ଅବ୍ୟବସ୍ଥାରେ ସରିଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ଲୋକମାନେ ଜାଣି ନ ପାରି…

ଲୋଇସିଂହା,୨୫।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ହେଲେ ପ୍ରଚାରପ୍ରସାର ଅଭାବରୁ ଲୋକମାନେ ଜାଣି ନ ପାରି ଶିବିରକୁ କମ ସଂଖ୍ୟକ ଆସିଥିବା ଦେଖିବାକୁ ମିଳିଥିଲା। ପିଇଓ ସମାରୁ ଦଣ୍ଡସେନାଙ୍କ ସଂଯୋଜାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ଅକ୍ଷୟପାଣି ଉଦ୍ଦୁ, ଜିଲା ସମାଜିକ ସୁରକ୍ଷା ଅଧିକାରୀ ମଦନଜିଦ ହୋତା, ସବଡିଭିଜନାଲ ସମାଜିକ ସୁରକ୍ଷା ଅଧିକାରୀ ସ୍ମିତା ହୋତା,ଏମପି ପ୍ରତିନିଧି ବାଳକୃଷ୍ଣ ଧରୁଆ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ।

ବିଡିଓ ଉଦ୍ଦୁ କହିଥିଲେ,ଶିବରର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ବିଗତ ବର୍ଷମାନାଙ୍କରେ ଉକ୍ତ ଶିବିରରେ ଡାକ୍ତର ଉପସ୍ଥିତ ରହି ଶିବିରାର୍ଥୀଙ୍କ ସ୍ବାସ୍ଥ୍ୟ ପରିକ୍ଷା କରି ପ୍ରମାଣପତ୍ର ପ୍ରଦାନ କରାଯାଉଥିଲା। କିନ୍ତୁ ଏଥର ସେହି ବ୍ୟବସ୍ଥା ନାହିଁ। ଶିବିରରେ କେବଳ ପଜିଂକରଣ କରାଯିବ। ପ୍ରତି ମାସର ୧ ଓ ୧୬ ତାରିଖରେ ଜିଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ବାସ୍ଥ୍ୟ ଯାଞ୍ଚ ହେଉଥିବା ସେ ସୂଚନା ଦେଇଥିଲେ ା ଭିନ୍ନକ୍ଷମ ଅକ୍ଷମ ନୁହେଁ,ଭିନ୍ନକ୍ଷମ ଦୁର୍ବଳ ନୁହେଁ ସବଳ ବୋଲି ସେ ମତବ୍ୟକ୍ତ କରିଥିଲେ।

ସେହିପରି ଜିଲା ସମାଜିକ ସୁରକ୍ଷା ଅଧିକାରୀ ହୋତା କହିଥିଲେ, ଶିବିରର ଢାଚାଂଗତ ପରିବର୍ତ୍ତନ ହୋଇଛି। ପୂର୍ବ ଶବିରରେ କେବଳ ୪ ଜଣ ଡାକ୍ତର ଯୋଗଦେଇ ଶିବିରାର୍ଥୀଙ୍କ ସ୍ବାସ୍ଥ୍ୟ ଯାଚଂ କରୁଥିଲେ। କିନ୍ତୁ ୨୧ ପ୍ରକାରର ଭିନ୍ନକ୍ଷମ ରହିଛନ୍ତି। ଏଣୁ ଜିଲା ମୁଖ୍ୟାଳୟରେ ଭିନ୍ନକ୍ଷମଙ୍କ ସ୍ବାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯାଇଥିବା ସେ କହିଥିଲେ। ସ୍ବାସ୍ଥ୍ୟ ପରିକ୍ଷା ପରେ ଯାହାକୁ ୟୁଡିଆଡି କାର୍ଡ ମିଳିବ ତାଙ୍କୁ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ମିଳବ ବୋଲି ହୋତା କହିଥିଲେ।

ସବଡିଭିଜନ ଅଧିକାରୀ ହୋତା କହିଥିଲେ, ଭିନ୍ନକ୍ଷମଙ୍କ ପାଇଁ ରହିଥିବା ବିଭାଗୀୟ ସୁବିଧା ଏବଂ ଅନ୍ୟାନ୍ୟ ଯୋଜନା ଗୁଡିକର ସବସିଡି ଉପରେ ଆଲୋକପାତ କରିଥିଲେ। ଏହିବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଏଣୁ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ପାଠପଢାଇବା ଦିଗରେ ଗୁରୁତ୍ୱାରୋପ ଦେବାକୁ ଉପସ୍ଥିତ ଅଭିଭାବକଙ୍କୁ ପରାମର୍ଶ ଦେଇଥିଲେ। ବ୍ଲକ ଅଧୀନ ବୁଢୀପଦର ପଚାଂୟତ ସଲତରପାଲି ଗ୍ରାମର ଉରକୁଲା ସଲତର ୨ ବର୍ଷ ହେବ ପକ୍ଷାଘତରେ ପୀଡିତ ଅଛନ୍ତି। ତାଙ୍କ ବାମହାତ ଓ ୨ ଗୋଡ କାର୍ଯ୍ୟ କରୁନାହିଁ। ଉରକୁଲା ଶିବରକୁ ଯିବା ପାଇଁ ଘୋଷାରିଷୋଷାରି ହୋଇଯାଉଥିଲେ। ସେଠାରେ ନିୟୋଜିତ ଜଣେ ପୋଲିସ କର୍ମଚାରୀ ଏବଂ ଏମପିଙ୍କ ପ୍ରତିନିଧି ଧରୁଆ ତାଙ୍କ ହାତ ଧରି ଶିବିର ପରିସରକୁ ନେଉଥିବା ଦେଖିବାକୁ ମିଳିଥିଲା। ହେଲ ସେହି ପାଖରେ ଥାଇ ସବୁ ଦେଖୁଥିବା ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ କିନ୍ତୁ ପାଖ ମାଡି ନ ଥିଲେ। ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ ଭିନ୍ନକ୍ଷମଙ୍କୁ ରୋଗୀ ନଜରରେ ଦେଖିବା କାରଣରୁ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ଅପପରକ୍ଷେ ବ୍ଲକ ସମାଜିକ ସୁରକ୍ଷା ଅଧିକାରୀଙ୍କ ଏତାଦୃଶ୍ୟ ଆଚରଣକୁ ନେଇ ସେଠାରେ ଉପସ୍ଥିତ ବରିଷ୍ଠ ଅଧିକାରୀ ଓ ଏମପିଙ୍କ ପ୍ରତିନିଧି ଧରୁଆ ଅସନ୍ତୋଷ ବ୍ୟକ୍ତ କରିଥିଲେ। କେଉଁ ବିଭାଗରେ କେତେକ ଜଣ ବ୍ୟକ୍ତି ପଜିଂକୃତ ହୋଇଛନ୍ତି ସେ ସମ୍ପର୍କରେ ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ ଭବିଶେକ ସାହୁଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ଆସନ୍ତି। କାଲି ସବୁ ତଥ୍ୟ ଦିଆଯିବ ବୋଲି କହିଛନ୍ତି। ଶିବିରରେ ପ୍ରାୟ ୨ ଶହ ଚୌକି ପଡିଥିବାବେଳେ ସୂଚନା ଅଭାବରୁ ହାତଗଣତି ଲୋକ ଉପସ୍ଥିତ ଥିଲେ। ସରଗାଡ ସରପଞ୍ଚ ସରୋଜ ବେହେରା କହଛନ୍ତି, ଶିବିରକୁ କେବଳ ପଞ୍ଚିକରଣ ପାଇଁ ଡାକି ଭିନ୍ନକ୍ଷମକଙ୍କୁ ହଇରଣା ଓ ଖର୍ଚ୍ଚାନ୍ତ କରିବା ଛଡା ଆଉ ଅନ୍ୟ କିଛି ନାହିଁ।ପଞ୍ଚାୟତ ପ୍ରତିନିଧିମାନେ ଭିନ୍ନକ୍ଷମଙ୍କ ଘରୁ ଡକ୍ୟୁମେଣ୍ଟ ସଂଗ୍ରହ କରିଥିଲେ ଅସୁବିଧା କେଉଁଠି ରହିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡର: ମାଡିବସିଲା…

ନୂଆପଡ଼ା,୧୨ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ୍‌ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ଯୋଗାଣ ବିଭାଗର…

‘ପାକିସ୍ତାନ ହିଁ ଏମିତି କରିପାରେ’; ଇସଲାମାବାଦରେ ଆମେରିକା-ଇରାନ ବାର୍ତ୍ତାକୁ ନେଇ…

ନୂଆଦିଲ୍ଲୀ,୧୨।୪: ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ…

ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

ଚାଇନାକୁ ଧମକ ଦେଲେ ଟ୍ରମ୍ପ, ଏମିତି କଲେ ଭୋଗିବ ପରିଣାମ: ସାରା ବିଶ୍ୱ ହଲଚଲ

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣାର କିଛି ଦିନ ପରେ ଉଭୟ ଦେଶର ପ୍ରତିନିଧି ଦଳ ପାକିସ୍ତାନରେ ମୁହାଁମୁହିଁ ଆଲୋଚନା କରିଥିଲେ।…

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri