‘ଭୋଳା’ର ଟ୍ରେଲର ରିଲିଜ୍‌, ନୂଆ ଲୁକ୍‌ରେ ନଜର ଆସିଲେ ଅଜୟ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଭୋଳା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ଯେଉଁଥିରେ ଅଜୟଙ୍କ ଜବରଦସ୍ତ ଲୁକ୍‌କୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ଅଜୟଙ୍କ ବ୍ୟତୀତ ବି-ଟାଉନର ସୁପରଷ୍ଟାର ତବୁ ମଧ୍ୟ ଏହି ଫିଲ୍ମ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ତବୁ ପୁଣିଥରେ ପୋଲିସ ଭୂମିକାରେ ନଜର ଆସିଛନ୍ତି। ଅଜୟ ଦେବଗନଙ୍କ ‘ଭୋଳା’ ହେଉଛି ଦକ୍ଷିଣ ସୁପରଷ୍ଟାର କାର୍ତ୍ତିଙ୍କ ସୁପରହିଟ ଫିଲ୍ମ ‘କୈଥୀ’ର ଅଫିସିଆଲ ରିମେକ।

‘ ଦୃଶ୍ୟମ-୨’ର ସଫଳତା ପରେ ପ୍ରଶଂସକମାନେ ଅଜୟ ଦେବଗନଙ୍କ ‘ ଭୋଳା’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ଏବେ ‘ ଭୋଳା’ର ଟ୍ରେଲର ମଧ୍ୟ ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି। ତେବେ ଫିଲ୍ମର ରିଲିଜ୍‌ ତାରିଖକୁ କହିବାକୁ ଗଲେ ଫିଲ୍ମଟି
ମାର୍ଚ୍ଚ ୩୦ରେ ପ୍ରେକ୍ଷାଳୟରେ ରିଲିଜ ହେବ। ଅଜୟ ଦେବଗନ ଜଣେ ଅଭିନେତା ଭାବରେ ଅଭିନୟ କରିବା ବ୍ୟତୀତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

 

Share