଦସ୍ୟ ପ୍ରଶାନ୍ତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଦଳର ରାକେଶ ପଟ୍ଟନାୟକଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ। ଶ୍ୟାମ ସୁନ୍ଦର ପଣ୍ଡା ଓ ପ୍ରତାପ ପାତ୍ର ମ୍ୟାଚ୍‌ ପରିଚାଳନା କରିଥିଲେ। ରିଙ୍କୁ ବରିହା, ଅମରେଶ ବେହେରା ସ୍କୋରର, ରୋହିଣୀ ପାଣ୍ଡେ ଓ କୁମାର ଆନନ୍ଦ ଉଦ୍‌ଘୋଷକ ଦାୟିତ୍ୱ ତୁଲାଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ମନା କଲେ ଝିଅ, ବରଯାତ୍ରୀ ନେଇ ସିଧା ପୋଲିସ ଷ୍ଟେଶନରେ ପହଞ୍ଚିଲେ ବର, ଆଉ ତା’ପରେ…

ନୂଆଦିଲ୍ଲୀ,୧୭।୧: ବିବାହ କରିବାକୁ କନ୍ୟା ପକ୍ଷ ମନା କରିବାରୁ ବରଯାତ୍ରୀ ନେଇ ପୋଲିସ ଷ୍ଟେଶନରେ ସିଧା ପହଞ୍ଚିଗଲେ ବର। ଏଭଳି ଘଟଣା ପଞ୍ଜାବର ଯମୁନାନଗର ଅଞ୍ଚଳରେ...

ରାଜ୍ୟର ସବୁ ଥଣ୍ଡା ସହର ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୧୭।୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଚଳିତ ଶୀତ ଋ଼ତୁରେ ଓଡ଼ିଶାରେ ସବୁଠାରୁ କମ ତାପମାତ୍ରା ଓ ଶୀତଳତମ ସହର କନ୍ଧମାଳ ଜିଲାର ଜି.ଉଦୟଗିରି। ହାଡ଼ଭଙ୍ଗା ଶୀତରେ...

ଦେବୀ ପ୍ରସାଦଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଛୁଟିଲା ଶୁଭେଚ୍ଛାର ସୁଅ

ରାଇକିଆ,୧୭।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ବିଜୁ ଜନତା ଦଳର ନୂତନ ଭାବେ ନଗର ଏବଂ ବ୍ଲକ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜୁ ଜନତା...

ଦିନେ ମୋ ଘର ଭାଙ୍ଗିଥିଲ, ଆଜି ଲୋକେ ତଡ଼ିଦେଲେ: କଙ୍ଗନାଙ୍କ ହୁଙ୍କାର

ମୁମ୍ବାଇ,୧୭।୧: ମହାରାଷ୍ଟ୍ର ବିଏମସି ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ଫଳାଫଳ ସହିତ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଉପରେ ଠାକରେ ପରିବାରର ଶାସନ ଶେଷ ହୋଇଛି।...

ଯୁଦ୍ଧ ଆଶଙ୍କା ଭିତରେ ଇରାନକୁ ପ୍ରଶଂସା କଲେ ଟ୍ରମ୍ପ: କହୁ କହୁ କହିଦେଲେ…

ଓ୍ବାଶିଂଟନ୍‌,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଇରାନକୁ ପ୍ରଶଂସା କରିଛନ୍ତି। ଏକ ଅସାଧାରଣ ପଦକ୍ଷେପ ନେଇ ଇରାନ ସରକାରଙ୍କୁ ଶହ ଶହ ରାଜନୈତିକ କଏଦୀଙ୍କ...

ଜବରଦଖଲ ଉଚ୍ଛେଦ ଘଟଣା: ଛଦ୍ମବେଶୀ ବ୍ୟବସାୟୀଙ୍କ ଆବେଦନ ଯୋଗୁ ବଢୁଛି ସମସ୍ୟା

ଦାରିଙ୍ଗବାଡି, ୧୭।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଉଠା ଦୋକାନୀଙ୍କ ଥଇଥାନ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ପାଇଁ ଚାଲେଞ୍ଜ ରହିଛି।...

ଗୋମାଫିଆଙ୍କ ଘରେ ରେଡ୍‌: ବିଡ଼ା ବିଡ଼ା ଟଙ୍କା ଦେଖି ସମସ୍ତେ ତାଜୁବ

ଭଦ୍ରକ, ୧୭।୧(ସନାତନ ରାଉତ): ଅବୈଧ ଗୋ ଚାଲାଣ ଅଭିଯୋଗରେ କେନ୍ଦୁଝର ପୋଲିସ ଭଦ୍ରକ ପୁରୁଣା ବଜାର ଥାନାରେ ମୁଲ୍ଲା ସାହିରେ ଶେଖ ତାଜଉଦ୍ଦିନ ଘରେ ଚଢ଼ାଉ...

ଅସହ୍ୟ ଜାଡ଼: ପାଣିରେ ହାତ ଦେବା ହୋଇପଡ଼ୁଛି କଷ୍ଟ

ଦାରିଙ୍ଗବାଡି,୧୭।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଜାଡ଼ ଜାରି ରହିଛି। ମଧ୍ୟରାତ୍ରିରୁ ଜାଡ଼ ବୃଦ୍ଧି ପାଇବା ସହ ଦିନ ୧୧ ପର୍ଯ୍ୟନ୍ତ ଥରାଉଛି। ଫଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri