ଦେଶରେ ଲୁଣା ଜଙ୍ଗଲ ବୃଦ୍ଧିରେ ଭିତରକନିକା ପ୍ରଥମ

ରାଜନଗର, ୧୪ା୧ (ଡି.ଏନ.ଏ.): ବିଶ୍ୱତାପନ ଜଳବାୟୁ ପରିବର୍ତ୍ତନ ସତ୍ତ୍ୱେ ପ୍ରକୃତିର ଅନବଦ୍ୟ ସୃଷ୍ଟି ଲୁଣା ଜଙ୍ଗଲ ଅବକ୍ଷୟର ଦ୍ୱାରଦେଶରେ ପହଞ୍ଚତ୍ଛି। ଭାରତ ସରକାରଙ୍କ ଅଧୀନରେ ଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ଲୁଣା ଜଙ୍ଗଲ ସର୍ଭେ ରିପୋର୍ଟରେ ଭିତରକନିକାରେ ଥିବା ଲୁଣା ଜଙ୍ଗଲ ବୃଦ୍ଧି ପାଇ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହାକୁ ନେଇ ପ୍ରକୃତି ପ୍ରେମୀ, ପରିବେଶବିତଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ବଙ୍ଗୋପସାଗର ତଟରେ ଗଢି ଉଠିଥିବା ଭିତରକନିକାର ଲୁଣା ଜଙ୍ଗଲ କ୍ରମାଗତ ଭାବେ ସାମୁଦ୍ରିକ ଝଡ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଆସୁଛି। ପ୍ରତିକୂଳ ପରିବେଶ ସତ୍ତ୍ୱେ ଲୁଣା ଜଙ୍ଗଲ ବୃଦ୍ଧି ଘଟି ଚାଲିଛି। ସଦ୍ୟ ରିପୋର୍ଟ ଅନୁଯାୟୀ ସମଗ୍ର ଦେଶରେ ୧୭ ବର୍ଗ କି.ମି. ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବାବେଳେ ସେଥିମଧ୍ୟରୁ ୮ ବର୍ଗ କି.ମି. କେବଳ ଭିତରକନିକା ଜାତୀୟ ଉଦ୍ୟାନରେ ବୃଦ୍ଧି ପାଇଛି। ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ୨୦୨୧ ରିପୋର୍ଟ ଅନୁଯାୟୀ ଆନ୍ଧ୍ରପ୍ରଦେଶରେ ୨୦୧୯ ସର୍ଭେ ତୁଳନାରେ ୧ ବର୍ଗ କି.ମି., ଗୋଆରେ ୧ ବର୍ଗ କି.ମି., କର୍ଣ୍ଣାଟକରେ ୩ ବର୍ଗ କି.ମି., ମହାରାଷ୍ଟ୍ରରେ ୪ ବର୍ଗ କି.ମି., ପଶ୍ଚିମବଙ୍ଗରେ ୨ ବର୍ଗ କି.ମି. ଓ ଓଡ଼ିଶାରେ ୮ ବର୍ଗ କି.ମି. ଲୁଣା ଜଙ୍ଗଲ ବୃଦ୍ଧି ପାଇଛି। ଏହାବାଦେ ଗୁଜୁରାଟରେ ୨ ବର୍ଗ କି.ମି. ଲୁଣା ଜଙ୍ଗଲ ହ୍ରାସ ପାଇଥିବାବେଳେ କେରଳ, ତାମିଲନାଡୁ, ଆଣ୍ଡାମାନ ନିକୋବର, ଡାମନଡିଉ ଓ ପୁଡୁଚେରୀରେ ଲୁଣା ଜଙ୍ଗଲ ସ୍ଥିତି ଯାହା ଥିଲା ସମାନ ରହିଛି। ରିପୋର୍ଟ ଅନୁଯାୟୀ ଓଡ଼ିଶାର ବାଲେଶ୍ୱର ଜିଲାରେ ୦.୩୩ ବର୍ଗ କି.ମି., ଜଗତ୍‌ସିଂହପୁର ଜିଲାରେ ୦.୨୭ ବର୍ଗ କି.ମି. ଲୁଣା ଜଙ୍ଗଲ ବୃଦ୍ଧି ପାଇଛି। କେନ୍ଦ୍ରାପଡା ଅର୍ଥାତ୍‌ ଭିତରକନିକାରେ ୭.୭୬ ବର୍ଗ କି.ମି. ଲୁଣା ଜଙ୍ଗଲ ବୃଦ୍ଧି ପାଇଛି। ପୁରୀରେ ୦.୦୨ ପ୍ରତିଶତ ଲୁଣା ଜଙ୍ଗଲ ହ୍ରାସ ପାଇଥିବାବେଳେ ଭଦ୍ରକରେ ସ୍ଥିତି ସମାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri