Posted inଜାତୀୟ

ପାନ୍ଥର୍ସ ପାର୍ଟି ସୁପ୍ରିମୋ ଭୀମ ସିଂଙ୍କ ପରଲୋକ

ଶ୍ରୀନଗର,୩୧।୫: ଜମ୍ମୁ କଶ୍ମୀର ନ୍ୟାଶନାଲ ପାନ୍ଥର୍ସ ପାର୍ଟିର ସୁପ୍ରିମୋ ପ୍ରଫେସର ଭୀମ ସିଂଙ୍କ ଦେହାନ୍ତ ହୋଇଛି। ସେ ମଙ୍ଗଳବାର ସକାଳେ ଜମ୍ମୁର ବକ୍ସି ନାଗର ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଭୀମ ସିଂ ଗତ କିଛି ମାସ ଧରି ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।
ଜମ୍ମୁ-କଶ୍ମୀର ରାଜନୀତିରେ ପ୍ରଫେସର ଭୀମ ସିଂ ଜଣେ ପ୍ରମୁଖ ଚେହେରା ଥିଲେ। ରାଜ୍ୟ ସମେତ ଜମ୍ମୁ ଡିଭିଜନର ସ୍ବର ଉତ୍ତୋଳନ କରିବାକୁ ସେ ଅନେକ ସଂଘର୍ଷ କରିଥିଲେ। ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ରାଜନୈତିକ ବ୍ୟକ୍ତି ମଧ୍ୟ ସମବେଦନା ଜଣାଇଛନ୍ତି।
ପ୍ରଫେସର ଭୀମ ସିଂ ଅଗଷ୍ଟ ୧୯୪୧ରେ ଜମ୍ମୁର ରାମନଗର ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ସେ ସ୍ତ୍ରୀ ଜୟ ମାଲା ଏବଂ ଅନ୍ୟ ସହଯୋଗୀମାନଙ୍କ ସହିତ ମିଶି ୧୯୮୨, ମାର୍ଚ୍ଚ ୨୩ରେ ପାନ୍ଥର୍ସ ପାର୍ଟି ପ୍ରତିଷ୍ଠା କରିଥିଲେ। ସେ ୨୦୧୨ ଅର୍ଥାତ୍‌ ପ୍ରାୟ ୩୦ ବର୍ଷ ପର୍ଯ୍ୟନ୍ତ ଦଳର ସଭାପତି ଥିଲେ। ଏହା ପରେ ସେ ତାଙ୍କ ଜ୍ୱାଇଁ ହର୍ଷ ଦେବ ସିଂଙ୍କୁ ଏହି ସ୍ଥାନ ଦେଇଥିଲେ। ଗତ ବର୍ଷ ସେ ପୁଣି ଥରେ ପାନ୍ଥର୍ସ ପାର୍ଟିର ସଭାପତି ହୋଇ ସକ୍ରିୟ ନେତୃତ୍ୱକୁ ଫେରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସରେ ଅଙ୍ଗଦାନ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri